ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଗାୟତ୍ରୀ ସିଂହ ଙ୍କ କବିତା = ବାହାନଗା ଟ୍ରେନ ଟ୍ରାଜେଡି

ବାହାନଗା ଟ୍ରେନ ଟ୍ରାଜେଡି

ସେଇ ଛାତି ଥରା ମୁହୂର୍ତ୍ତ 
ସେଇ ବିକଟାଳ ଗର୍ଜନ
ତାପରେ ସବୁ ଶେଷ !
ବାହାନଗା ଆଜି ଚର୍ଚ୍ଚିତ,
ଶବ ପରେ ଶବ ରେ ମାଟି ରକ୍ତ ରଞ୍ଜିତ 
,କେଉଁ ଅଶୁଭ ମୁହୂର୍ତ୍ତ ରେ ସବୁ ଯାତ୍ରୀ
ପାଦ ଥାପିଥିଲେ ରଣ ହୁଙ୍କାର କରମଣ୍ଡଳ ରେ
ନିଶ୍ଚିହ୍ନ ଖିନ ଭିନ ହୋଇଗଲା ଜୀବନ ।
କେଉଁ ମା’ ର କୋଳ ଶୁନ୍ୟ ହୋଇଗଲା
କେଉଁ ସ୍ତ୍ରୀ ର ସୀମନ୍ତ ରିକ୍ତ ହୋଇଗଲା
କେଉଁ ସ୍ୱାମୀ ପ୍ରାଣପ୍ରିୟା ସ୍ତ୍ରୀ କୁ ହରାଇ ସ୍ତବ୍ଧ ହୋଇଗଲା
ଲହୁ ଲୁହ ରେ ଭିଜି ଭିଜି କିଏ ସର୍ବହରା ହୋଇଗଲା ।
ବନ୍ଧୁ ବାନ୍ଧବ ସ୍ୱଜନ ସେଇ ମର୍ମନ୍ତୁଦ ଦୁର୍ଘଟଣା ପରେ
ନିଜ ଲୋକ ଙ୍କୁ ପାଇବାର ଚେଷ୍ଠା,ଉଦବେଗ
ଭିଡ଼ ଭିତରୁ ଭଲରେ ଭଲରେ 
ନିଜ ଲୋକଙ୍କୁ ପାଇଗଲେ ଆନନ୍ଦାଶ୍ରୁ
ଶବ ଭିତରୁ ମିଳିଗଲେ ବୁକୁଫଟା କରୁଣ ଚିତ୍କାର
ନିଃସ୍ୱ ସର୍ବହରା କାହାକୁ ନେଇ 
କେଉଁ ମୁହଁ ନେଇ ଘରକୁ ଫେରିବ
ସମଗ୍ର ବିଶ୍ୱ ଚକିତ,
ଦେଶ ବିଦେଶ ରୁ ଛୁଟୁଛି
ଗଭୀର ଶୋକ ବ୍ୟକ୍ତ ସମବେଦନା ର ବାର୍ତ୍ତା
ସାନ୍ତ୍ୱନା ଅନୁକମ୍ପା କଣ ଭୁଲେଇ ଦେଇ ପାରିବ
ନିଜ ପ୍ରିୟଜନ କୁ ହରାଇବାର ଦୁଃଖ ?
ସବୁଠି ସାହାଯ୍ୟ ସହାନୁଭୂତି ର ଲମ୍ବା ହାତ
ମାନବିକତା ର ସ୍ୱତନ୍ତ୍ର ପରିଚୟ ।
ସବୁ ପରେ ବି ନିଜ ପ୍ରିୟଜନ ଙ୍କୁ ହରାଇଥିବା
ମଣିଷ କୁ ପଚାରି ଦେଖ ଦୁଃଖ କଣ
ଜୀବନ ର ଅପୁରଣୀୟ ଅଭାବ କଣ ?

ଗାୟତ୍ରୀ ସିଂହ

ଆଠମଲ୍ଲିକ

ଅନୁଗୁଳ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l l ଜଣାଣ l l l

Sunil Chandra Nayak

ନନ୍ଦିନୀ ରାଉତ ଙ୍କ କବିତା l l l ଜୀବନ l l l

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ ରମ୍ୟ କବିତା// ବାଃ,ବାଃରେଏଇ ଦୁନିଆଁ

Sunil Chandra Nayak

Leave a Comment

error: Content is protected !!