ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଡିପଟାରେ ଅଂଶୁଘାତ ଜନିତ ମୃତ୍ୟୁ ଘଟଣା, ଗଣମାଧ୍ୟମର ରେ ଖବର ପ୍ରକାଶିତ ହେବାପରେ ମେଡିକାଲ ଟିମ୍ ଓ ରାଜସ୍ବ ବିଭାଗ ତରଫରୁ ସମ୍ପୃକ୍ତ ପରିବାର ବର୍ଗଙ୍କୁ ସାକ୍ଷାତ ଓ ଆଲୋଚନା

ରୁପ୍ରା, ୨୯/୫ (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ କର୍ମେଗାଁ ପଞ୍ଚାୟତ ଅଧିନ ଗୁଡିପଟା ଗ୍ରାମର ମନୋହର ମାଝୀ ଓରଫ ମୀନକେତନଙ୍କ (୩୨) ଶନିବାର ଦିନ ଅଂଶୁଘାତରେ ମୃତ୍ୟୁ ହେବା ବାବଦରେ ୨୮ ତାରିଖ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଆଜି ସକାଳୁ ଗୁଡିପଟାକୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡା ଅକ୍ଷୟ କୁମାର ଗୋଛାୟତ, ବିପିଏମ୍ ଶବୀର ପଧାନ ତଥା ରୁପ୍ରା ରାଜସ୍ବ ନିରୀକ୍ଷକ ସୁରେଶ ବିଶ୍ୱାଳ ପ୍ରମୁଖ ଯାଇ ସମ୍ପୃକ୍ତ ପରିବାର ସଦସ୍ୟଙ୍କୁ ସାକ୍ଷାତ କରି ସମବେଦନା ଜଣାଇବା ସହ ମୃତ ମନୋହରଙ୍କ ବାପା ମା’ ବିଧବା ପତ୍ନୀ ଓ ତିନି ପୁଅ ଝିଅଙ୍କ ଦୟନୀୟ ଅବସ୍ଥା ଦେଖିଥିଲେ। ଏହା ବ୍ୟତୀତ ଉକ୍ତ ପରିବାର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତିଙ୍କୁ ହରାଇଥିବାରୁ ସରକାରଙ୍କ ଯୋଜନା ମୁତାବକ କିଭଳି ଅନୁକମ୍ପା ମୂଳକ ସହାୟତା ରାଶି ପାଇପାରିବେ ସେଥିପ୍ରତି ଧ୍ୟାନ ଦେବେବୋଲି ଉକ୍ତ ପ୍ରତିନିଧି ଦଳ ସୂଚନା ଦେଇ କହିଥିଲେ। ସେହିପରି ମୃତ ମନୋହରଙ୍କ ବିଧବା ପତ୍ନୀ ଯକ୍ଷ୍ମା ରୋଗରେ ପୀଡ଼ିତ ଥିବାବେଳେ ତାଙ୍କର ଛୋଟପୁଅ ମଧ୍ୟ ହାଇଡ୍ରୋସିଲ୍ ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ଜାଣିବାକୁ ପାଇଥିଲେ, ଏଣୁ ଉଭୟ ମା’ ଓ ପୁଅର ମାଗଣା ଚିକିତ୍ସା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯୋଗାଇ ଦିଆଯିବ ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା ଗୋଛାୟତ କହିଥିଲେ। ସେହିପରି ଗ୍ରାମବାସୀ ମଧ୍ୟ ଉପସ୍ଥିତ ରହି ଉକ୍ତ ପରିବାରକୁ ଶିଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ନୂତନ ଏସଡ଼ିପିଓଙ୍କ ଯୋଗଦାନ

masiha

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର 

masiha

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

Leave a Comment

error: Content is protected !!