ସାହିତ୍ୟ ଅଗଣାଅମରନାଥ ବାରିକ୍ ଙ୍କ କବିତ ଭୂମି’ର ଶୁଭ ଜନ୍ମଦିନେ by masihaDecember 9, 2024032 Share2 ଭୂମି’ର ଶୁଭ ଜନ୍ମଦିନେ ଅମରନାଥ ବାରିକ୍ ଅନେକ ଜପ ତପ ଫଳେ ପାଇଛୁ ତୋତେ ଆମ କୋଳେ । ତୁ ଆମ ହୃଦୟ ଶଙ୍ଖାଳି ନୟନ ମଣି ଗଳା ମାଳି । ଶ୍ରୀକୃଷ୍ଣ ପ୍ରଭୁ ପାଦ ତଳେ ନିତି ପ୍ରଣତି ମୁହିଁ ଢାଳେ । ନ ଲାଗୁ ତୋ ଦେହରେ ଧୂଳି ଦୟା କରନ୍ତୁ ବନମାଳି । ଦୁଃଖ ଶୋକର ଛାୟା ମାତ୍ର ନଛୁଉଁ ହୁଅ ସୁଖେ ପାତ୍ର । କା ସଙ୍ଗେ ନକରିବ କଳି ଥିବ ସଭିଙ୍କ ସାଥେ ଚଳି । ଶଙ୍କଟ ବେଳରେ ଇଶ୍ବର ସାହାଯ୍ଯ କର ଚକ୍ରଧର । ଶ୍ରଦ୍ଧା ସୁମନ ହସ୍ତେ ତୋଳି ମଧୁ ବଚନ ମୁଖେ ଭାଳି । ରହିବୁ ସମୟର ସହ ଯେମନ୍ତ ଚନ୍ଦ୍ର ସୂର୍ଯ୍ୟ ଗ୍ରହ । ଜାଳିବୁ ସତ୍ୟର ଦୀପାଳି ମିଥ୍ୟାକୁ ପାଦେ ଦେବୁ ଦଳି । ନୀଳାଚଳିଆ ତୋ କମଳେ ସଞ୍ଜ ସକାଳେ ଦୀପ ଜାଳେ । ଏତିକି ମାତ୍ର ମୋର ଅଳି ଜଗା ଭରିଦେ ମୋର ଥାଳି । ଭୂମି’ର ଶୁଭ ଜନ୍ମ ବେଳେ ତାକୁ ରଖିବ ଭୁଜ ତଳେ । ବାଢ଼ୁଛି ପାଦେ ପୁଷ୍ପାଞ୍ଜଳି ଦିଅ ଆଶିଷ ବାରେ ଢ଼ଳି । କୃପାସିନ୍ଧୁ ତୋ କୃପା ଜଳେ ଉତ୍ସର୍ଗ ଏ କବିତା ମାଳେ । ଲେଖୁଛି ମୋ କଲମ ତୂଳୀ ସେ ଆମ ନୟନ ପିତୁଳି । ଚତୁର୍ଥ ବର୍ଷେ ପଦାର୍ପଣ ପାଦ ଥାପିଲା ସେହୁ ପୁଣ । ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର ଓଡ଼ିଶା, ପିନ୍ ନମ୍ବର – ୭୫୫୦୧୧ ଦୂରଭାଷା – ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)