ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଶୋଇ ଥାନା ! ଡାହାଣୀ ସନ୍ଦେହ ନା ଜମିବାଡ଼ି ମାମଲା ! କାକା ଶଶୁର ତୀର ମାଡ଼ରେ ଘାଇଲା ଵୋହୂ

ମୟୂରଭଞ୍ଜ – ୨୬/୫ (ମସିହା)ସମାଜରୁ ଅନ୍ଧ ବିଶ୍ବାସ,ଡାହାଣୀ ସନ୍ଦେହ ନେଇ ସରକାର , ପ୍ରଶାସନ,ପୋଲିସ, ଅଙ୍ଗନବାଡ଼ି ଦିଦି,ଆଶା କର୍ମୀ, ସ୍ବେଛାସେବୀ, ସାମାଜିକ କର୍ମୀ, ଗଣମାଧ୍ୟମ ସଚେତନତା ପାଇଁ ଯେତେ ପ୍ରଚେଷ୍ଟା କଲେ ମଧ୍ଯ ପରିସ୍ଥିତି ସୁଧୁରି ନାହିଁ ।ବିଶେଷତଃ ଆଦିବାସୀ ବହୁଳ ଓ ଶିକ୍ଷାର ଅଭାବ ଅଂଚଳରେ ଏହି ସମସ୍ୟା ଲାଗି ରହିଛି ।ସତେ ଯେମିତି ଅନ୍ଧ ବିଶ୍ବାସ ଅସ୍ଥି,ରକ୍ତ ଓ ମଜ୍ଜାରେ ଲାଗି ରହିଛି । ଅନ୍ଧ ବିଶ୍ବାସର ନିଜକୁ ହଜାଇ ଦେଇ ସ୍ଥାନ,କାଳ,ପତ୍ର ସଂପର୍କକୁ ତୁଛ କରି ତୀର ମାଡ଼,ହତ୍ୟା କରିବାକୁ ପଛାଉ ନାହାନ୍ତି ।ଆଇନ ଯେତେ କଠୋର ହେଲେ ମଧ୍ୟ ଅଶିକ୍ଷିତ ଲୋକେ ଏହାକୁ ଫୁ କରି ଦେଉଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବିଶୋଇ ଥାନା ଅଧିନସ୍ଥ ମଣଦା ଫାଣ୍ଡି ଅନ୍ତର୍ଗତ ରାଧାନଗର ଗ୍ରାମରେ । ସୂଚନା ଅନୁଯାୟୀ ରାଧାନଗର ଗ୍ରାମର ସୁକୁରୁମୁଣୀ ପୂର୍ତି(୩୧) ନାମକ ମହିଳା ସାପ୍ତାହିକ ହାଟରୁ ଘରକୁ ସଂନ୍ଧ୍ୟାରେ ଫେରିବା ସମୟରେ ଫାଣ୍ଡି ନିକଟରେ ନିଜର କାକାଶଶୁର ଲଛମନ ପୂର୍ତ୍ତି(୬୧) ଙ୍କ ଦ୍ଵାରା ତୀର ମାଡ଼ରେ ଘାଇଲା ହୋଇଥିଲାଲେ ।ତାଙ୍କର ତଳି ପେଟରେ ତୀର ସାମାନ୍ୟ ପଶିଥିଲା । ଅଳ୍ପକେ ଵର୍ତିଥିଲେ ସେ ।ତାଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବାବେଳେ ଅଭିଯୁକ୍ତ ଲଛମନ ପୂର୍ତି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।ପୋଲିସ ତାଙ୍କୁ ଗିରଫ କରି ମାମଲା କେଶ ନମ୍ବର ୧୦୫/୨୩ ରୁଜୁ କରିବା ସହ ସହ ତଦନ୍ତ କରୁଛି ।ତେବେ ଏହି ତୀର ମାଡ଼ ଡାହାଣୀ ସନ୍ଦେହରେ‌ ହୋଇଥିବା ତାଙ୍କ କାକାଶଶୁର ପିଡିତା ମହିଳା ଗଣମାଧ୍ୟମକୁ କହିଛନ୍ତି ।

  ହେଲେ ଲଛମନ ପୂର୍ତି ପାରିବାରିକ ଜମିବାଡି ମାମଲା ନେଇ ଉତେଜିତ ହୋଇ ଏଭଳି କାଣ୍ଡ ଭିଆଇ ଥିଲେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କିନ୍ତୁ କିଏ କେତେ ସତ କହୁଛି ପୋଲିସ ତଦନ୍ତ ପରେ ଘଟଣା ଆଗକୁ ବଢିବ !

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମାତୃଶ ଏଣ୍ଟର ପ୍ରାଇଜେସ ମେନେଜର ଙ୍କୁ ମରଣାନ୍ତକ ଆକ୍ରମଣ:ବ୍ୟାଙ୍କ ସମ୍ମୁଖରୁ ୧୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

Sunil Chandra Nayak

ରାସ୍ତା କଡରୁ ଜବର ଦଖଲ ଉଛେଦ , ହୋଟେଲରେ ଚଢାଉ, ବିଭିନ୍ନ ସ୍ଥାନରୁ ଜରିମାନା ଆଦାୟ 

Sunil Chandra Nayak

ବରଗଛ ରୁ ଯୁବକର ମୃତ ଦେହ ଠାବ, ହତ୍ୟା ସନ୍ଦେହ ଘଟଣାସ୍ଥଳରେ ଉତ୍ତେଜନା….

masiha

Leave a Comment

error: Content is protected !!