ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା କଲେଜର ବିଦାୟ ସମ୍ବର୍ଦ୍ଧନା:ଏକ ପତ୍ରଝରା ଋତୁ ଆୟୋଜିତ

ରାଉରକେଲା/ ସେକ୍ଟର ୪ ସ୍ଥିତ ରାଉରକେଲା କଲେଜରେ ଶେଷବର୍ଷ ଓଡିଆ ଛାତ୍ର ଛାତ୍ରୀ ୨୦୧୯-୨୦୨୨ ବ୍ୟାଚଙ୍କ ଉଦ୍ଦେଶ୍ୟରେ ଏକ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ‘ ଏକ ପତ୍ରଝରା ଋତୁ ‘କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଓଡିଆ ବିଭାଗ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଆଶ୍ରିବଚନ ପ୍ରଦାନ କରିଥିଲେ ।ସୁଶ୍ରୀ ଅନପୂର୍ଣା ବିଶ୍ବାଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ରଶ୍ମିପ୍ରଭା ମଥାନ ,ବରିଷ୍ଠ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଅଧ୍ୟାପକ ବନବିହାରୀ କିଶାନ, ଡଃ ଅରବିନ୍ଦ ଦାସ ଓ ଅଧ୍ୟାପିକା ସ୍ବପ୍ନାମୟୀ ହୋତା ଅତିଥି ଭାବେ ଯୋଗଦେଇ ଆଶ୍ରିବଚନ ପ୍ରଦାନ କରିବା ସହ ବିଦାୟୀ ଛାତ୍ର ଛାତ୍ରୀଙ୍କୁ ଶୁଭକାମନା ଜଣାଇଥିଲେ। ପ୍ରାରମ୍ଭରେ କବିତା ହରିପାଲ,ପୂଜାରାଣୀ ମହାପାତ୍ର, ଅନୁଶ୍ରୀ ଦାସ,ଦିପିକା ଦାସ,ସୁମନ ମୁଣ୍ଡାରୀ ସ୍ବାଗତ ସଂଗୀତ ଗାନ କରିଥିବା ବେଳେ ଦ୍ବିତୀୟ ବର୍ଷର ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟର ଅଭିଜ୍ଞତା ସହ ସ୍ମୃତି ଚାରଣ କରିଥିଲେ। ବିଦାୟୀ ସମ୍ବର୍ଦ୍ଧନା ର ପ୍ରତ୍ୟୁତ୍ତରରେ ଶୁଭଶ୍ରୀ ପାତ୍ର, ସୋନିଆ ବୁଡ,ବବି ତୂରୀ, ବିଶ୍ବଜିତ ବାରିକ,

ଭାଗ୍ୟଶ୍ରୀ ସାହୁ, ପ୍ରିତୀ ସିଂହ, ଲିପ୍‌ସାମୟୀ ଧଳ,ସୁଶ୍ରୀ ପୁଷ୍ପାଞ୍ଜଳୀ, ସନ୍ତୋଷ ଗୌଡ ପ୍ରମୁଖ ନିଜର ଅଭିଜ୍ଞତା ଓ ସ୍ମୃତି ଚାରଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କବିତା ପାଠ,ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ରୁପେଶ ଗୋପ,ଅଶୋକ କିଶାନ, ସୁବ୍ରତ ନାୟକ, ସମୀର ବିଶ୍ବାଳ, ଅନିତା ଜଗଦେବ ପ୍ରମୁଖ ସହଯୋଗ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଖଡମବେଡା ପଞ୍ଚାୟତର ଅଧିକାଂଶ ଗ୍ରାମ ଡିଜିଟାଲ ହେବାରୁ ବଂଚିତ ନେଇ ସମିତି ସଭ୍ଯାଙ୍କ ବିଡ଼ିଓଙ୍କ ଦ୍ଵାରା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ ଗଳ୍ପ ଉପସ୍ଥିତ ବୁଦ୍ଧି 

Sunil Chandra Nayak

କବିତା – ଉତ୍କଳ ଦିବସ

Sunil Chandra Nayak

Leave a Comment

error: Content is protected !!