ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦାନ୍ତ ଲିମିଟେଡ ତରଫରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ଲାଞ୍ଜିଗଡ଼,୩୧/୦୩(ମନିସ)-ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗ ଓ ବେଦାନ୍ତ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ନିଆଳି ଗାଁରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗ ଉପମୁଖ୍ୟ ଦିଲିପ ପ୍ରଜାପତି, ବଣ୍ଟିରାଣୀ ପାଟଗିରି, ଋତୁପୂର୍ଣ୍ଣା ଚାଟାର୍ଜୀ, ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବେଦାନ୍ତ ହସ୍ପିଟାଲର ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତିଙ୍କ ନେତୃତ୍ୱରେ ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗ ଓ ବେଦାନ୍ତ ହସ୍ପିଟାଲ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବେଦାନ୍ତ ହସ୍ପିଟାଲର ଡା. ଗୀତାଞ୍ଜଳି ଦେଇ ତମାଖୁ ସେବନର ଅପକାରିତା ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ନିଆଳି ଗାଁରେ ଛାତ୍ରଛାତ୍ରୀ, ମହିଳା ଗୋଷ୍ଠୀର ସଦସ୍ୟାମାନଙ୍କୁ ନେଇ ଏକ ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବେଦାନ୍ତ ହସ୍ପିଟାଲ ପରିଚାଳନା ବିଭାଗର ଅଶୋକ ଖୋରା, ମହେନ୍ଦ୍ର ହିଆଁଲ, ପିତାମ୍ବର ଧିଣ୍ଡା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । 

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ତେରେସିଂହା ଡିଗ୍ରୀ କଲେଜରେ ସମ୍ବିଧାନ ଦିବସ ପାଳିତ

masiha

ସରପଞ୍ଚଙ୍କ ସ୍ୱାମୀ ତଥା ବିଜେପି ମଣ୍ଡଳ ସଭାପତି ନାଁରେ ସାଙ୍ଘାତିକ ଦୁର୍ନୀତି ଅଭିଯୋଗ, ଶ୍ରମିକଙ୍କ ଟଙ୍କା ହଡ଼ପ କରିଥିବା ଗୁରୁତର ଅଭିଯୋଗ ଆଣିଲେ ଶ୍ରମିକ l ଅଭିଯୋଗ ପରେ , ତଦନ୍ତ କଲେ ବିଡିଓ

masiha

କଥାବ୍ୟାସ ଆଶୀର୍ବାଦ ଜୀ ମହାରାଜଙ୍କ ଦ୍ୱାରା  ଧର୍ମଗଡ ଠାରେ ଶ୍ରୀମଦ୍ ଭାଗବତ୍ କଥାମୃତ ସପ୍ତାହ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!