ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁଳି ଆଘାତରେ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ

ବନ୍ଧୁଗାଁ ତା ୪/୬/୨୩//  କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ନିଲାବାଡି ପୋଖରୀରେ ମନରେଗା କାମ କରୁଥିବା ବେଳେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଆଘାତରେ ଦୁଇ ଜଣ ବ୍ୟକ୍ତି ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲ୍ଲା ମେଡିକାଲ୍ ଠାରେ ଭର୍ତ୍ତି । ଆଜି ସକାଳ ସମୟରେ ଗୁଳୁଗୁଳି ସହିତ ସର୍ବାଧିକ ତାପମାତ୍ରା ଅନୁଭୂତ ହେବା ପରେ ସନ୍ଧ୍ୟା ଘଣ୍ଟା ୪.୩୦ ମିନିଟ ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ମରିଥିଲା,। ପଞ୍ଚାୟତ ତରଫରୁ ମନରେଗା ଯୋଜନାରେ ପୋଖରୀ ଖନନ କାର୍ଯ୍ୟ କରିବା ପାଇଁ ଶ୍ରୀ ଅଜିତ ଖରା (ପୁ)୩୨ ବର୍ଷ ଓ ଶ୍ରୀ ରାଜେଶ ଖରା (ପୁ)୩୩ ବର୍ଷ ରହିଥିବା ବେଳେ ବିଜୁଳି ଆଘାତରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ଡକ୍ଟର ଙ୍କ ଦ୍ଵାରା ପ୍ରାଥମିକ ଚିକିତ୍ସା କରିବା ପରେ ଦୁଇ ଜଣ ଅଧିକ ଗୁରୁତର ଥିବା ଜାଣି ରାୟଗଡ଼ା ଜିଲ୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାଇ ବିଜୁଳି ଆଘାତରେ ଅଜିତ ଖରା ଙ୍କ ଆଖି ରେ ମାଡ ଓ ରାଜେଶ ଖରା କଥାବାର୍ତ୍ତା ହୋଇ ନ ପାରିବା ସହିତ ଠିଆ ହୋଇ ପାରୁ ନ ଥିବା ଜାଣିବାକୁ ମିଳିଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ବିଭିନ୍ନ‌ ଦାଵି ନେଇ ଜାମଦା ବ୍ଳକ ସ୍ତରୀୟ ଅଲ୍ ଓଡିଶା ଜିପିଏଲଫ କର୍ମଚାରୀ ସଂଘ ତରଫରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Sunil Chandra Nayak

ଜିଲ୍ଲାସ୍ତରୀୟ ଡେଙ୍ଗୁ ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ପର୍କିତ  ଜନ ସଚେତନତା ରଥର ଶୁଭାରମ୍ଭ

masiha

ଆର୍ଟ ଅଫ ଗିଭିଂ ଡେ ପାଳନ

Leave a Comment

error: Content is protected !!