ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଗେ ଥଇଥାନ ପଛେ ଉଛେଦ ଦାବିରେ ଗୋପାଳବନ୍ଧ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

ମୟୂରଭଞ୍ଜ -୩୧/୫ (ମସିହା) ଦିନକୁ ଦିନ ବିସ୍ଥାପନଙ୍କ ସମସ୍ୟା ନେଇ ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ସାଧାରଣ ଲୋକଙ୍କ ସମସ୍ୟା ଦୂର ହେବା ବଦଳରେ ବଢ଼ି ଚାଲିଛି । ସରକାର ବିସ୍ଥାପନ ନୀତିକୁ ସଠିକ୍ କାର୍ଯ୍ୟକାରୀ କରୁ ନାହାନ୍ତି । ଯାହାକୁ ନେଇ ବିସ୍ଥାପନ ହେବାକୁ ଯାଉଥିବା ଲୋକଙ୍କ ଅସନ୍ତୋଷ ବୃଦ୍ଧି ପାଉଛି । ସୂଚନାଯୋଗ୍ୟ ଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକର ଭାଲୁଵଷା ପଞ୍ଚାୟତର ଗୋପାଳବନ୍ଧ ଗ୍ରାମର ୩୦/୩୫ ପରିବାର ଲୋକେ ପତିତ ଗୋଚର ଜମିରେ ୭୦/୮୦ ବର୍ଷ ହେବ ଜଵର ଦଖଲ କରି ସ୍ଥାୟୀ ଘରଦ୍ୱାର କରି ରହି ଆସୁଛନ୍ତି ।ଇତି ମଧ୍ୟରେ ସେହି ଜମି ସରକାର ଇଡକୋକୁ ହସ୍ତାନ୍ତର କରିଛି ଯାହାକି ଗ୍ରାମବାସୀ ଜାଣି ନାହାନ୍ତି। ଆଜିଯାଏଁ ଜବର ଦଖଲ ଖଜଣା ଲୋକେ ଦେଇ ଆସୁଛନ୍ତି ।ଜବର ଦଖଲ ଜମି ଉପରେ ସେମାନେ ସରକାରଙ୍କ ତରଫରୁ ବିଜୁ ପକ୍କା ଘର କରିବା ସହ ବିଜୁଳି,ରାସ୍ତା,ପୋଖରୀ,ପିଇବା ପାଣି,ମନରେଗା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କିନ୍ତୁ ଏବେ ସରକାର ଇଡକୋ ଜମିରେ ଘର କରିଥିବ ଲୋକଙ୍କୁ ବେଘର ଅଥବା ଉଛେଦ କରିବା ପାଇଁ ନୋଟିସ ଜାରି କରିଛନ୍ତି ।ଖବର ପାଇଲୋକେ ହତବାକ ହୋଇ ପଡିଛନ୍ତି । ଆଗକୁ ବର୍ଷା ଦିନ ଘର ଛାଡ଼ି ଗୋରୁ,ଗାଈ,ଛେଳି,ମେଣ୍ଢା,କୁକୁଡ଼ା,ବତକ ବୁଢ଼ା,ବୁଡି,ଭିନ୍ନକ୍ଷମ ଲୋକଙ୍କୁ ଧରି କୁଆଡେ ଯିବେ ।! ଚିନ୍ତାରେ ପଡ଼ିଛନ୍ତି ଗ୍ରାମବାସୀ । ଏହାକୁ ନେଇ ସେମାନେ ତହସିଲଦାର, ଉପଜିଲ୍ଲାପାଳ ସମସ୍ତଙ୍କୁ ସେମାନଙ୍କ ଦୁଃଖ ଜଣାଇଛନ୍ତି । ଆମକୁ ଜାଗା ସହ ଘର ଦିଅ ତାହାହେଲେ ଆମ୍ଭେ ଭିଟାମାଟି ଛାଡ଼ିବୁ ।ପ୍ରଶାସନ ଆଗେ ଆମ୍ଭକୁ ଥଇଥାନ ନୀତିରେ ଥଇଥାନ କରନ୍ତୁ ଓ ପରେ ଆମେ ଘର ଛାଡ଼ିବୁ ଦାବିରେ ଗୋପାଳଵନ୍ଧ ଗ୍ରାମର ଆବାଳ ବୃଦ୍ଧ ଵନିତା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ତଦସହ ସେମାନଙ୍କ ଦାବି ପ୍ରତି ମାନବିକତା ଦେଖାଇ ସମସ୍ୟା ସମାଧାନ ପାଇଁ ଗୁହାରୀ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଭାଲୁବସା ସରପଞ୍ଚ ଯମୁନା ମଣି ସିଂ,ତୁଫାନ ଲୋହାର,ନୀଳମଣି ମହାନ୍ତ,ତୁଳସୀ ହାଁସଦା,କାନ୍ଚନ ଗୋପାଲ,ନାଗି, ମାରାଣ୍ଡି,ପାନ ଲୋହାର,ସୁନିତା, ସୁକ୍ରୁରମୁଣି ନାଏକ,ଟିକ ଲୋହାର ,ପଵିତା ବିନ୍ଧାଣି ଙ୍କ ସମେତ ବହୁ ଗ୍ରାମବାସୀ ସାମିଲ ହୋଇଥିଲେ । ସେମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏବଂ ତହସିଲ କାର୍ଯ୍ୟାଳୟରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆର୍ନ୍ତଜାତୀୟ ଶ୍ରମ ଦିବସ ପାଳିତ  ଦେଶ ଓ ରାଜ୍ୟ ଗଠନରେ ଶ୍ରମିକ ମାନଙ୍କ ଅବଦାନ ଅତୁଳନୀୟ : ଶ୍ରୀ ଭବାନୀ ଶଙ୍କର ଭୋଇ 

masiha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ବାଇକ ଚାଳକଙ୍କ ମୃତ୍ୟୁ

Sunil Chandra Nayak

ଆମ ପୁଲିସର ବୈଠକ

Leave a Comment

error: Content is protected !!