ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଛ ପଡି ଜାତୀୟ ରାଜପଥ ଅବରୋଧ

ପାପଡାହାଣ୍ଡି,30/5, — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରେ ମଙ୍ଗଳବାର କାଳ ବୈଶାଖୀ ପ୍ରଭାବରେ ଅପରାହ୍ନରେ ପ୍ରବଳ ବେଗରେ ପଵନ ବୋହିଥିଲା | ଯଦ୍ୱାରା ସ୍ଥାନୀୟ ପୁରୁଣା ମେଡିକାଲ ସାମ୍ନାରେ ଥିବା ଏକ ଗଛ ଉପୁଡିଜାଇ ଜାତୀୟ ରାଜପଥ 26 ଉପରେ ପଡିଥିଲା | ତେବେ ଠାକୁରାଣୀ ଯାତ୍ରା ଯୋଗୁଁ ପ୍ରବଳ ଭିଡ଼ ଥିବା ବେଳେ ଗଛ ପଡିବା ସମୟରେ କେହି ନଥିଲେ | ଖବର ପାଇ ପାପଡାହାଣ୍ଡି ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ଗଛ ଟିକୁ କାଟିଥିଲେ | ଗଛ ପଡିବା ଯୋଗୁଁ ଉଭୟ ପଟେ ଯାନ ବାହାନ ଚଳା ଚଳ ବନ୍ଦ ହୋଇଥିଲା | ଅପରାହ୍ନ 4 ଟା ରୁ 6 ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଥିଲା | ପରେ ଯାତା ୟତ ସ୍ୱାଭାଭିକ ହୋଇଥିଲା | ସହରର ବହୁ ସ୍ଥାନରେ ଏପରି ପୁରୁଣା ବିପଦ ସଂକୁଳ ଗଛ ରହିଥିବା ବେଳେ ବିପଦକୁ ଅପେକ୍ଷା କରି ରହିଛନ୍ତି | ଏହି ଗଛ ଗୁଡିକୁ ହଟାଇବା ଲାଗି ସାଧାରଣରେ ଦାବି ହୋଇଛି | ସେହିପରି ବିରିସଲା ନିକଟରେ ଗଛ ପଡି ଡାବୁଗାଁ ରୁ ପାପଡାହାଣ୍ଡି କୁ ଯାତା ୟତ ବାଧାପ୍ରାପ୍ତ ହୋଇଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଉଚ୍ଚଶିକ୍ଷା ପାଇଁ ଦାରିଦ୍ର୍ୟ ସାଜୁଛି ବାଧକ

masiha

ନୂଆପଡ଼ା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଙ୍କ ଭେଟି: ଖରିଆର ରୋଡ କୁ ମୁନସିପାଲଟି ଓ କୋମନା ,ସିନାପାଲି କୁ ଏନଏସି ଘୋଷଣା

Sunil Chandra Nayak

ଜିଲ୍ଲାପାଳଙ୍କ କୋଷଗୁମୁଡ଼ା ବ୍ଲକ କୁ ଗସ୍ତ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା 

Sunil Chandra Nayak

Leave a Comment

error: Content is protected !!