ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରୁ ବୋରିଗାଁରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଚୁକ୍ତି ସ୍ୱାକ୍ଷରିତ

ନବରଙ୍ଗପୁର—(ମସିହା )ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦର ମହକୁମା ତାରେଣୀ ମନ୍ଦିର ଚାରି ଛକରୁ ବୋରିଗାଁ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଏକ ଠିକା ସଂସ୍ଥା ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି l ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବା ଏହି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଡାବୁଗାଁ ଚାରି ଛକ ରୁ ଜମି ଚିହ୍ନଟ ପ୍ରକ୍ରିୟା ପରେ କାର୍ଯ୍ୟ ଆରମ୍ଭ ହେବ l ଏଥି ନିମନ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି lବୋରିଗାଁ ନିକଟସ୍ଥ ଛେଳିବେଡlରେ ଚାଲିଥିବା ଭାରତ ମାଳl ରାସ୍ତା ପର୍ଯ୍ୟନ୍ତ ଏହି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି l ଡାବୁଗାଁ ଚାରି ଛକ ରୁ ଦୈନିକ ବଜାର, ହାଇସ୍କୁଲ ରାସ୍ତା ଓ ଡଙ୍ଗରିଗୁଡ଼ା ପଞ୍ଚାୟତ କୁ ଯିବା ପର୍ଯ୍ୟନ୍ତ ରାସ୍ତା ଅଣ ଓସାରିଆ ଥିବାରୁ ଟ୍ରାଫିକ୍ ସମସ୍ୟା ଲାଗି ରହୁଥିବା ବେଳେ ଏଥିନେଇ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଥିଲେ l ଉକ୍ତ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଯାନବାହାନ ରଖା ଯାଉଥିବା ଯୋଗୁଁ ଟ୍ରାଫିକ୍ ସମସ୍ୟା ବୃଦ୍ଧି ପାଉଥିଲା lବର୍ତ୍ତମାନ ପୂର୍ତ୍ତ ବିଭାଗ ତରଫରୁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ସାଧାରଣ ଜନତା ଟ୍ରାଫିକ୍ ସମସ୍ୟା ରୁ ମୁକ୍ତି ପାଇବେ l ଡାବୁଗାଁ ତାରେଣୀ ମନ୍ଦିର ଚାରି ଛକରୁ ବୋରିଗାଁ ଛକ ପର୍ଯ୍ୟନ୍ତ ୧୨ କିମି ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ୨୬କୋଟି ବ୍ୟୟ ଅଟକଳ ରଖା ଯାଇଥିବା ବେଳେ ପିଚୁ ପାଇଁ ୭ ମିଟର ଏବଂ ରାସ୍ତାର ଉଭୟ ପାର୍ଶ୍ଵ ଡ୍ରେନ୍ ଓ ପ୍ରଶସ୍ତିକରଣ ପାଇ ଅଢେଇ ମିଟର ଲେଖାଏଁ ୫ ମିଟର ପ୍ରଶସ୍ତ କରାଯିବ ବୋଲି ବିଭାଗ ତରଫରୁ ପ୍ରକାଶ l ଏଥି ନିମନ୍ତେ ପୂର୍ତ୍ତ ବିଭାଗ ତରଫରୁ ପୂର୍ବରୁ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ଠିକା ସଂସ୍ଥା ସହ ଚୁକ୍ତି ଚଳିତ ସପ୍ତାହରେ ସମାପ୍ତ ହୋଇଛି l

ତେବେ ବହୁ ବର୍ଷ ଧରି ଏହି ରାସ୍ତାର ଉଭୟ ପାର୍ଶ୍ବରେ ସରକାରୀ ଜମି ଜବର ଦଖଲ କରିଥିବା ବେଳେ ବିସ୍ଥାପିତ ହେବାର ସମ୍ଭାବନା ଥିବାରୁ ଜବର ଦଖଲକାରୀଙ୍କ ମନରେ ଛନକା ପଶିଛି l ବହୁଦିନର ଟ୍ରାଫିକ୍ ସମସ୍ୟା ଦୂର ହେବ ବୋଲି ଜନସାଧାରଣରେ ଆଶ୍ୱସ୍ତି ମିଳିଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

Rotary Club of Rourkela Steel City Organizes Inspiring Teachers’ Training Seminar at DAV Public School

Sunil Chandra Nayak

ବାମନଘାଟୀ ଏବଂ ପାଞ୍ଚପିଢ ଶାରୀରିକ ଶିକ୍ଷା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବାର୍ଷିକ ବନ୍ଧୁ ମିଳନ

masiha

ବେନଗାଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦବଙ୍ଗଗିରି, ବାକି ଥିବା ଭତ୍ତା ଟଙ୍କା କହିଲେ ବୃଦ୍ଧା ଙ୍କୁ ଦେଖାଉଛନ୍ତି ନାଲି ଆଖି

Sunil Chandra Nayak

Leave a Comment

error: Content is protected !!