ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାମୁଁ ଘରକୁ ବୁଲିବା ହେଲା କାଳ : ଡ୍ୟାମରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

କନ୍ଧମାଳ,30/05/23(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ ନୂଆଗାଁ ବ୍ଲକ ସାରଙ୍ଗ ଗଡ ଥାନା ଅନ୍ତର୍ଗତ ବନାଙ୍ଗିଆ ଡ୍ୟାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘଟଣା ପ୍ରକାରେ ଗୁଟିଙ୍ଗିଆ ପଞ୍ଚାୟତ କଟିମାହା ଗ୍ରାମର ସୁଜିତ କୁମାର ଦିଗାଲଙ୍କ ଚଉଦ ବର୍ଷର ପୁଅ ସତ୍ୟଜିତ ଦିଗାଲ ବନାଙ୍ଗିଆ ସ୍ଥିତ ନିଜ ମାମୁଁ ଘରକୁ ବୁଲିବାକୁ ଆସିଥିଲେ । ମଙ୍ଗଳବାର ସକାଳେ ଗାଁ ପିଲାଙ୍କ ସହ ସାଥି ହୋଇ ନିକଟସ୍ଥ ଡ୍ୟାମକୁ ଗାଧୋଇବାକୁ ଯାଇ ଥିଲେ। ହେଲେ ସତ୍ୟଜିତ ଅସାବଧାନତା କାରଣରୁ ବୁଡ଼ି ଯାଇଥିଲା । ପରିବାର ଲୋକେ ଖବରପାଇ ଡ୍ୟାମରେ ନିକଟରେ ପହଁଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। ଏହି ଦୁର୍ଘଟଣା ଖବର ପାଇ ସାରଙ୍ଗଗଡ ଅଗ୍ନିଶମ ବିଭାଗ ଅଧିକାରୀ କାଶୀନାଥ ସେଠୀ, ଆତ୍ମିକ ପଦ୍ମଲୋଚନ ଗୋଡ଼, ଅଜୟ କୁମାର ସାହୁ, ସୁବାଷ ପ୍ରଧାନ, ଲକ୍ଷ୍ମଣ ମେହେର, ନାରାୟଣ ମହାନ୍ତି ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଂଚି ଛାତ୍ରକୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ସାରଙ୍ଗଗଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ହେଲେ ଡାକ୍ତର ପ୍ରିୟବ୍ରତ ପାଣିଗ୍ରାହୀ ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ଜଣାପଡ଼ିଛି । ସତ୍ୟଜିତଙ୍କ ମୃତ୍ୟୁ ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସେପଟେ ପୁଅକୁ ହରାଇ ବାପ,ମା’ ମ୍ରିୟମାଣ ହୋଇ ଥ‌ିବା ବେଳେ ପୋଲିସ ଏକ ଅପମୃତ୍ୟୁ ୨/୨୩ ମାମଲା ରୁଜୁ କରି ଘଟଣାର ତଦନ୍ତ ଦାୟିତ୍ଵ ଏସଆଇ ବାସୁଦେବ ସାହୁ ଗ୍ରହଣ କରି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

 

Related posts

ଗୋ ସମ୍ମାନ ଦିବସ ଘୋଷଣା ଦାବିରେ ତହସିଲଦାର ଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଗୋପାଷ୍ଟମୀ ଉତ୍ସବ ପାଳିତ

Sunil Chandra Nayak

ପହିଲି ରଜରେ ଜମୁଛି ଖୁସିର ଆସର, ଦୋଳି ଖେଳ ପୋଡ଼ପିଠାର ମଜା ଆଉ ତା ସାଙ୍ଗକୁ ରଜ ପାନର ମଜା ନେଉଛନ୍ତି ଲୋକ

Sunil Chandra Nayak

Leave a Comment

error: Content is protected !!