ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ

ଅଦ୍ୟ ତା.୨୯.୦୫.୨୦୨୩ ରିଖ ସୋମବାର ସମୟ ଘ.୦୯.୦୦ମି ସମୟ ରେ ଦିବ୍ୟାଙ୍ଗ ମାନଙ୍କ ପାଇ ଏକ ସପ୍ତାହ ବ୍ୟାପି ସଚେତନତା ଅଭିଯାନ ରେ ଯାହାକି ୨୨.୦୫.୨୦୨୩ ରୁ ୨୯.୦୫.୨୦୨୩ ପର୍ଯ୍ୟନ୍ତ ଚାଲିଛି I ସେହି ଉପଲକ୍ଷେ ରାୟଗଡା ସ୍ଥାନୀୟ ନୂତନ ଜ୍ଞାନ ବର୍ଧିନି, କୋଲ ନାରା ସୂତନ୍ତ୍ର ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ତତ୍ବାବଧାନରେ ଦିବ୍ୟାଙ୍ଗ ମାନଙ୍କୁ ଭିନ୍ନକ୍ଷମ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ନୂତନ ଜ୍ଞାନ ବର୍ଧିନି ସୂତନ୍ତ୍ର ବିଦ୍ୟାଳୟ ର ଅଧ୍ୟକ୍ଷ ଜୟଦେବ ବାଙ୍କ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ବକ୍ତା, ଭାରପ୍ରାପ୍ତ ଗୋଷ୍ଟୀ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ଶବର ସମ୍ମାନିତ ଅତିଥି, ପ୍ରୋଗ୍ରାମ୍ ଆସିଷ୍ଟାଣ୍ଟ ରାଜଶେଖର ପେଦିନା, ଥେରାପିଷ୍ଟ ଟି. ଦାମୋଦର ଚାନ୍ଦ, ଶିକ୍ଷକ ସୁବିନାଥ ବଗର୍ତୀ, ନମିତା ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ I ଅତିଥି ମାନଙ୍କ ଦ୍ବାରା ୩ଟି ସିପି ଚୌକି, ୩ଟି ଟ୍ରାଇ ସାଇକଲ, ୨ଟି ଶ୍ରବଣ ଯନ୍ତ୍ର ଦିବ୍ୟାଙ୍ଗ ମାନଙ୍କୁ ବଣ୍ଟନ କରାଯାଇଥିଲା I ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ପରିଶେଷରେ ଶିକ୍ଷକ ଶ୍ରୀ ବଗର୍ତୀ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ I

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ରାସ୍ତା ନିର୍ମାଣ ନିମ୍ନମାନର, ବଢୁଛି ଅସନ୍ତୋଷ , ଯନ୍ତ୍ରୀ ତଦାରଖା ନେଇ ସମୟ ନାହିଁ

Sunil Chandra Nayak

ସରକାରୀ ସ୍ନାତକ ମହାବିଦ୍ୟାଳୟ କୋଷାଗୁମୁଡା ଠାରେ ମହିଳା ଓ ଛାତ୍ରୀ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!