ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଗ୍ରାମାଞ୍ଚଳ କ୍ରିକେଟ୍ ପ୍ରତିଯୋଗିତା, ରୁପ୍ରା ଚାମ୍ପିଅନ୍  

ଗ୍ରାମାଞ୍ଚଳ କ୍ରିକେଟ୍ ପ୍ରତିଯୋଗିତା, ରୁପ୍ରା ଚାମ୍ପିଅନ୍  

ରୁପ୍ରା, ୧୫/୧୨ (ଅଜୟ ସେନାପତି ) : ନର୍ଲାବ୍ଲକ୍ ଗିଗିନା ଗ୍ରାମ ପଞ୍ଚାୟତ ଅଧିନ ଚୌକିପଦର ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ଖେଳ ପଡିଆ ଠାରେ ରାମଚଣ୍ଡୀ ମେଡିକାଲ ଷ୍ଟୋର୍ ଆୟୋଜନରେ ଓ ୟଙ୍ଗଷ୍ଟାର୍ କ୍ରିକେଟ୍ କ୍ଲବ୍ ଗିଗିନା ଆନୁକୁଲ୍ୟରେ ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ୫ତମ କ୍ରିକେଟ୍ ପ୍ରତିଯୋଗିତା ରବିବାର ଫାଇନାଲ୍ ଖେଳ ଅନୁଷ୍ଠିତ ହେବାସହ ସମାପନ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ଅଞ୍ଚଳର  ମୋଟ୍ ୧୬ଟି କ୍ରିକେଟ୍ ଟିମ୍ ଅଂଶଗ୍ରହଣ କରିଥିଲେ,   ରବିବାର ଅନୁଷ୍ଠିତ ହୋଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍ RCC ରୁପ୍ରା ଓ ଭାନପୁର୍ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ରୁପ୍ରା ବିଜୟୀ ହୋଇ ପ୍ରଥମ ଦଳ ଭାବେ ଫାଇନାଲ୍ କୁ ଉନ୍ନୀତ ହୋଇଥିଲା, ସେହିପରି ଦ୍ବିତୀୟ ସେମିଫାଇନାଲ ଆୟୋଜକ ଗିଗିନା ଓ କନକପୁର୍ ମଧ୍ୟରେ ଅନୁଷ୍ଠିତ ମ୍ଯାଚରେ ଗିଗିନା ବିଜୟୀ ହୋଇ ଦ୍ୱିତୀୟ ଦଳ ଭାବେ ଫାଇନାଲ୍ ରେ ପ୍ରବେଶ କରିଥିଲା। ତୃତୀୟ ତଥା ଫାଇନାଲ୍ ମ୍ୟାଚ୍ ରୁପ୍ରା ଓ ଗିଗିନା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରୁପ୍ରା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୩ ୱିକେଟ୍ ବିନିମୟରେ ୧୨୨ ରନ୍ କରି ମଜଭୁତ ସ୍ଥିତିରେ ରହିଥିଲା, ରୁପ୍ରା ଦଳର ଆକାଶ ଦୀପ୍ ୧୪ବଲ୍ ରେ ଅର୍ଦ୍ଧ ଶତକ କରିଥିବା ବେଳେ ସେ ମୋଟ୍ ୧୭ବଲ୍ ର ସାମନା କରି ବ୍ୟକ୍ତିଗତ ଭାବରେ ୬୧ରନ୍ କରିଥିଲେ । ସେହିପରି ୧୨୩ ରନ୍ ର ପିଛାକରି ଗିଗିନା ଦଳ ପ୍ରାରମ୍ଭରୁ ଦୁର୍ବଳ ଖେଳ ପ୍ରଦର୍ଶନ କରି ମାତ୍ର ୬୩ ରନ୍ କରିପାରି ପରାଜିତ ହୋଇଥିଲା। ଉକ୍ତ ଖେଳରେ ଅମ୍ପାୟାର୍ ରାହୁଲ୍ କୁମାର ଓ ଚରଣ ମହାନନ୍ଦ ରହିଥିବା ବେଳେ ସ୍କୋରର୍ ସମୀର ଓ ଟୁକେଶ ଦାୟିତ୍ୱ ତୁଲାଇଥିଲେ। ଖେଳର ଧାରାବିବରଣୀ ମୋହନ ଶଙ୍କର ପଧାନ ଓ ଧବଳେଶ୍ଵର ଦୀପ ପ୍ରଦାନ କରିଥିଲେ। ମେନ୍ ଅଫ୍ ଦି ମେଚ୍ ପୁରସ୍କାର ଆକାଶ ଦୀପ୍ ଓ ମେନ୍ ଅଫ୍ ଦି ସିରିଜ୍ ପୁରସ୍କାର ପ୍ରଣବ ନାଏକ ପାଇଥିଲେ। ଫାଇନାଲ୍ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନିତ ଅତିଥିଭାବେ ସମାଜସେବୀ ହୃଷିକେଶ ଗଡତିଆ, ଗିଗିନା ପଞ୍ଚାୟତ ନାଏବ ସରପଞ୍ଚ ଦିଲ୍ଲିପ ହରପାଲ୍, ୱାର୍ଡ଼ ସଭ୍ୟ ଦୈତାରୀ ମାଝୀ, ରୁପ୍ରା ପେକ୍ସ୍ ସଭାପତି ସରୋଜ କୁମାର ରାଉତ, ଶିକ୍ଷକ ବାରାନିଧି ବିଶି ଓ ପଦ୍ମଲୋଚନ ନାଏକ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ଓ ନଗଦ୍ ଅର୍ଥରାଶି ପ୍ରଦାନ କରିଥିଲେ। ଆୟୋଜକ କମିଟିର ସଭାପତି ସୁନୀଲ ବିଶି, ସମ୍ପାଦକ ମନୋଜ ହାତୀ, ବରିଷ୍ଠ ସଦସ୍ୟ କୁମୁଦ ବାରିକ, ହିତେଶ୍ୱର ହେର୍ଣ୍ଣା ଓ ମଳୟ ନାଗଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ।

( ମ ନି ସ ) 

Related posts

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ

Sunil Chandra Nayak

ପୂର୍ଣ୍ଣ ଚନ୍ଦ୍ର ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା ଉଦଯାପିତ

Sunil Chandra Nayak

ବିଜୁ ମେମୋରିଆଲ ଦିବାରାତ୍ର ଫୁଟବଲ ଟୁର୍ନାମେଣ୍ଟ

Sunil Chandra Nayak

Leave a Comment

error: Content is protected !!