ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯଶିପୁର ଥାନା ! ପ୍ରେମିକ ଘରେ ପ୍ରେମିକାକୁ ପ୍ରେମିକର ପରିବାର ଲୋକଙ୍କ ଆକ୍ରମଣ ନେଇ ଥାନାରେ ମାମଲା ରୁଜୁ 

ମୟୂରଭଞ୍ଜ-୩୦/୫ ( ମସିହା) ପ୍ରେମିକ ଘରେ ପ୍ରେମିକାକୁ ହତ୍ୟା କରିବାକୁ ଉଦ୍ୟମ କଲେ ପ୍ରେମିକ ଘର ଲୋକେ ।, ପ୍ରେମିକର ପରିବାର ଲୋକଙ୍କ ନିସ୍ତୁକ ମାଡ଼ରେ ପ୍ରେମିକା ଗୁରୁତର ଅବସ୍ଥାରେ ପ୍ରଥମେ ଯଶୀପୁର ଓ ପରେ କରଞ୍ଜିଆ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ଥାନା ଅଂଚଳର ଗୋଡାପଳସା ଗାଆଁରେ ଘଟିଛି । ସୂଚନାଯୋଗ୍ୟ ଯେ ସୋମବାର ରାତିରେ ଗୋଡ଼ାପଳସା ଗାଆଁର ଆଶିଷ ମହାନ୍ତ ନିଜର ପ୍ରେମିକା ବିଶିଦା ଗାଆଁର ଯୁବତୀ ନିଦ୍ରା ପିଙ୍ଗୁଆକୁ ଘରକୁ ଡାକିଆଣି ଥିଲେ । ଘର ଲୋକେ ପୁଅର ଅନ୍ୟ ଜାତିର ସଂପର୍କକୁ ନେଇ ଅସନ୍ତୋଷରେ ଥିଲେ ।ଘର ଲୋକ ପୁଅର କାରନାମା ତଥା ଘରେ ଆଣି ପ୍ରେମିକା କୁ ଆଣିଥିବା ଦେଖି ଉତକ୍ଷିପ୍ତ ହୋଇଥିଲେ ।ପରେ ଜାଣିବା ପରେ ସେ ଯୁବତୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ହତ୍ୟା କରିବାକୁ ଉଦ୍ୟମ କରିଥିଲେ, ଏ ନେଇ ଯଶୀପୁର ଥାନା ରେ ଏକ ମାମଲା ରୁଜ୍ଜୁ କରିବା ସହ ପ୍ରେମିକର ବାପାକୁ ଅଟକ ରଖି ଅଧିକ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ପୋଲିସ୍।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଅଢେ଼ଇ ମାସ ହେଲା ନିଖୋଜ ବହୁ ଚର୍ଚ୍ଚିତ ଓକିଲ ଗୁଲେଶ ଗୋଛାୟତ ମୃତଦେହ ଏକ ପୋଖରୀରୁ କାର୍ ସହିତ ଉଦ୍ଧାର 

Sunil Chandra Nayak

ରାଉରକେଲାରେ ଇଲେକ୍ଟ୍ରିକ୍ ସ୍କୁଟର ଠକେଇ କରି ବିକ୍ରି କରିବା ଅଭିଯୋଗରେ ଜଣେ ଗିରଫ ଏବଂ ୪ଟି ସ୍କୁଟି ଜବତ୍

Sunil Chandra Nayak

ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା: ପ୍ରକୃତ ମାଲିକଙ୍କୁ ଫେରିଲା ୬୧ଟି ସ୍ମାର୍ଟଫୋନ୍

Sunil Chandra Nayak

Leave a Comment

error: Content is protected !!