ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସୋମେଶ୍ଵର ମହାଦେବ ଙ୍କ ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ

ଜୁନାଗଡ଼,୨୬/୫(ମ ନି ସ) ଜୁନାଗଡ ସାମିଆ ବନ୍ଧ୍ ପଡା ସ୍ଥିତ ସୋମେଶ୍ଵର ଶିବ ମନ୍ଦିର ରେ ବହୁ ଆଡମ୍ବର ରେପବିତ୍ର ଶୀତଲଷଷ୍ଠୀ ଶିବ ବିବାହ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସମେଶ୍ଵର ମହାଦେବ ମନ୍ଦିର ତରଫରୁ ମହାଦେବ ଙ୍କ ପ୍ରତିମୂର୍ତ୍ତୀ କୁ ସୁ ସଜ୍ଜିତ କରାଯାଇ ଏକ ବିରାଟ ପଟୁଆରରେ ସହର୍ ପରିକ୍ରମା କରାଯାଇଥିଲା l ଏହି ଶୋଭାଯାତ୍ରାରେ ବିଭିନ୍ନ ଲୋକ ବାଦ୍ୟ ଡିଜେ ଏବ୍ଂ ବିଭିନ୍ନ ନୃତ୍ୟ ର ତାଳେ ତାଳେ ପ୍ରଭୁ ମହାଦେବ ଙ୍କୁ ଶୋଭାଯାତ୍ରା ରେ ନିଅl ଯାଇ ମନ୍ଦିର ରେ ଦେବ ଦମ୍ପତ୍ତି ଙ୍କ ବିବହ ଅନୁଷ୍ଠିତ ହୋଇଥିଲା l ଏଥିରେ କନ୍ୟା ପିତା ମାତା ଭାବେ ଶ୍ରୀନିବାସ ବିଶି ଓ ରଞ୍ଜ ଲତା ବିଶି ଓ ବର ପିତା ମାତା ଭାବେ ଗୋବର୍ଦ୍ଧନ ବାରିକ ଓ ରୀତା ବାରିକ ଓ ପୂଜକ ଭାବେ କିଶନ ଶର୍ମl ସମସ୍ତ ଦାୟିତ୍ଵ ତୁଲେଇ ଦେବଦମ୍ପଡି ଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ l ଏହି ଉତ୍ସବ ନେଇ ଦେବାଳୟ ସୁରକ୍ଷା ସମିତି ତରଫରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା l ଏଥି ସହ ରାତ୍ରି ରେ ଲୋକ ନାଟ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି ଶୀତଳ ଷଷ୍ଠୀ ଦେଖିବା ପାଇଁ ଆଖ ପାଖ ଅଞ୍ଚଳ ରୁ ବହୁ ସଂଖ୍ଯା ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲl l ଦେବାଳୟ ସୁରକ୍ଷା ସମିତି ପକ୍ଷରୁ ହର ପ୍ରସାଦ ମାଝୀ, ମଦନ ସାହୁ, ବିଶ୍ଵନାଥ କର, ଯୁଧିଷ୍ଠିର ଦଣ୍ଡସେନା, ସତ୍ୟ ନାରାୟଣ ବଶ୍ୟ, ସୁନୀଲ ମିଶ୍ର ପ୍ରମୂଖ କର୍ମ କର୍ତ୍ତା ଉପସ୍ଥିତ ରହି ଏହି ଉତ୍ସବରେ ସକ୍ରିୟ ସହଯୋଗ କରିଥିଲେ l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

ରାଇରଙ୍ଗପୁର ପୂର୍ଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ବାମନଘାଟୀ ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ ଫେବୃଆରୀ ୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ ବିଶ୍ଵଶାନ୍ତି ଵିଷ୍ନୁ ମହାଯଜ୍ଞ ଅନୁଷ୍ଠିତ ହେବା ନେଇ ସୂଚନା 

masiha

ଭିନ୍ନ ରୀତି ନୀତି ଓ ନିଆରା ପରମ୍ପରାରେ ଗୋତମୁଣ୍ଡା ବାହୁଡା ଯାତ୍ରା…

masiha

Leave a Comment

error: Content is protected !!