ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୟାକଳ୍ପ ପୁରସ୍କାର ପାଉଛି କିନ୍ତୁ ମୁଖ୍ୟ ଫାଟକ ନିକଟ କାଓ କେଚର ସ୍ଥିତି ଦୟନୀୟ    

ତେନ୍ତୁଳିଖୁଣ୍ଟି -୩୦/୦୫/୨୩ – ତେନ୍ତୁଳିଖୁଣ୍ଟି ନଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଜର ସ୍ୱଚ୍ଛତା ପାଇଁ ତଥା ରୋଗୀ ସେବା ରେ ଉତ୍କର୍ଷତା ପାଇବ ବିଭିନ୍ନ ସମୟରେ କାୟାକଳ୍ପ ଭଳି ବିଭିନ୍ନ ପୁରସ୍କାର ପାଇଛି। କିନ୍ତୁ ମୁଖ୍ୟ ଫାଟକ ପାଖ କାଓକେଚର ଦୀର୍ଘଦିନ ହେଲା ଭାଙ୍ଗିଯାଇ ବିପଦ ଅବସ୍ଥାରେ ରହି ଅଛି ,ଏଥିପ୍ରତି ଉକ୍ତ ଦାୟିତ୍ୱ ରେ ଥିବା କର୍ତ୍ତୃପକ୍ଷ ନିରବ। ମେଡ଼ିକାଲ ଭିତରେ ପଶିବା ବେଳକୁ ମଟର ସାଇକେଲ ଯାତ୍ରୀ ଓ ସାଇକେଲ ଯାତ୍ରୀ ପଡ଼ି କି ଆହତ ହେଲେଣି ମାତ୍ର କାହାର ଦୃଷ୍ଟି ପଡୁ ନାହିଁ। କେତେବେଳେ କାହାର ଗୋଡ଼ ହାତ ଖଣ୍ଡିଆ ହେବ କିମ୍ବା ରୋଗୀ ବା ଗର୍ଭବତୀଙ୍କୁ ଆଣୁଥିବା ଆମ୍ବୁଲାନ୍ସ ଫସିଯିବା ସମ୍ଭାବନା ରହିଛି। କେତେବେଳେ ଦୁର୍ଘଟଣା ଘଟିବ  କହିହେବନି l କାହାର ଜୀବନ ପ୍ରତି ବିପଦ ଆସିବା ପୂର୍ବରୁ ନୂଆ ଭାବେ କାଓକେଚର କରିବାକୁ ସାଧାରଣ ରେ ଦାବି ହେଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ମା କରେଇଶୁଣିଙ୍କ ପୀଠରେ ଭଏସ୍ ଅଫ୍ ମିଡିଆ, ଗୋପବନ୍ଧୁ ପ୍ରେସକ୍ଳବର ଆଲୋଚନା ବୈଠକ

Sunil Chandra Nayak

ରାଉରକେଲାକୁ ଗୌରବାନ୍ୱିତ କଲେ ଆଇନଜୀବୀ ଜଗଦୀଶ

ଜୁନାଗଡ଼ରେ ସ୍ୱର୍ଗତ ମାଳତୀ ନାଏକଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି 

Sunil Chandra Nayak

Leave a Comment

error: Content is protected !!