ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ବିଦ୍ୟୁତ୍ ବିଭ୍ରାଟ କୁ ନେଇ ବିଜେପିର ହଡତାଳ

ମୟୂରଭଞ୍ଜ -୨୨/୫ (ମସିହା) ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗତ ମାର୍ଚ୍ଚ ମାସ ୬ ତାରିଖ ଦିନ ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର ବିଶ୍ବ ବିଦ୍ୟାଳୟ ପରିସରରେ ସମାବର୍ତ୍ତନ ଉତ୍ସବରେ ଭାଷଣ ଦେଉଥିବା ସମୟରେ ୯ ମିନିଟ ବିଦ୍ୟୁତ କାଟ ହୋଇଥିଲା । ଅନ୍ଧାରରେ ମହାମହିମ ରାଷ୍ଟ୍ରପତି ଭାଷଣ ଦେଉଥିଲେ । ଯାହାକି ରାଷ୍ଟ୍ରପତିଙ୍କ ପ୍ରତି ଅପମାନ । ଏଥିପାଇଁ ରାଜ୍ୟ ସରକାର ପ୍ରଶାସନିକ, ପୋଲିସ,ବି ଶ୍ବବିଦ୍ଯାଳୟ କତୃପକ୍ଷ,ଇଡକୋ,ଟିପିଏନଓଡିଏଲଙ୍କ ଉପରେ କେବଳ ତଦନ୍ତ ଜାରି ରଖିଛନ୍ତି । କିନ୍ତୁ କାହାରି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହାକୁ ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।ବସ,ପରିବହନ, ବ୍ୟାଙ୍କ ସଂପୁର୍ଣ୍ଣ ଠପ୍ । ସରକାରୀ କାର୍ଯ୍ୟାଳୟ, ଦୋକାନ, ବାଣିଜ୍ୟ ପ୍ରତିଷ୍ଠାନ ବନ୍ଦ ହୋଇଛି ।ଏହି କାର୍ଯ୍ୟକ୍ରମକୁ ପଶ୍ଚିମ ମୟୂରଭଞ୍ଜ ବିଜେପି ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଵର୍ଷିୟାନ ବିଜେପି ନେତା ମନୋରଂଜନ ମହାନ୍ତି,ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର, ରାଜ୍ୟ ବିଜେପି ସଂପାଦକ ନବିନ ରାମ,ବିକାଶ ମହାନ୍ତ, ସାଂସଦ ପ୍ରତିନିଧି ବରୁଣ ଦେ,ସଂଜୟ ନାୟକ,ନାରୀ ନେତ୍ରୀ ମିଥିଳା ଟୁଡୁ,ମିନତୀ ଵଶା,ଆଲୋକ ରଂଜନ ମହାନ୍ତ,ସାଓନା ମାଝୀ, ସମେତ ବହୁ ଦଳୀୟ କର୍ମୀ ବନ୍ଦରେ ସାମିଲ ହୋଇ ଶୃଙ୍ଖଳା ସହ ବନ୍ଦ କରିଥିଲେ । ସେହିଭଳି ବାମନଘାଟୀ ଉପଖଣ୍ଡରଗୋରୁମହିଷାଣୀ,ଝରାଡିହି, ବହଳଦା, ତିରିଂ,ବଡ଼ଗାରିମା,ଯାମଦା,ବାଦାମ ପାହାଡ଼,ହାଟବାଦଡା, ବିଜାତଳା,ବିଶୋଇ ପ୍ରଭୃତି ସ୍ଥାନରେ ଦଳୀୟ କର୍ମୀବୃନ୍ଦ ଵନ୍ଦରେ ସାମିଲ ହୋଇଥିଲେ । ଵନ୍ଦ ଯୋଗୁଁ ବାମନଘାଟୀ ଉପଖଣ୍ଡ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀରେ ଐତିହାସିକ ବିଜୟ ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ ଏହି ଐତିହାସିକ ବିଜୟ ଜନସେବା ପ୍ରତି ଆମର ପ୍ରତିବଦ୍ଧତାର ପ୍ରତିଫଳନ: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

Sunil Chandra Nayak

କୋକସରା ବ୍ଲକ କଂଗ୍ରେସ ପକ୍ଷରୁ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଅଞ୍ଚଳର ବିକାଶ ଓ ସମସ୍ୟାର ସମାଧାନ ଆମର ମୂଳ ମନ୍ତ୍ର – ବିଧାୟକ ଦୁର୍ଗା ଚରଣ ତନ୍ତୀ 

masiha

Leave a Comment

error: Content is protected !!