ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିନ୍ନକ୍ଷମ ମାନଂକ ପାଇଁ ସ୍ବତନ୍ତ୍ର ଅଭିଯାନ

ଢେ଼ଙ୍କାନାଳ (ମ ସୀ ହା) ୨୮/୦୫_ଓଡ଼ିଶା ରାଜ୍ୟ ଆଇନ୍ ପ୍ରାଧିକରଣ ଙ୍କ ଆଦେଶ କ୍ରମେ ଢେ଼ଙ୍କାନାଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ତା ୨୨ ରୁ ୨୯ ରିଖ ପଯ୍ୟନ୍ତ ସ୍ଵତନ୍ତ୍ର ଅଭିଯାନ ଆୟୋଜିତ ହେଉଅଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ପାରା ଲିଗାଲ ସ୍ବେଚ୍ଛାସେବୀ ମାନଂକ ଦ୍ବାରା ଚିହ୍ନଟ କରାଯାଇ ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ପ୍ରାଧିକରଣ ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ଆଇନ୍ ସେବା ସଚିବ ଶ୍ରୀମତୀ ମମିତା ସାହୁ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ ୯ ଜଣ ଦିବ୍ୟାଙ୍ଗଙ୍କୁ ତିନି ଚକିଆ ସାଇକେଲ, କୃତ୍ରିମ ଗୋଡ,wheel chair,CP chair ପ୍ରଦାନ କରିଛନ୍ତି l ତତ୍ ସହ ଜିଲ୍ଲାର ଅନ୍ୟ ଦିବ୍ୟାଙ୍ଗମାନେ ଏହାର ସୁଯୋଗ ନେବା ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତାଲୁକ୍ ସ୍ତରୀୟ ଆଇନ୍ ସେବା କମିଟି , ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଓ ପାରା ଲିଗାଲ୍ ସ୍ବେଚ୍ଛାସେବୀ ମାନଂକ ସହ ଯୋଗାଯୋଗ କରି ପାରିବେ ବୋଲି ପ୍ରକାଶ କରିଛନ୍ତି l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

DSP Prashant Sahoo honored with international Kalki Gaurav Award 2024.

masiha

ହାଇ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ରେ ଜୁନାଗଡ଼ ର ସଫଳତା 

Sunil Chandra Nayak

କେସିଙ୍ଗା ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!