ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନରେଗା ଯୋଜନା ଦୁର୍ନୀତିକୁ ନେଇଁ ଶ୍ରମିକଙ୍କ ପ୍ରତିବାଦ ସଭା 

ଲାଞ୍ଜିଗଡ଼ (31/05/23)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ଗ୍ରାମ ପଞ୍ଚାୟତ ଅଧିନସ୍ତ ବଣ୍ଡେଲ ଗ୍ରାମର ଆମ୍ବ ତୋଟାରେ ମନରେଗା ଶ୍ରମିକଙ୍କ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଲାଞ୍ଜି ଗ୍ରାମ ପଞ୍ଚାୟତ ର ହାରାହାରି ୧୫ ଖଣ୍ଡ ଗ୍ରାମର ମହିଳା ଓ ପୁରୁଷ ଶ୍ରମିକ ଯୋଗ ଦେଇଥିବାବେଳେ ଏଥିରେ ମୁଖ୍ୟତଃ ମନରେଗା ଯୋଜନାରେ ହେଉଥିବା ଦୁର୍ନୀତି ଓ ଅନେକ ସ୍ଥାନରେ ଅଧାପନ୍ତରିଆ ଭାବେ କାର୍ଯ୍ୟ କରି ଟଙ୍କା ଆତ୍ମସାତ କରୁଥିବା ଏବଂ ଶ୍ରମିକଙ୍କୁ ନିୟମିତ ଅର୍ଥରାଶି ନ ମିଳିବା ଓ ଶ୍ରମିକଙ୍କୁ ଉଚିତ ପରିମାଣରେ ମଜୁରୀ ନ ଦେବା ଭଳି ଅନେକ ସମସ୍ୟାର ଆଲୋଚନା କରାଯାଇଥିଲା l ଉକ୍ତ ବୈଠକରେ ମନରେଗା ଦୁର୍ନୀତି ସମେତ ପ୍ରଶ୍ନ ଉଠିଥିଲାଯେ ବିକାଶ ନଗର କୁହାଯାଉଥିବା ନଙ୍ଗଲବାଲି ଓ ସ୍କୁଲ ମାଟିରେ ପ୍ରଥମ ଥର ପାଇଁ ପାଦ ଦେଇଥିବା ତୁର୍କା ଗାଁରେ ସରକାରଣଙ୍କର ଅନେକ ବିକାଶ ଯୋଜନା ଫେଲ ମାରିଛି ବୋଲି ଆଲୋଚନା ହୋଇଥିଲା l ମିଶନ ସୂର୍ଯ୍ୟୋଦୟ ଓ ଗାଁ କୁ ଚାଲ ଅଭିଯାନ ଯୋଜନା ଭଳି ଅନେକ ମାଳ ମାଳ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଆଣି ଆତ୍ମସାତ ହଉଥିବ ଚର୍ଚ୍ଚା ଜୋର ଧରିଛି l ଲୋକ ମାନଙ୍କ ନାମରେ ଲାଞ୍ଜିଗଡ଼ ବ୍ଲକର ଲାଞ୍ଜି, ବେନଗାଁ, ଲାଖବାହାଲି, ବିଜେପୁର, ମାଳିଯୁବାଙ୍ଗ, ପାହାଡ଼ପଦର ଭଲି ଆଦିବାସୀ ଅସଚେତନ ଦୁର୍ଗମ ଅଞ୍ଚଳରେ କୋଟି କୋଟି ଟଙ୍କା ଲୁଟ ହେଉଥିଲେ ମଧ୍ୟ ବ୍ଲକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନଙ୍କର କୌଣସି ତଦାରଖ କିମ୍ବା ଦୃଷ୍ଟି ଦେଉନାହାନ୍ତି ବୋଲି ବୈଠକରେ ମତପ୍ରକାଶ ପାଇଛି l ଜନସାଧାରଙ୍କର ଅଭିଯୋଗ ଯେ’ ଜିଆରଏସ୍, ଏପିଇଓ, ବିଡ଼ିଓ ଗାଁସାଥୀଙ୍କ ଜରିଆରେ ଲକ୍ଷ ଲକ୍ଷ ଟଙ୍କାର କାମ ସମ୍ପୂର୍ଣ୍ଣ ନ ହୋଇ ଅଧପନ୍ତରିଆ ବିଲ କରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ଆଣିଛନ୍ତି l ଏଣୁ ୨୦୨୧,୨୨,୨୩ ମସିହାର ସମ୍ପୂର୍ଣ୍ଣ କାମ ତଦାରଖ, ଏଫଟିଓ କଫି ମଷ୍ଟରରୋଲରେ କେତେ ଜଣ କାମ କରିଥିବା ଶ୍ରମିକ ମାନଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା ହେଉଛି ଏବଂ କାମ କରୁନଥିବା ଶ୍ରମିକ ମାନଙ୍କ ବ୍ୟାଙ୍କ ଖାତାରେ କେତେ ଟଙ୍କା ଜମା ହେଉଛି ତାହାର ସମ୍ପୂର୍ଣ୍ଣ ତଦାରଖ ପାଇଁ ଅଞ୍ଚଳରେ ଶ୍ରମିକ ମାନଙ୍କ ଦାବି ହେଉଛି l ଯଦି ଏହାର ତଦାରଖ ନ ହୁଏ ତେବେ ବ୍ଲକ ପ୍ରଶାସନଙ୍କ ନାମରେ ଓ ପଞ୍ଚାୟତ ଅଫିସରଙ୍କ ନାମରେ କୋଟ ରୁଜୁ କରାଯିବ ବୋଲି ଶ୍ରମିକ ମାନେ ପ୍ରସ୍ତୁତି ବୈଠକରେ ଆଲୋଚନା କରିଥିଲେ l ଉକ୍ତ ପଞ୍ଚାୟତ ଗୁଡିକରେ ସଠିକ ତଦାରଖ କରି ମଷ୍ଟରରୋଲ ଓ ଏଫଟିଓ କପି ଶ୍ରମିକ ମାନଙ୍କଠୁ ହଡ଼ପ ହୋଇଥିବା ଟଙ୍କା ଜୁନ ୧୦ ତାରିଖ ସୁଦ୍ଧା ସଠିକ ପ୍ରମାଣ ସହିତ ତଥ୍ୟ ଦିଆନଯାଏ ତେବେ ବ୍ଲକ ପ୍ରଶାସନଙ୍କ ନାମରେ କୋଟରେ ଦ୍ୱାରସ୍ତ ହେବାପାଇଁ ଶ୍ରମିକ ମାନେ ଚେତାବନୀ ଦେଇଛନ୍ତି lବ୍ରିଟିଶ କୁମାର, ପୂର୍ଣ୍ଣ ମାଝୀ, ରାଣୁ ମାଝୀ, ଗୌତମ ଦୋରା, ଲେଲି ମାଝୀ, ବୁଡ଼ୁ ମାଝୀ, ସମେତ ଅଞ୍ଚଳର ମହିଳା ଓ ପୁରୁଷ ଶ୍ରମିକ ବୈଠକରେ ଉପସ୍ଥିତ ଥିଲେ l ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ପ୍ରଶାସନ କେତେ ତତ୍ପରତା ଦେଖାଇ ଶ୍ରମିକ ମାନଙ୍କ ଦାବି ପୂରଣ କରୁଛନ୍ତି l

ଲାଞ୍ଜିଗଡ ରୁ ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ

Related posts

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ଦ୍ୱିତୀୟ ବାର୍ଷିକୋତ୍ସବ

Sunil Chandra Nayak

ଅନଲାଇନରେ ଶିଶୁକୁ କରାଯାଉଥିବା ଯୌନ ଶୋଷଣ ଓ ଦୁର୍ବ୍ୟବହାର ସୁରକ୍ଷା ସମ୍ପର୍କ ରେ ଆଇନଗତ ପ୍ରଶିକ୍ଷଣ କାର୍ଯକ୍ରମ ଅନୁଷ୍ଠିତ

masiha

ଯୁକ୍ତ ଦୁଇ ପରୀକ୍ଷା ମେଧା ବିଦ୍ୟାର୍ଥୀ କୁମାରୀ ଅନନ୍ୟା ପ୍ରଧାନଙ୍କ ସଫଳତା 

Leave a Comment

error: Content is protected !!