ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିସ୍କନ୍ଧ ସମାଜର ୨୬ତମ ବାର୍ଷିକ ସମ୍ମିଳନୀ

ନର୍ଲା (ମନିସ) ନର୍ଲା ବ୍ଳକ ଅନ୍ତର୍ଗତ ଐତିହାସିକ ବୀର କମଲ ମଇଦାନ ଅସୁରଗଡ ଠାରେ ଆଦିସ୍କନ୍ଧ ସମାଜର ୨୬ତମ ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସକାଳ ସମୟରେ ନର୍ଲା ବୁଢ଼ାରଜା ପୀଠରେ ବରିଷ୍ଠ ନାଗରିକଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ପଦଯାତ୍ରା ହୋଇଥିଲା। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରିଥିବା ପୁରୁଷମାନେ ବାଦ୍ୟର ତାଳେ ତାଳେ ନାଚିଥିଲେ। ବିଭିନ୍ନ ସ୍ଥାନରୁ ଆସିଥିବା କନ୍ଧ ସମ୍ପ୍ରଦାୟର ଲୋକେ ଅସୁରଗଡ ପୀଠ ଠାରେ ଏକତ୍ରିତ ହେବା ପରେ ପତାକା ଉତ୍ତୋଳନ ସହ ସଭାକାର୍ଯ୍ୟ ହୋଇଥିଲା। ଏଥିରେ ଆଦିସ୍କନ୍ଧ ସମାଜର ବୀର କମଲ ମାଝୀଙ୍କ ସ୍ମୃତି ଚାରଣ କରାଯାଇଥିଲା। କନ୍ଧ ସମାଜ ବୀର କମଲ ମଇଦାନ ଅସୁରଗଡ ପରିଚାଳନା କମିଟିର ସଭାପତି ଅମର ସିଂ ମାଝୀ, ବଲାଙ୍ଗୀର କେନ୍ଦ୍ରିୟ ସଭାପତି ଚିନ୍ତାମଣି ଭୋଇ, କଳାହାଣ୍ଡି ଜିଲ୍ଲା ଆଦିସ୍କନ୍ଧ ସଭାପତି ରାଜେନ୍ଦ୍ର ଭୋଇ, ପୂର୍ବତନ ସଭାପତି କିଶୋର ଚନ୍ଦ୍ର ଭୋଇ, କଳାହାଣ୍ଡି ଡିଷ୍ଟିକ ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ନର୍ଲା ବ୍ଳକ ଆଦିବାସୀ ସଂଘ ସଭାପତି ହରିଶଙ୍କର ମାଝୀ, କେସିଙ୍ଗା ବ୍ଳକ ସଭାପତି ଶେଷଦେବ ମାଝୀ, ଲାଞ୍ଜିଗଡ଼ ସଭାପତି ଶୁକ୍ରୃ ମାଝୀ, ଲକ୍ଷ୍ମଣ ଭୋଇ, ପ୍ରଦୀପ ଭୋଇ, ରାଜୁ ମାଝୀ, ସାଧାରଣ ସମ୍ପାଦକ ଦେବରାଜ ମାଝୀ, ଛବି ମାଝୀ ପ୍ରମୁଖ ସହ ଉପଦେଷ୍ଟା ମଣ୍ଡଳୀ, ବିଭିନ୍ନ ବ୍ଳକ, ପଞ୍ଚାୟତ ଓ ଗ୍ରାମରୁ ଆସିଥିବା କନ୍ଧ ସମ୍ପ୍ରଦାୟର ଭାଇ ବନ୍ଧୁଙ୍କ ସହିତ ସମାଜରେ ଦେଖାଯାଇଥିବା ଅସୁବିଧା ଦୂର କରିବା ସହ ଶିକ୍ଷା, ସ୍ଵାସ୍ଥ୍ୟ, ସାମାଜିକ ଓ ଆର୍ଥିକ ଦିଗ ଉପରେ ବିଶଦ ଭାବେ ଆଲୋଚନା କରାଯାଇ ଥିବା ଜଣାଯାଏ। ଏଥିରେ ସମାଜର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।କମଲ ମାଝୀ ସେବା ସମ୍ମାନ ପାଇଁ ଉଲିର୍ଶିକା ଗ୍ରାମର ଶାନ୍ତୀ ମାଝୀ, ସମାଜ ସେବା ପାଇଁ ଲାଞ୍ଜିଗଡ଼ ବ୍ଳକର ଫୁଲମେ ମାଝୀ,ଯୁବ ଗବେଷକ ସମ୍ମାନ ପାଇଁ ଗୋଲାମୁଣ୍ଡା ବ୍ଲକର ଅଜିତ କୁମାର ଭୋଇ, କୃଷି ସମ୍ମାନ ପାଇଁ ଗୋଲାମୁଣ୍ଡା ବ୍ଲକର ଲିଙ୍ଗରାଜ ଭୋଇ, ଭାଷା ଓ ସାହିତ୍ୟ ସମ୍ମାନ ପାଇଁ କ୍ଷତିଶ ଚନ୍ଦ୍ର ମାଝୀ ଓ ନର୍ଲାର ପୂର୍ବତନ ବିଧାୟକ ସ୍ଵର୍ଗତ ତେଜରାଜ ମାଝୀଙ୍କୁ କମଲ ମାଝୀ ମରଣୋତ୍ତର ସମ୍ମାନରେ ତାଙ୍କ ସୁପୁତ୍ରୀ ମାଧୁରୀ ମାଝୀଙ୍କୁ ମାନପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା।

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ପାନୀୟ ଜଳ ଯୋଗାଣକୁ ନେଇ ଜନ ପ୍ରତିନିଧି ଓ ବ୍ଲକ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲାସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ

Sunil Chandra Nayak

ସିଆରପିଏଫର ଜନ ସମ୍ପର୍କ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!