ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ଜିଲା ସାମ୍ବାଦିକ ୟୁନିୟନର ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ 

ସୁନ୍ଦରଗଡ଼ ଜିଲା ସାମ୍ବାଦିକ ୟୁନିୟନର ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ 

ସଂଜୀବ ସଭାପତି ଓ ସତ୍ୟାନନ୍ଦ ସାଧାରଣ ସମ୍ପାଦକ 

ରାଉରକେଲା: ଓଡିଶା ସାମ୍ବାଦିକ ୟୁନିୟନ(ଓୟୁଜେ) ଅନୁବନ୍ଧିତ ସୁନ୍ଦରଗଡ଼ ଜିଲା ସାମ୍ବାଦିକ ୟୁନିୟନ (SUJ)ର ସାଧାରଣ ପରିଷଦ ବୈଠକ ପୂର୍ବତନ ସଭାପତି ଅଶୋକ ଦାସ ଙ୍କ ଅଧ୍ୟକ୍ଷତାରେ ବାଲୁଘାଟସ୍ଥିତ ଜାତୀୟ ରାଜପଥ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସଂଘର ବିଗତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା l ସର୍ବସମ୍ମତିକ୍ରମେ ପୁରୁଣା କମିଟିକୁ ଭଙ୍ଗ କରାଯାଇଥିଲା l ଉପଦେଷ୍ଟା ଅନିଲ ମହାନ୍ତିଙ୍କ ତତ୍ୱବଧାନରେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ନୂତନ କର୍ମକର୍ତ୍ତା ମାନେ ହେଲେ ସଭାପତି : ସଂଜୀବ କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି: ଦେବାଶିଷ କବି,ସାଧାରଣ ସମ୍ପାଦକ: ସତ୍ୟାନନ୍ଦ ବେହେରା, ଉପସଭାପତି: ରାଜେନ୍ଦ୍ର କୁମାର ବେହେରା, ରଂଜିତ ଚୌଧୁରୀ, ସାଙ୍ଗଠନିକ ସମ୍ପାଦକ ଆଲୋକ କର, ପ୍ରଶାନ୍ତ ସାହୁ ଓ କୋଷାଧ୍ୟକ୍ଷ : ସୁଦର୍ଶନ ଜେନା l 

ନବନିର୍ବାଚିତ କର୍ମକର୍ତାମାନେ ଆଗାମୀ ଦିନରେ କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କ୍ରିୟାଶୀଳ କରିବା ପାଇଁ ସମସ୍ତଙ୍କ ର ସହଯୋଗ କାମନା କରିଥିଲେ l ରାଜ୍ୟ କମିଟିର ମାର୍ଗଦର୍ଶନ ରେ ସାମ୍ବାଦିକମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କାର୍ଯ୍ୟକରିବା ଉପରେ ସଦସ୍ୟମାନେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l ବୈଠକରେ ରାଉରକେଲା,ସୁନ୍ଦରଗଡ଼, ବଣେଇ, ରାଜଗାଙ୍ଗପୁର ଅଂଚଳର ସଦସ୍ୟ ଦୁର୍ଗାମାଧବ ବେହେରା, ହବିବ ଖାନ, ସୂର୍ଯ୍ୟପ୍ରତାପ ମହାନ୍ତି, ଗିରେନ୍ଦ୍ର ସାହୁ, ଦେବାଶିଷ ସାହୁ, ହେମନ୍ତ ପାତ୍ର, ସୁଧୀର ଦାସ, ସୁଜିତ କୁମାର ମହାନ୍ତି, ଗଣେଶ ସାହୁ, ସୁଜ୍ଞାନୀ ରାୟ, ଉପେନ୍ଦ୍ର ମହାରଣା, ଗୌତମ ମାଇତି ପ୍ରମୁଖ ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ ମତାମତ ପ୍ରଦାନ କରିଥିଲେ l ଶେଷରେ ସଭାପତି ଶ୍ରୀ ସଂଜୀବ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ସହିତ ସମସ୍ତଙ୍କର ସହଯୋଗ କାମନା କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ସାମ୍ବାଦିକ ରମେଶ ବାରିକଙ୍କ ପିତୃ ବିୟୋଗ

Sunil Chandra Nayak

ରାୟଗଡ଼ା ଶିଶୁ ମନ୍ଦିରରେ ଉପାନ୍ତରେ ସାହିତ୍ୟର ଅସ୍ମିତାକୁ ନେଇ ଏକ ଆଲୋଚନା ଚକ୍ର 

masiha

World Water Day observed by the Institute of Engineers(India) Rourkela local centre

Sunil Chandra Nayak

Leave a Comment

error: Content is protected !!