ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସରକାର ଙ୍କ “ମୋ ଘର” ଯୋଜନା କାନ କୁ ଭଲ ଶୁଭୁଚି। ବାସ୍ତବ ରେ ତାହା କେତେଦୂର କାର୍ଯ୍ୟକାରୀ ହେବ ସମୟ କହିବ ! 

ରାଜ୍ୟ ସରକାର ଏବେ ତାଙ୍କର ସମସ୍ତ ଯୋଜନା ସାଙ୍ଗରେ ଆଉ ଗୋଟେ ନୂଆ ଯୋଜନା “ମୋ ଘର ” ଯୋଜନା ଆସନ୍ତା ଜୁନ ମାସ ୧୬ତାରିଖରୁ ଆରମ୍ଭ କରିବାକୁ ଯାଉଛନ୍ତି ।ଏହି ଯୋଜନା ରେ ସରକାର ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଯୁକ୍ତ ଋଣ ବ୍ୟାଙ୍କ୍ ଗୁଡିକ ମାଧ୍ୟମ ରେ ଦେବେ ।ଯେଉଁ ଲୋକ ମାନେ ଚାହିଁବେ ସେମାନେ ଅନ ଲାଇନ୍ ରେ ଦରଖାସ୍ତ କରିବେ । ଏହି ଯୋଜନା କାନକୁ ଅତି ଭଲ ଶୁଭୁ ଥିଲେବି ବାସ୍ତବ ରେ ତାହା କେତେ ଦୂର କାର୍ଯ୍ୟକାରୀ ହେବ ତାହା ସମୟ କହିବ । ରାଜ୍ୟ ସରକାର ଗ୍ରାମାଞ୍ଚଳ ର କୃଷକ ମାନଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧ ରେ କୃଷି ଋଣ ଦିଆଯିବ ବୋଲି ଘୋଷଣା କରିଛନ୍ତି । କିନ୍ତୁ ପ୍ରକୃତ ପକ୍ଷେ ଏହି ଯୋଜନା ଠିକ୍ ଭବେ କାର୍ଯ୍ୟକାରୀ ହେଉଛିକି ? ପ୍ରକୃତ ପକ୍ଷେ ଏହି ସୁବିଧା ହାସଲ କରିବା ପାଇଁ ଯୋଗ୍ୟ ହିତାଧିକାରୀ ନାହାନ୍ତି । କାରଣ ଅଧିକାଂଶ ଚାଷୀ ମାନେ ପ୍ରାଥମିକ ସମବାୟ ସମିତି ରୁ ୧୫ କି ୨୦ବର୍ଷ ତଳେ ଯେଉଁ ଋଣ କରିଛି ତାହା ପ୍ରତିବର୍ଷ ଖାତା ରେ ନୂଆ ପୁରୁଣା ହୋଇ ଗଡି ଗଡି ଆସୁଛି । ତେଣୁ ସେ ଖିଲାପି ତାଲିକାରେ ତାର ନାମ ଥିବାରୁ ସେ ନୂଆ ଋଣ ପାଇବାକୁ ଯୋଗ୍ୟ ବିବେଚିତ ହୋଇ ପାରୁନାହିଁ । ଯାହା ଦ୍ଵାରା କି ସେ ସରକାର ଙ୍କ ସ୍କିମ୍ ଅନୁସାରେ ଲାଭ ବାନ ହୋଇ ପାରୁନାହିଁ । ଏବେ ଗ୍ରାମାଞ୍ଚଳ ରେ ଋଣ ନେବା ପାଇଁ ଯୋଗ୍ୟ ହିତାଧିକାରୀ ବହୁତ୍ କମ ।ଯେଉଁ ଅଳ୍ପ କେତେକ ଚାଷୀ ଖିଲପୀ ନୁହନ୍ତି ସେମାନେ ଲାଭ ବାନ ହୋଇ ପାରୁଛନ୍ତି । ଠିକ୍ ସେହିପରି ଯେଉଁ ବ୍ୟକ୍ତି “ମୋ ଘର” ଯୋଜନା ରେ ଘର ଟିଏ ପାଇଁ ଋଣ ଦରଖାସ୍ତ କରିବ ସେ ଯଦି ସେହି ବ୍ୟାଙ୍କ୍ ରେ ଖିଲାପୀ ଥାଏ କି ସମବାୟ ସମିତି ରେ ଋଣ ଖିଲାପି ଥାଏ ତାକୁ ବ୍ୟାଙ୍କ୍ ଲୋନ ମଞ୍ଜୁର କରିବ ତ ? ଏହି ବିଷୟରେ ସରକାର ଙ୍କ ଗାଇଡ ଲାଇନ୍ ସ୍ପଷ୍ଟ ହେବା ଦରକାର । ଯେଉଁ ଆଦିବାସୀ ମାନେ ଜଙ୍ଗଲ ଜମି ପଟ୍ଟା ପାଇଛନ୍ତି ତାହା ବ୍ୟାଙ୍କ୍ ରେ ବନ୍ଧକ ରଖି ପାରିବେ ନାହିଁ ବୋଲି ସରକାର ନିୟମ କରିଛନ୍ତି ।ଏହି ଆଇନ ର ସଂଶୋଧନ ସରକାର କରିବେକି ? ଯଦି ନକରନ୍ତି ତେବେ ଆଦିବାସୀ ମାନେ ଏହି ସୁବିଧାରୁ ନିଶ୍ଚୟ ବଞ୍ଚିତ ହେବେ । ଭାରତ ବର୍ଷ ର ଅନ୍ୟ ରାଜ୍ୟ ରେ “ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ” ଯୋଜନା ବ୍ୟତୀତ ସେମାନେ ନିଜସ୍ଵ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସେ ଯୋଜନା ରେ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବି ସବସିଡି ଦେଉଛନ୍ତି । ରାଜ୍ୟ ସରକାର ଚାହିଥିଲେ ତାଙ୍କର ନିଜସ୍ଵ ଯୋଜନା କରି ରାଜ୍ୟରେ ଗୃହ ହିନ ଙ୍କୁ ଗୃହ ଯୋଗାଇବାରେ କିଛି ଅସୁବିଧା ନଥିଲା । ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ୨୦୨୨ସୁଦ୍ଧା ସମସ୍ତ ଗୃହ ହିନ ଙ୍କୁ ଗୃହ ଯୋଗାଇ ଦିଆଯିବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ । ଦୁଇଟି ଯାକ ସରକାର ନିଜର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି ।  

