ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକତ୍ର ର ନାଟ୍ଯ ଆଲୋଚନାଚକ୍ର , କାବ୍ୟ ଭିତରେ ନାଟକ ଶ୍ରେଷ୍ଠ କାବ୍ୟ: ନବୀନ ପରିଡା 

ରାଉରକେଲା/ କାବ୍ୟ ଭିତରେ ନାଟକ ଶ୍ରେଷ୍ଠ କାବ୍ୟ । ନାଟକର ସ୍ବରୂପ ପ୍ରତିଦିନ ମୃତ୍ୟୁ ଘଟେ ପୁଣି ପରଦିନ ଜନ୍ମନିଏ। ତେଣୁ ନାଟକ ଶତରୂପା ବୋଲି ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ନାଟ୍ଯକାର ନବୀନ ପରିଡା ମତବ୍ଯକ୍ତ କରିଛନ୍ତି । ଇସ୍ପାତ ନଗରୀର ୨୪ଟି ନାଟ୍ଯାନୁଷ୍ଠାନ କୁ ନେଇ ଗଠିତ ‘ଏକତ୍ର ‘ ରାଉରକେଲା ତରଫରୁ ସେକ୍ଟର ୭ ମଧୁମଣ୍ଡପ ଠାରେ ଆୟୋଜିତ ଆଲୋଚନାର ଶୀର୍ଷକ ‘ ଦୃଶ୍ୟକାବ୍ୟରେ ଦୃଶତ୍ବ’ ରେ ମୁଖ୍ୟ ଆଲୋଚକ ଭାବେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ନାଟ୍ଯକାର, ନିର୍ଦ୍ଦେଶକ, ଅଭିନେତା ନବୀନ କୁମାର ପରିଡା ଉପରୋକ୍ତ ମନ୍ତବ୍ଯ ସହ ଲିଖିତ ନାଟକର ୬ଟି ଉପାଦାନ, ୩ ଦ୍ବନ୍ଦ ସଂପର୍କରେ ଆଲୋଚନା କରିଥିଲେ । ନାଟ୍ଯକାର ଯଦି ମା ହୁଏ,ତେବେ ନିର୍ଦ୍ଦେଶକ ବାପା ହୁଅନ୍ତି । କଳାର କୌଣସି ସୀମା ନଥାଏ। ଦର୍ଶକଙ୍କ ଦ୍ବାରା ଆଦୃତ ନାଟକ କାଳଜୟୀ ହୁଏ ବୋଲି ସେ ମତ ରଖିଥିଲେ । ଅନ୍ୟତମ ଆଲୋଚକ ଭାବେ ନିର୍ଦ୍ଦେଶକ ତଥା ଅଭିନେତା କୈଳାଶ ପାଣିଗ୍ରାହୀ ନାଟକର ଧର୍ମ,ମଞ୍ଚ ନାଟକର ଧର୍ମ, ଦୃଶ୍ୟ ବିମ୍ବ ଓ ମାଧ୍ୟମ, ଦୃଶ୍ୟକାବ୍ୟର ଭୂମିକା, କାଳ୍ପନିକ ମଞ୍ଚାୟନ, ବାସ୍ତବ ମଞ୍ଚାୟନ, ଦୃଶ୍ୟବିମ୍ବର ସମାହାର ସଂପର୍କରେ ଆଲୋଚନା କରିଥିଲେ । ଆଲୋଚକ ନାଟ୍ଯକାର ତଥା ଚଳଚ୍ଚିତ୍ର ଲେଖକ ଡଃ ସଞ୍ଜୟ ହାତୀ ନାଟକର ବିଭିନ୍ନ ଦିଗ ଉପରେ ଆଲୋଚନା କରିବାସହ କହିଲେ ଯେ ନାଟକ ଏଭଳି ସାହିତ୍ୟ ଯାହା ଆମ ଆଖି ସାମ୍ନାରେ କଥା କୁହେ ଓ ଚାଲେ। ସେହିପରି ଅନ୍ୟତମ ଆଲୋଚକ ନାଟ୍ଯକାର ନଳିନୀ ନିହାର ନାୟକ ଆଧୁନିକତା ସହ ତାଳ ମିଳାଇ ନାଟକ ପର୍ଯ୍ୟବେଶିତ ହେବା ଉପରେ ଗୁରୁତ୍ବାରୋପ କରିଥିଲେ । ପ୍ରାରମ୍ଭରେ ଏକତ୍ର ର ସାଧାରଣ ସଂପାଦକ ସ୍ବଦେଶ ନାୟକ ସ୍ବାଗତ ଭାଷଣ ସହ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ଓ କାର୍ଯ୍ୟକାରୀ ସଭାପତି ଆଲୋକ ବୋଷ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଭାପତି ରାଜୀବ ପାଣି କାର୍ଯ୍ୟକ୍ରମ ପରିଚାଳନା ସହ ନାଟକର ସଫଳ ପ୍ରଦର୍ଶନରେ ନାଟ୍ଯକାର, ନିର୍ଦ୍ଦେଶକଙ୍କ ବ୍ୟକ୍ତିତ୍ବ ଓ ଦକ୍ଷତା ସଂପର୍କରେ ଆଲୋଚନା କରିଥିଲେ । ଉପଦେଷ୍ଟା ଡା କୃପାସିନ୍ଧୁ ନାୟକ ସଫଳ ନାଟକର ଉପାଦେୟତା ଓ ନାଟକ ପ୍ରତି ପ୍ରତିବଦ୍ଧତା ଓପରେ ମତବ୍ଯକ୍ତ କରିଥିଲେ । ଏହି ଆଲୋଚନାଚକ୍ରରେ ୨୪ଟି ନାଟ୍ଯାନୁଷ୍ଠାନର ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ କଳାକାର, ନିର୍ଦ୍ଦେଶକ, ନାଟ୍ଯପ୍ରେମୀ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ କୋଷାଧ୍ୟକ୍ଷ ପ୍ରଜ୍ଞାନନ୍ଦ ମହାନ୍ତି, କନକଲତା ଦାସ, ସୂର୍ଯ୍ୟରଶ୍ମି ଦାସ, ପ୍ରବୀର ଜେନା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ରମେଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କବିତା ତାଡିଙ୍ଗି ଙ୍କୁ ଜନ୍ମ ମାଟିରେ ଭବ୍ୟ ସ୍ବାଗତ କଲା ଆଦିବାସୀ କୁଇ କୁଲମ ସମାଜ

Sunil Chandra Nayak

ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

masiha

ଭାପୁରରେ ବ୍ଲକ୍ ସ୍ଥରୀୟ ବ୍ୟାଙ୍କିଙ୍ଗ ସେବା ଓ ୠଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!