ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡମ୍ବବସା ଆମ୍ବ ତୋଟାରେ ଶୀତଳ ଷଷ୍ଠୀ ଯାତ୍ରା

ଗୋଳାମୁଣ୍ଡା/୨୫/୫/ନିର୍ଭୟ, ନିରପେକ୍ଷ ମସିହା/ଆଜି ଏକ ସୌଭାଗ୍ୟର ଓ ପବିତ୍ରଦିବସ ଭାବେ ଶିବ ବିବାହର ଅନ୍ତିମ ଦିବସ ଅବସରରେ ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ଚେରଗାଁ ପଞ୍ଚାୟତ ଅଧୀନରେ ଥିବା ଡମ୍ବ ବସା ଆମ୍ବ ବୋରି ନିକଟରେ ଗୋଳାମୁଣ୍ଡା ଜନକଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମକୁମାର ସେନାପତି, ସମ୍ପାଦକ ଈଶ୍ୱର ପୁଟେଲ, ସରୋଜ ମୁଣ୍ଡ, ସୁରେନ୍ଦ୍ର କୁମାର ଭୋଇ, ଓ ଖିରସିନ୍ଦୁ ପୁଟେଲ ପ୍ରମୁଖ ଶିଵ ବିବାହ ଦର୍ଶନ କରିଥିଲେ । ବଡ଼ଚେରଗାଁ ପଞ୍ଚାୟତର ଡମ୍ବବସା ଗ୍ରାମର ଆମ୍ବ ବୋରିରେ ଶିବ ଓ ପାର୍ବତୀ ଙ୍କ ବିବାହ ଗତ ତା୨୩/୫/୨୩ରୁ ତା୨୫/୫/୨୩ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଏଥିରେ ଶହ ଶହ ଲୋକଙ୍କର ସୁଅ ଛୁଟୀ ଥିବା ବେଳେ ଦୁରଦୁରନ୍ତାରୁ ଶ୍ରଦ୍ଧାଳୁ ଭକ୍ତ ମାନେ ଆସି ଆନନ୍ଦ ଉଲ୍ଲାସର ସହିତ ଦର୍ଶନ କରିଥିଲେ,ହେଲେ ପାନୀୟ ଜଳର ଅଭାବ ଯୋଗୁଁ ଭକ୍ତଙ୍କ ମଧ୍ୟରେ ଅସୁବିଧା ହେଉଥିବା ବେଳେ ଶହ ଶହ ଶ୍ରଦ୍ଧାଳୁ ଲୋକେ ଗୋଳାମୁଣ୍ଡା ବିଡ଼ିଓ ଶ୍ରୀଧର ପଣ୍ଡା ଏବଂ ବ୍ଲକଅଧ୍ୟକ୍ଷ ଶ୍ରୀ ଯୁକ୍ତ ବିନ୍ଦୁ ମହାନନ୍ଦ ଙ୍କୁ ଅନୁରୋଧ କରିଛନ୍ତି ଯେ ତୁରନ୍ତ ନଳ କୂପ ଖନନ କାର୍ଯ୍ୟ ଆରମ୍ଭ କରାଗଲେ ଅଞ୍ଚଳ ବାସୀ ଉପକୃତ ହେବେ ବୋଲି ସ୍ଥାନୀୟ ଜନସାଧାରଣ ପାର୍ଥବ ନାଇକ,କାଠ ମାଝୀ, ସୁବାସୀନ ନାଇକ, ଲିଙ୍ଗରାଜ ନାଇକ, ଧନୁର୍ଯ୍ୟ ଭୋଇ, ସଞ୍ଜୁଲତା ନିକ, ଦୁର୍ଯ୍ୟୋଧନ ସା, ବିଦ୍ୟାଧର ନାଇକ, ନଳ ନାଇକ, ପଡୁ ନାଇକ, ବଂଶୀଧର ରଣା, ପ୍ରମୁଖ ଦାବି କରିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ସୁଶ୍ରୀ ରେଣୁ ବିଶି ପାଇବେ ଜାତୀୟ ଶିଶୁ କଳାକାର ବୃତ୍ତି ସମ୍ମାନ  

Sunil Chandra Nayak

ପୁରୀ ରାମ କୃଷ୍ଣ ମିଶନ ମହାରାଜ ଙ୍କ ଦ୍ଵାରା ଗରୀବ ଛାତ୍ରଛାତ୍ରୀ ମାନଙ୍କୁ ରେନ୍ କୋଟ ବଣ୍ଟନ କାର୍ଯ୍ୟକ୍ରମ

masiha

ବାଣପୁର ବ୍ଲକ ଅଧକ୍ଷ ଓ ଉପାଧକ୍ଷାଙ୍କ ନୂତନ କାର୍ଯ୍ୟାଳୟକୁ ପ୍ରବେଶ !!!

Sunil Chandra Nayak

Leave a Comment

error: Content is protected !!