ଆସନ୍ତା ସାଧାରଣ ନିର୍ବାଚନ ଆଗକୁ ଥିବାରୁ ଏବେ ସମସ୍ତଂକ ନିଦ ଭାଙ୍ଗୁଛି । ବ୍ୟାଙ୍କ୍ ମାନେ ଗ୍ରାମାଞ୍ଚଳ ର ଲୋକ ଙ୍କୁ ଯିଏ ଋଣ ଖିଲାପି ଥିବେ ସେମାନଙ୍କୁ ଏହି ଯୋଜନା ରେ ଜମା ରୁ ଲୋନ ଦେବେ ନାହିଁ ।ରାଜ୍ୟ ରେ ଥିବା ଜାତୀୟ କରଣ ବ୍ୟାଙ୍କ୍ ଗୁଡିକ ରାଜ୍ୟ ସରକାର ଙ୍କ ନିୟନ୍ତ୍ରଣ ରେ ନାହାନ୍ତି । ଯଦି ରାଜ୍ୟ ସରକାର ନିଷ୍ଠାର ସହ ଏହି ଯୋଜନା କରିବାକୁ ଚାହୁଁ ଥିବେ ତେବେ ବ୍ୟାଙ୍କ୍ ମାନଙ୍କୁ ସ୍ପଷ୍ଟ ଓ କଡ଼ା ନିର୍ଦ୍ଦେଶ ଦେବାକୁ ପଡ଼ିବ । ଯେଉଁ ବ୍ୟାଙ୍କ୍ ମାନେ ଏହା କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତୁରନ୍ତ ପଦକ୍ଷେପ ନେବା ଦରକାର । ନହେଲେ ଅନ୍ୟ ଯୋଜନା ପରି ଏହି “ମୋ ଘର”ଯୋଜନା କାଗଜ କଲମ ରେ ସୀମିତ ରହିଯିବ।

ଢେ଼ଙ୍କାନାଳ ରୁ ତାପସ ଦାସ ଙ୍କ ରିପୋର୍ଟ  

Related posts

ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ନାୟକଙ୍କୁ ଅସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି 

masiha

ଝରିଗାଁ- ଚନ୍ଦହାଣ୍ଡି ଘାଟିରେ ଅଟୋ ଦୁର୍ଘଟଣା ୫ ଗୁରୁତର

Sunil Chandra Nayak

୪୨ ମୌଜାରେ ଡଃ.ମହତାବଙ୍କ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!