ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ବିପର୍ଜୟ ସମୟରେ ପ୍ରଭାବିତ ଅଞ୍ଚଳ ରେ ବନ୍ୟା ଜଳ ଉଦ୍ଧାର ସମ୍ପର୍କିତ ଟେବୁଲ୍ ଟପ୍ ଏକ୍ସରସାଇଜ  ମୁଣ୍ଡଳି କଟକ ରୁ ଆସିଥିବା ଏନ୍ ଡି ଆର୍ ଏଫ୍ ର ଯୋଗଦାନ ଓ ପ୍ରଦର୍ଶନ

ଭବାନୀପାଟଣା ତା ୨.୬.୨୦୨୩: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ସକାଳ ୧୦.୦୦ଘ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାୟକ ଙ୍କ ଅଧ୍ୟକ୍ଷତା ରେ ବାତ୍ୟା/ ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳରୁ ଉଦ୍ଧାର ନିମନ୍ତେ ଟେବୁଲ୍ ଟପ୍ ଏକ୍ସରସାଇଜ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବାତ୍ୟା ଓ ବନ୍ୟା ଯୋଗୁ ଓଡ଼ିଶା ସର୍ବଦା କ୍ଷତିଗ୍ରସ୍ତ ହୋଇଥାଏ ଏବଂ ବିପୁଳ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ଥାଏ।କିନ୍ତୁ ଏନ୍ ଡି ଆର୍ ଏଫ୍, ଓ ଡି ଆର୍ ଏଫ୍, ଅଗ୍ନିଶ୍ରମ,ପୋଲିସ, ପ୍ରଶାସନିକ, ସେବାକାରୀ ଦଳ ପଦକ୍ଷେପ ଯୋଗୁ ବହୁ ଧନ ଜୀବନ ଓ ପଶୁସମ୍ପଦ ରକ୍ଷା ପାଇଥାଏ।ଆଜି ଏହି ସମ୍ବଧୀୟ ସୁଚନା,ବନ୍ୟା/ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ପୂର୍ବ ପ୍ରସ୍ତୁତି, ବିପର୍ଯ୍ୟୟ ସମୟ ଓ ପରେ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା।ଏନ୍ ଡି ଆର ଏଫ୍ ଇନ୍ସପେକ୍ଟର ଶ୍ରୀ ଉଦିତ କୁମାର ଦିକ୍ଷିତ ବନ୍ୟା ସମୟରେ ନିରାପଦ ଉଚ୍ଚ ସ୍ଥାନ କୁ ଯିବା,ପ୍ରାଥମିକ ଚିକିତ୍ସା ଉପକରଣ,ଆବଶ୍ୟକ ଖାଦ୍ୟ ର ବ୍ୟବସ୍ଥା, ଜରୁରୀକାଳୀନ ଆଲୋକ, ପିଇବା ପାଣି ଉପରେ ସମ୍ୟକ୍ ସୂଚନା ଦେବା ସଙ୍ଗେ ସଙ୍ଗେ ବନ୍ୟା ଜଳ ରୁ କିଭଳି ମୂଲ୍ୟବାନ ଜୀବନ ତଥା ପଶୁସମ୍ପଦ କୁ ବଞ୍ଚାଯାଇପାରିବ ତା ଉପରେ କହିଥିଲେ।ଆସନ୍ତାକାଲି ୩.୬.୨୦୨୩ ତାରିଖ ରେ ସ୍ଥାନୀୟ ଭଟାଙ୍ଗପଦର ଏମ ଆଇ ପ୍ରକଳ୍ପ ରେ ଏ ସମ୍ବଧୀୟ ଉଦ୍ଧାର କୌଶଳକୁ ପ୍ରଦର୍ଶନ କରାଯିବ। ବୈଠକ ରେ ଅନ୍ୟ ଏନ୍ ଡି ଆର୍ ଏଫ୍ ଅଧିକାରୀ ବାହାଦୁର ସିଂ ରେଧୁ,ଶରତ ଚନ୍ଦ୍ର ମଲ୍ଲିକ ଙ୍କ ସହ ତହସିଲଦାର ,କଳାହାଣ୍ଡି, ଜରୁରୀ ଅଧିକାର,ଏସ ଇ, ଆର୍ ଡବ୍ଲୁ ଡି , ଏସ ଡି ଓ , ଇରିଗେଶନ , ଇ ଈ, ଓ ଏଲ ଆଇ ସି,ସି ଏସ ଓ, ଡି ଆର୍ ସି ଏସ,ସି ଡି ଭି ଓ, ଏ ଇ ଈ, ଆର୍ ଡବ୍ଲୁ ଏସ ଏସ , ଡି ଡି ଏଚ,ଡି ଆଇ ପି ଆର୍ ଓ, ଇ ଈ ,ଟି ପି ଡବ୍ଲୁ ଓ ଡି ଏଲ, ଏ ସି ଏଫ୍ ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ 

masiha

ଜୁନାଗଡ଼ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ଅନୁଷ୍ଠିତ

Sunil Chandra Nayak

ଭାପୁରରେ ବ୍ଲକ୍ ସ୍ଥରୀୟ ବ୍ୟାଙ୍କିଙ୍ଗ ସେବା ଓ ୠଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!