ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଛ ପଡି ଜାତୀୟ ରାଜପଥ ଅବରୋଧ

ପାପଡାହାଣ୍ଡି,30/5, — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରେ ମଙ୍ଗଳବାର କାଳ ବୈଶାଖୀ ପ୍ରଭାବରେ ଅପରାହ୍ନରେ ପ୍ରବଳ ବେଗରେ ପଵନ ବୋହିଥିଲା | ଯଦ୍ୱାରା ସ୍ଥାନୀୟ ପୁରୁଣା ମେଡିକାଲ ସାମ୍ନାରେ ଥିବା ଏକ ଗଛ ଉପୁଡିଜାଇ ଜାତୀୟ ରାଜପଥ 26 ଉପରେ ପଡିଥିଲା | ତେବେ ଠାକୁରାଣୀ ଯାତ୍ରା ଯୋଗୁଁ ପ୍ରବଳ ଭିଡ଼ ଥିବା ବେଳେ ଗଛ ପଡିବା ସମୟରେ କେହି ନଥିଲେ | ଖବର ପାଇ ପାପଡାହାଣ୍ଡି ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ଗଛ ଟିକୁ କାଟିଥିଲେ | ଗଛ ପଡିବା ଯୋଗୁଁ ଉଭୟ ପଟେ ଯାନ ବାହାନ ଚଳା ଚଳ ବନ୍ଦ ହୋଇଥିଲା | ଅପରାହ୍ନ 4 ଟା ରୁ 6 ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଥିଲା | ପରେ ଯାତା ୟତ ସ୍ୱାଭାଭିକ ହୋଇଥିଲା | ସହରର ବହୁ ସ୍ଥାନରେ ଏପରି ପୁରୁଣା ବିପଦ ସଂକୁଳ ଗଛ ରହିଥିବା ବେଳେ ବିପଦକୁ ଅପେକ୍ଷା କରି ରହିଛନ୍ତି | ଏହି ଗଛ ଗୁଡିକୁ ହଟାଇବା ଲାଗି ସାଧାରଣରେ ଦାବି ହୋଇଛି | ସେହିପରି ବିରିସଲା ନିକଟରେ ଗଛ ପଡି ଡାବୁଗାଁ ରୁ ପାପଡାହାଣ୍ଡି କୁ ଯାତା ୟତ ବାଧାପ୍ରାପ୍ତ ହୋଇଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ରେଡ଼କ୍ରସ ପାଣ୍ଠିକୁ ଦାନ 

masiha

ବୟାଳିଶମୌଜା ବିକାଶ ପରିଷଦର ସମୀକ୍ଷା ବୈଠକ

Sunil Chandra Nayak

ଧର୍ମଗଡ ବ୍ଲକ ବଗାଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଶ୍ବଜିତ ବେହେରାଙ୍କୁ ମିଳିଲା ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

masiha

Leave a Comment

error: Content is protected !!