ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳନ ଅବସରରେ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ର- ଶିକ୍ଷକ ସମ୍ମିଳନୀ -୨୦୨୪ ଅନୁଷ୍ଠିତ 

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳନ ଅବସରରେ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ର- ଶିକ୍ଷକ ସମ୍ମିଳନୀ -୨୦୨୪ ଅନୁଷ୍ଠିତ 

 ଢେଙ୍କାନାଳ (ମ ସୀ ହା )୦୫/୦୯_ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ଗୁରୁ ଦିବସ ନିରାଡ଼ମ୍ବର ଭାବେ ପାଳନ ଅବସରରେ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ର- ଶିକ୍ଷକ ସମ୍ମିଳନୀ -୨୦୨୪ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ,ଓଡ଼ିଶା ଶିକ୍ଷାସେବା(ଏସ. ବି)(ଗ୍ରୁପ -ଏ) ଜୁନିୟରଙ୍କ ମାର୍ଗଦର୍ଶନରେ ବରିଷ୍ଠ ସହକାରୀ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବରେ ପ୍ରାକ୍ତନ ଅବସର ପ୍ରାପ୍ତ କଳା ଶିକ୍ଷକ,ସୁସାହିତ୍ୟିକ,ସୁସଙ୍ଗଠକ,ବିଶିଷ୍ଠ ନାଟ୍ୟକାର ଓ ଅଭିନେତା,ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଯୋଗଦାନ କରି ସ୍ଵୀୟ ଅଭିଭାଷଣରେ ଗୁରୁ- ଛାତ୍ର ସମ୍ପର୍କର ସେତୁବନ୍ଧ ଓ ଅତୀତର ଅଭୁଲା ସ୍ମୃତିଚାରଣ ହିଁ ଶିକ୍ଷା ଓ ଶିକ୍ଷାୟତନର ବିକାଶର ମୂଳମନ୍ତ୍ର ବୋଲି ମତ ପ୍ରକାଶ କରି ଥିଲେ। ତାଙ୍କ ଦ୍ଵାରା ପରିବେଷିତ ମିଛ ଗପର ସ୍ରଷ୍ଟା ସ୍ଵର୍ଗତଃ ବାସୁଦେବ ପଟ୍ଟନାୟକଙ୍କ ମିଛ ଗପର ବର୍ଣନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ସହିତ ପରିଶେଷରେ ସଭାରେ ହାସ୍ୟରୋକ ଳଗୋଟିଏ ଅବସରରେ ଚତୁର୍ଥ ଶ୍ରେଣୀର ଛାତ୍ର ବି.ଶ୍ରେୟାନ୍ ସ୍ ,ଷଷ୍ଠ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସାନଭି ତ୍ରିପାଠୀ, ନବମ ଶ୍ରେଣୀର ଦେବୀକ୍ରିଷ୍ଣା ପରିଡ଼ା,ଅଭିଷେକ ଆଚାର୍ଯ୍ୟ, ଅଷ୍ଟମ ଶ୍ରେଣୀର ସାଇ ସ୍ନେହା ବେହେରା,ଅଷ୍ଟମ ଶ୍ରେଣୀର ଇପ୍ସିତା ପ୍ରିୟଦର୍ଶିନୀ ସାହୁ,ଶୁଭମ୍ ଲେଙ୍କା,ରତ୍ନ ମଞ୍ଜରୀ ସାମଲ,ସପ୍ତମ ଶ୍ରେଣୀର ଅମିତ୍ ନାୟକ,ମେହେକା ଫାତ୍ ମା, ଷଷ୍ଠ ଶ୍ରେଣୀର ଛାତ୍ରୀ ତେଜସ୍ଵୀନି ମିଶ୍ର,ଉର୍ବୀ ପ୍ରିୟଦର୍ଶିନୀ ବାରିକ,ଅଂଶୁପ୍ରଭା ଷେଣ୍ଢ,ଚତୁର୍ଥ ଶ୍ରେଣୀର ଶ୍ରୀୟାଶ୍ରୀ ସାମଲ ଓ ସାଇ ପ୍ରସାଦ ମିଶ୍ର ପ୍ରମୁଖ ଛାତ୍ରୀ ଛାତ୍ର ବୃନ୍ଦ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ ଓ ଗୁରୁଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସ୍ୱ ସ୍ୱ ବକ୍ତବ୍ୟ ରଖିଥିଲେ।ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ଦ୍ଵାରା ତିନୋଟି ଦଳଗତ ନୃତ୍ୟ,ସପ୍ତମ ଶ୍ରେଣୀର ପିଲାଙ୍କ ଦ୍ଵାରା ଦଳଗତ ସମ୍ବଲପୁରୀ ନୃତ୍ୟ ଏବଂ ନବମ ଶ୍ରେଣୀ ପିଲାଙ୍କ ଦ୍ଵାରା ଗୋଟିଏ ଏକକ ନୃତ୍ୟ ଓ ଗୋଟିଏ ଦ୍ୱେତ ନୃତ୍ୟ ପରିବେଷଣ କରାଯାଇଥିଲା । ଏହା ସହିତ ଚତୁର୍ଥ ଶ୍ରେଣୀ ଛାତ୍ରୀ ଶୀତଲ ପରିଡ଼ା ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏକକ ଓ ଦଳଗତ ସଙ୍ଗୀତ ପରିବେଷଣ କରାଯାଇଥିଲା।ପରି ଶେଷରେ ଶିକ୍ଷକ ଭୂପେନ୍ଦ୍ର ସିଂହ ମାଝିଙ୍କ ରଚନା ଓ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକଙ୍କ ଯୁଗ୍ମ ନିର୍ଦ୍ଦେଶନାରେ ତଥା ଅନ୍ୟାନ୍ୟ ବିଜ୍ଞାନ ଶିକ୍ଷୟିତ୍ରୀ, ଶିକ୍ଷକ ମାନଙ୍କ ମିଳିତ ମାର୍ଗଦର୍ଶନରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଜ୍ଞାନ ନାଟକ ‘ ପୃଥିବୀ ମାତାର ଦୁଃଖ’ ପରିବେଷଣ କରିଥିଲେ ।ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ସଭାପତି ଡ଼ା ଦେବୀ ପ୍ରସାଦ ମିଶ୍ର,ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ମହାନ ଗୁରୁ, ଶିକ୍ଷାବିତ୍ ତଥା ଭାରତର ପ୍ରାକ୍ତନ ମହାମହିମ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ,ଗୁରୁ ଦିବସର ତାତ୍ପର୍ଯ୍ୟ, ବିଦ୍ୟାଳୟର ଅତୀତର ଅଭୁଲା ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ଯେଉଁ ମାନେ ଶିକ୍ଷା କ୍ଷେତ୍ରରେ ମଣିଷ ତିଆରି କାରଖାନାରେ ମଣିଷ ତିଆରି କରୁଛନ୍ତି ଓ ଦେଶ ଗଠନରେ ପ୍ରତ୍ୟେକ କ୍ଷେତ୍ରରେ ଯେଉଁ ମାନେ ପ୍ରମୁଖ ଭୁମିକା ନିର୍ବାହ କରୁଛନ୍ତି ସମସ୍ତଙ୍କୁ ପ୍ରଣାମ ଜଣାଇ ସମସ୍ତେ ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିର ସଫଳ ରୂପାୟନ କରିବାକୁ ସମସ୍ତେ ଆଗେଇ ଆସିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ। 

ବିଦ୍ୟାଳୟର ଆଲୁମିିନି ଆସୋସିଏସନର ସଭ୍ୟ ସଭ୍ୟା ବୃନ୍ଦ, ଅଭିଭାବକ,ଅଭିଭାବିକା ଓ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ବିଦ୍ୟାଳୟର ୧୯୮୦ ମସିହା ବ୍ୟାଚ୍ ର ପ୍ରାକ୍ତନ ଛାତ୍ର ,ମୋ ସ୍କୁଲ କାର୍ଯ୍ୟକ୍ରମର ସଂଯୋଜକ,ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର,ବିଦ୍ୟାଳୟର ସଂସ୍କୃତି ବିଭାଗର ଦାୟିତ୍ୱରେ ଥିବା ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ପ୍ରାକ୍ତନ ଛାତ୍ର, ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ସ୍ଥଳ ବାହିନୀ,ବାଳକ ବିଭାଗର ଦାୟିତ୍ୱରେ ଥିବା ଅଫିସର ଦିପ୍ତିଶ କୁମାର ଶତପଥୀ,ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ ଅଫିସର ଧ୍ୟାନଚାନ୍ଦ ମିଶ୍ର,ସମର ଶିକ୍ଷାର୍ଥୀ ସ୍ଥଳ ବାଳକ ବାହିନୀର ପ୍ରାକ୍ତନ ଏନ୍.ସି.ସି. ଅଫିସର୍ ,ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ,ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,ସୁଚିତ୍ରା ସାହୁ, ସମର ଶିକ୍ଷାର୍ଥୀ ସ୍ଥଳ ବାଳିକା ବାହିନୀର ଥାର୍ଡ ଅଫିସର ଅନୁପମା ପଣ୍ଡା,ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ତଥା ସମର ଶିକ୍ଷାର୍ଥୀ ନୌବାହିନୀ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ କିରଣମୟୀ ମହାଳିକ,କଲ୍ୟାଣୀ ବଡ଼ଜେନା, କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା ଏଲିମେଣ୍ଟାରି ଶିକ୍ଷୟିତ୍ରୀ ଅନିତା ସାହୁ,ସ୍ମିତା ପଟ୍ଟନାୟକ,କାର୍ଯ୍ୟାଳୟ ସହକାରୀ ପ୍ରଫୁଲ୍ଲ କୁମାର ବିଶ୍ବାଳ, ଭୋକେଶନାଲ ଦାୟିତ୍ୱରେ ଥିବା ଶୁଭଶ୍ରୀ ଦେବସ୍ମିତା ରାଉତ, ସୁଜିତ କୁମାର ବାରା,ବାସୁଦେବ ରଣା,ମମତା ବେହେରା, ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ, ବିଦ୍ୟାଳୟରେ କୋଭିଡ-୧୯ ନିୟମାବଳୀ ଅନୁପାଳନ କରି ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୂଖ୍ୟ ଅତିଥି,ମୁଖ୍ୟବକ୍ତାଙ୍କ ସମେତ ଉପସ୍ଥିତ ସମସ୍ତେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ, ଧୂପ -ଦୀପ ଅର୍ପଣ କରିଥିଲେ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସୁମଧୁର ସ୍ବାଗତ ସଙ୍ଗୀତ ଗୁରୁବନ୍ଦନା ଗାନ କରିଥିଲେ।

ବିଦ୍ୟାଳୟର ୧୯୮୦ ମସିହା ବ୍ୟାଚ୍ ର ପ୍ରାକ୍ତନ ଛାତ୍ର ,ମୋ ସ୍କୁଲ କାର୍ଯ୍ୟକ୍ରମର ସଂଯୋଜକ,ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡା.ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ,ସମ୍ମିଳନୀର ଆଭିମୁଖ୍ୟ ବର୍ଣ୍ଣନା,ସଭାପତି ଭାବରେ କାର୍ଯ୍ୟକ୍ରମର ସଫଳ ପରିଚାଳନା ଓ ସଂଯୋଜନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

UAIL and Baphlimali Mines Observes 11th International Yoga Day 

masiha

ଚିକିଲି ଗ୍ରାମର ବିଦ୍ୟାଳୟରୁ ୩ ଦିନ ପରେ ଖୋଲିଲା ତାଲା 

masiha

ଡଙ୍ଗରିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!