ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନ ପୋଡ଼ାଗୁଡା ଠାରେ ଖୋଲିଲା ନୂତନ ପ୍ରାଥମିକ କୃଷି ସମବାୟ ସମିତି, ଉଦଘାଟନୀ ଉତ୍ସଵରେ ଯୋଗଦେଲେ ଧର୍ମଗଡ଼ ବିଧାୟକ

କୋକସରା,୨୩/୫- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡ଼ାଗୁଡା ଠାରେ ଆଜି ପ୍ରାଥମିକ କୃଷି ସମବାୟ ସମିତିର ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସଵ ଅବସରରେ ଟେମରା ସମବାୟ ସଭାପତି ନବୀନ ପୁଝାରିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଯୋଗଦେଇ ଆନୁଷ୍ଠାନିକ ଭାବେ ପୋଡ଼ାଗୁଡା ସମବାୟ ସମିତିର ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । କୃଷକଙ୍କ ମେରୁଦଣ୍ଡ ହେଉଛି ସମବାୟ ସମିତି ଏବେ ରାଜ୍ୟ ସରକାର ଚାଷିଙ୍କ ପାଇଁ ବିନା ସୁଧରେ ୧ ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇ ଦେଇଛନ୍ତି । ଚାଷି ଏହାର ଲାଭ ନେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ଉପସ୍ଥିତ ରହି ଉପାନ୍ତ ଅଞ୍ଚଳରେ ସମବାୟ ସମିତି ଖୋଲିବା ପରେ ଚାଷିଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ ହେବ ବୋଳି କହିଛନ୍ତି। ସମ୍ମାନିତ ଅତିଥି ଭାବେ କୋକସରା ତହସିଲଦାର ଦେବବ୍ରତ କରାଟି, ପୋଡ଼ାଗୁଡା ସରପଞ୍ଚ ଜୟରାମ ନାଗ, ସମିତି ସଭ୍ୟ ରାଜୀବ ଖମାରି, କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଇନ୍ଦ୍ରମଣି ଧ. ମାଝୀ, ବିଜେଡି ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼, ପୋଡ଼ାଗୁଡା ସମବାୟ ସମିତି ସଭାପତି କୁଞ୍ଜ ବିହାରୀ ସୋରି, ସଂଯୋଜକ ଲକ୍ଷ୍ମୀଧର ପୁଝାରି, ଟେମରା ପେକ୍ସ ସମ୍ପାଦକ ରଞ୍ଜନ ପାଣିଗ୍ରାହୀ ମଞ୍ଚରେ ଉପସ୍ଥିତ ରହି ନୂତନ ଭାବେ ପୋଡ଼ାଗୁଡା ସମବାୟ ସମିତି ଖୋଲିଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ଏହି ସମବାୟ ସମିତି ଖୋଲିବା ପରେ ଏହି ଅଞ୍ଚଳର ଚାଷି ମାନେ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ଯୋଜନାରେ ସାମିଲ ହୋଇ ଉପକୃତ ହେବେ ବୋଲି ମତ ଦେଇଥିଲେ। କାର୍ଯ୍ୟକ୍ରମକୁ ମଙ୍ଗରାଜ ନାଗ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସମବାୟ ଅଧୀନ ଅନେକ ଚାଷି ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଏକାମ୍ର କ୍ଷେତ୍ର ର ବିନ୍ଦୁସାଗରରେ ଆଳତି, ଏପ୍ରିଲ ୨ ଚୈତ ପୁର୍ଣିମା ପନ୍ଦର ତମ ବିନ୍ଦୁସାଗର ଆଳତି ଅନୁଷ୍ଠିତ ହୋଇଯାଇଛି

Sunil Chandra Nayak

ସମ୍ବିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତି ପରିସରରେ ଦିପୋଛବର୍ ଆୟୋଜନରେ ଯୋଗ ଦେଲେ ଜୁଏଲ ଓରାମ

masiha

‘ନବୀନ’ କାର୍ଯ୍ୟାଳୟରେ 76ତମ ସାଧାରଣତନ୍ତ୍ର ଦିବସ ପାଳିତ, ଦେଶାତ୍ମକବୋଧ କବିତା ପାଠୋତ୍ସବ

masiha

Leave a Comment

error: Content is protected !!