ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ବିଶ୍ବ ରେକର୍ଡ ପାଳନ ମହୋତ୍ସବ , ସମ୍ବର୍ଦ୍ଧିତ ହେଲେ ରାଉରକେଲାର କବି କୁଞ୍ଜବିହାରୀ, ସୁଶାନ୍ତ, ସସ୍ମିତା ଓ ସୁଚିସ୍ମିତା

ରାଉରକେଲା/କଟକର କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ବିଶ୍ବରେକର୍ଡ ପାଳନ ମହୋତ୍ସବ ଏବଂ ରାଜ୍ୟସ୍ତରୀୟ ରଥ ପଥ ଜଗନ୍ନାଥ ସାହିତ୍ୟ ମହାସଭା:୨୦୨୩ କଟକର ଚହଟେଶ୍ବର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଉରକେଲାର କବି କୁଞ୍ଜବିହାରୀ ରାଉତ ଙ୍କୁ ଭଜକୃଷ୍ଣ ସାରସ୍ବତ ସ୍ମୃତି ସଂସଦ ରାଉରକେଲା ର ସଂପାଦକ ଓ କବି ସୁଶାନ୍ତ କୁମାର ନାୟକ, ସସ୍ମିତା ପ୍ରଧାନ ଓ ସୁଚିସ୍ମିତା ପଣ୍ଡାଙ୍କୁ କବି ସାରସ୍ବତ ପ୍ରତିଭା ( ରଥ ପଥ ଜଗନ୍ନାଥ ସାରସ୍ବତ ସମ୍ମାନ:୨୦୨୩) ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ମୁଖ୍ୟ ତଥା ସାଧାରଣ ସଂପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାମୁଖ୍ୟ ଭାବେ ଶାରଳା ସାହିତ୍ୟ ସଂସଦର ସଭାପତି ଇଂ ପ୍ରଭାକର ସ୍ବାଇଁ, ଉଦଘାଟକ ଭାବେ କଟକ ମେୟର ସୁବାସ ସିଂ, ମୁଖ୍ୟଅତିଥି ଭାବେ ନ୍ୟାୟଧୀଶ ମନୋରଞ୍ଜନ ମହାନ୍ତି, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ତଥା ପ୍ରଶାସକ ଜୟନ୍ତ କୁମାର ଦାସ, ବରେଣ୍ୟ ଅତିଥି ଭାବେ ଉତ୍କଳ ସାହିତ୍ୟ ସମାଜର ସଭାପତି ଡଃ ଗୋବିନ୍ଦଚନ୍ଦ୍ର ଚାନ୍ଦ, ସମ୍ମାନିତ ବକ୍ତା ଭାବେ ଅଧ୍ୟାପିକା ମନସ୍ବିନୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ତିନି ପର୍ଯ୍ୟାୟ ବିଶିଷ୍ଟ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଅନୁଷ୍ଠାନକୁ ପ୍ରାପ୍ତ ହୋଇଥିବା ୩୦ ଗୋଟି ବିଶ୍ବ ରେକର୍ଡ ମାନପତ୍ରକୁ ଉନ୍ମୋଚନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ସଂପାଦକ ମଂଚରେ ଓଡିଶାର ବିଭିନ୍ନ ଜିଲ୍ଲାର ୧୧୦ ଜଣ ସାହିତ୍ୟନୁଷ୍ଠାନ ଓ ପତ୍ରିକାର ସଂପାଦକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କ୍ରମରେ ରାଉରକେଲାର କବି କୁଞ୍ଜବିହାରୀ ରାଉତଙ୍କୁ ସମ୍ମାନିତ କରାଯାଇଥିଲା । ଏହା ସହ ସମସ୍ତ ସଂପାଦକ ବିଶ୍ବ ରେକର୍ଡ ସମ୍ମାନ ସନନ୍ଦକୁ ଉନ୍ମୋଚନ କରି କୈବଲ୍ୟ ସାହିତ୍ୟ ସଂସଦର ପ୍ରତିବଦ୍ଧତା କୁ ପ୍ରଶଂସା କରିଥିଲେ । ତୃତୀୟ ତଥା ଉଦଯାପନୀ ଅଧିବେଶନ ରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ କୁଳପତି ପ୍ରଫେସର କୁମରବର ଦାସ,ମୁଖ୍ୟବକ୍ତା ଭାବେ ପ୍ରଧ୍ଯାପିକା ବିଦ୍ୟୁତପ୍ରଭା ମିଶ୍ର,ସମ୍ମାନିତ ବକ୍ତା ଭାବେ ଆଭାରାଣୀ ବଳ,ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀ, ବ୍ୟଙ୍ଗକୁମୁଦ ସଂପଦ ରଥ, ସଂପର୍କ ସାହିତ୍ୟ ସଂସଦର ସଭାପତି କୈଳାଶଚନ୍ଦ୍ର ଜେନା, ପଣ୍ଡିତ ନୀଳକଣ୍ଠ ରାଉତ, ରାମପ୍ରସାଦ ଦାସ ପ୍ରମୁଖ ଯୋଗଦେଇ ସଂସଦର ବିଶ୍ବରେକର୍ଡ ସମ୍ମାନ ସନନ୍ଦକୁ ଉନ୍ମୋଚନ କରି ରଥ ପଥ ଜଗନ୍ନାଥ ଶୀର୍ଷକ ଆଲୋଚନା ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ମହନୀୟତା ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ରାଉରକେଲାର ବିଶିଷ୍ଟ କବି ସୁଶାନ୍ତ କୁମାର ନାୟକ, ସସ୍ମିତା ପ୍ରଧାନ ଓ ସୁଚିସ୍ମିତା ପଣ୍ଡାଙ୍କ ସମେତ ଚାରିଶହ ଜଣ ସାହିତ୍ୟ ପ୍ରତିଭାଙ୍କୁ ରଥ ପଥ ଜଗନ୍ନାଥ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥିଲା। ଆବାହକ ତଥା ସଂପାଦକ ଡଃ ସାମନ୍ତରାୟ ସଂପାଦକୀୟ ବିବରଣୀରେ ସଂସଦ ୨୦୨୨-୨୩ ରେ ୧୯ ଗୋଟି ଜିଲ୍ଲା ସ୍ତରୀୟ ଏବଂ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ କରି ସର୍ବାଧିକ ୨୨୦୦ଜଣ ପ୍ରତିଭାକୁ ସମ୍ବର୍ଦ୍ଧିତ କରି ବିଶ୍ବରେକର୍ଡ କରିପାରିଛି ବୋଲି ମତବ୍ଯକ୍ତ କରିଥିଲେ । ସାହିତ୍ୟିକା ଜୟଶ୍ରୀ ପଟ୍ଟନାୟକ ଓ ମହିସ୍ମିତା ଓଝା ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ବଜିତ ସୂର୍ଯ୍ୟବଂଶୀ,ଡଃ ଲକ୍ଷ୍ମଣ ସାହୁ,ଦୀପାୟନ ପଟ୍ଟନାୟକ, ବିଜୟ ଦାସ, ବିରେନ୍ଦ୍ର ଜେନା, ଅଧ୍ୟାପିକା ପ୍ରଜ୍ଞାଲୀନ ସାହୁ, ଗୀତାଞ୍ଜଳୀ ପୃଷ୍ଟି, ବିମଳା ସିଂ, ନଟବର ପ୍ରଧାନ, ତେଜସ୍ଵିନୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ତ୍ରୟୋଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଘାଟନ ଉତ୍ସବରେ ବନଜ୍ୟୋସ୍ନା ସମେତ ଅନେକ ପୁସ୍ତକ ଉନ୍ମୋଚିତ 

Sunil Chandra Nayak

Desalin Sethy clear OCS Exams.

Sunil Chandra Nayak

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗାୟତ୍ରୀ ନଗର ଠାରେ ରାକ୍ଷୀ ପୂର୍ଣ୍ଣିମା ପାଳନ 

Sunil Chandra Nayak

Leave a Comment

error: Content is protected !!