ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଵ ଭାରତୀୟ ପ୍ରଶାସନିକ ସେବାରେ କୋକସରା ବ୍ଲକ ପାଇଁ ଗୌରବ ଆଣିଲେ ସିଦ୍ଧାନ୍ତ ବେଶ୍ରା

କୋକସରା,୨୩/୦୫  //ଆଜି ସର୍ଵ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଭିଲ ସର୍ଭିସ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ଗ୍ରାମର ରାଜେନ୍ଦ୍ର ବେଶ୍ରା ଓ ଅଞ୍ଜନା ନାଗଙ୍କ ପୁଅ ସିଦ୍ଧାନ୍ତ ବେଶ୍ରା ୮୮୭ ରେଙ୍କରେ କୃତକାର୍ଯ୍ୟ ହୋଇ ଜିଲ୍ଲା ଓ ବ୍ଲକ ପାଇଁ ଗୌରବ ଆଣିଛନ୍ତି। ସେ ଟାଟା ଷ୍ଟିଲରେ ଆସିଷ୍ଟାଣ୍ଡ ଜେନେରାଲ ମ୍ୟାନେଜର ଭାବେ ଗତ ଏକ ବର୍ଷ ହେବ କାର୍ଯ୍ୟ କରୁଛନ୍ତି। ଏହି ଖବର ମିଳିବା ପରେ ଜିଲ୍ଲାରେ ଓ ବ୍ଲକରେ ଉତ୍ସଵର ମାହୋଲ ଦେଖାଦେଇଛି। ପ୍ରଥମ ଥର ପାଇଁ କୋକସରା ବ୍ଲକର ପୁଅ ଆଇଏଏସ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ବେଳେ ତାଙ୍କ ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଚିତ୍ରକୋଟ ଗ୍ରାମରେ ପାଟ ବାଲିଯାତ୍ରା ଅନୁଷ୍ଠିତ

୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ଓଡ଼ିଆ ପକ୍ଷ ପାଳନ ଅବସରରେ ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ଛାତ୍ରୀ ପୁରସ୍କୃତ

Sunil Chandra Nayak

Leave a Comment

error: Content is protected !!