ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫ଟି ସଚିବଙ୍କ ଗ୍ରସ୍ତ ପରେ ବାସ୍ତବତା ର ରୂପ ନେବାକୁ ଯାଉଛି ଧର୍ମଗଡ ବାସୀଙ୍କ ସ୍ବପ୍ନ

ବହୁ ସୁବିଧା ବିଶିଷ୍ଟ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ହେବ

ଗତ ୨୦.୦୫.୨୦୨୩ ଧର୍ମଗଡର ପୁର୍ବତନ ଉପ ଜିଲ୍ଲାପାଳ ତଥା ସମ୍ପ୍ରତି ୫ଟି ସଚିବ ଙ୍କ ଧର୍ମଗଡ ଗସ୍ତ କାଳରେ ଅଞ୍ଚଳର ଅନେକ ସ୍ବେଛାସେବୀ ସଂଗଠନ,କ୍ରୀଡାବିତ୍ ଓ କ୍ରୀଡ଼ାପ୍ରେମୀ, ବୁଦ୍ଧିଜୀବୀ, ଆଇନଜୀବୀ, ସାମ୍ବାଦିକ ତଥା ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଦାବୀ ପତ୍ର ପ୍ରଦାନ କରିଥିଲେ। ସେ ସବୁ ଦାବୀ ଏବେ ବାସ୍ତବ ରୂପ ନେବାକୁ ଯାଉଛି। ଧର୍ମଗଡ ସ୍ଥିତ ରେଡକ୍ରସ୍ ଟାଉନ୍ ହଲ୍ ର ପୁନଃ ଉଦ୍ଧାର ଓ ସୋନ୍ଦର୍ଯ୍ୟକରଣ, ପ୍ରସ୍ତାବିତ ଆଇଟିଆଇ କେନ୍ଦ୍ର ର ଶୀଘ୍ର କାର୍ଯ୍ୟକ୍ଷମ, ବିଦ୍ୟୁତ୍ ବିଭାଗ ଡିଭିଜନ ର କାର୍ଯ୍ୟକାରିତା, ଧର୍ମଗଡ ଏନଏସି ର ସୋନ୍ଦର୍ଯ୍ୟ କରଣ ସହ ମୁଖ୍ୟ ଛକ ମାନଙ୍କ ଠାରେ ସିସିଟିଭି କ୍ୟାମେରା ଓ ଟ୍ରାଫିକ ଲାଇଟ୍ ର ବ୍ୟବସ୍ଥା, ଧର୍ମଗଡ ଭଣ୍ଡାର ଘରଣୀ ମନ୍ଦିରର ଉନ୍ନତି କରଣ ସହ ଅଞ୍ଚଳର ଅନ୍ୟାନ୍ୟ ମନ୍ଦିର ଗୁଡ଼ିକର ବିକାଶ ପାଇଁ ୫ଟି ଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ଆରମ୍ଭ ହୋଇଛି। ଇନ୍ଦ୍ରାବତୀ କଲୋନୀ ପଛ ପଟେ ଥିବା ପରିତ୍ୟକ୍ତ ବିସ୍ତୃତ ଅଞ୍ଚଳ ରେ ଏକ ସ୍ବତନ୍ତ୍ର ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ୫ଟି ରାଜ୍ୟସରକାର ମୋହର ମାରିଛନ୍ତି। ଖୁବ୍ କମ୍ ଦିନରେ ୫ଟି ଜରିଆରେ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପାଇଁ ଏକ ବହୁ ସୁବିଧା ବିଶିଷ୍ଟ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ହେବ। ଏଥି ପାଇଁ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ପ୍ଲାନ୍ ଓ ଏଷ୍ଟିମେଟ ତିଆରି ସାରିଥିବା ଜଣାଯାଇଛି।

ଧର୍ମଗଡରେ ଖୁବ୍ ଶୀଘ୍ର ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ହେବାକୁ ଥିବାରୁ କ୍ରୀଡାବିତ୍ ଓ ଅଞ୍ଚଳ ବାସୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି।

୫ଟି ସଚିବ ଭି କେ ପାଣ୍ଡିୟାନ ତାଙ୍କର ଧର୍ମଗଡ ଗ୍ରସ୍ତ ସମୟରେ ଯଶୋଦା ଅନାଥ ଆଶ୍ରମକୁ ଯାଇ ମଧ୍ୟାହ୍ନଭୋଜନ କରିବା ସହ ଅନ୍ତେବାସୀ ମାନଙ୍କ ସହିତ କିଛି ସମୟ କଟାଇ ଥିଲେ।ସେଠାରେ ଏକ ଡାଇନିଂ ରୁମ୍, ପାର୍କ ଓ ଲାଇବ୍ରେରୀ ସ୍ଥାପନ ପାଇଁ ଆଶ୍ରମର ଅନ୍ତେବାସୀମାନେ ସଚିବ ଙ୍କୁ ଦାବୀ କରିଥିଲେ। ଅନ୍ତେବାସୀଙ୍କ ଏହି ସ୍ବପ୍ନ ମଧ୍ଯ ଖୁବ ଶୀଘ୍ର ପୂରଣ ହେବାକୁ ଯାଉଥିବା ଜଣା ଯାଇଛି। ୫ଟି ସଚିବ ଙ୍କ ଗ୍ରସ୍ତ ପରେ ଏକ ବିଶେଷଜ୍ଞ କ୍ୟାମେରା ଟିମ ୫ଟି ସଚିବ ଗ୍ରସ୍ତ କରିଥିବା କଳାହାଣ୍ଡି ଜିଲ୍ଳାର ବିଭିନ୍ନ ପ୍ରକଳ୍ପ ସହ ଧର୍ମଗଡ ଭଣ୍ଡାର ଘରଣୀ ମନ୍ଦିର, ପର୍ଯ୍ୟଟନ ସ୍ଥଳୀ ଡୋକରୀଚଞ୍ଚରା ଓ ଆମପାଣି ସ୍ଥିତ ବୁଢ଼ାରାଜା ମନ୍ଦିର କୁ ଯାଇ ଏକ ଡ଼କ୍ୟୁମେଣ୍ଟାରି ପ୍ରସ୍ତୁତ କରିଛନ୍ତି। ଏହା ପରେ ଜିଲ୍ଲା ସମେତ ଧର୍ମଗଡ ର ବିକାଶ ଖୁବ ଶୀଘ୍ର ତ୍ଵରାନିତ ହେବାକୁ ଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବ୍ଲକ ଟପ୍ପରଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବ ମୋ ଅନୁଷ୍ଠାନ

masiha

ଲକ୍ଷ୍ମୀପୁର ବାସନ୍ତୀ କଲ୍ୟାଣ ମଣ୍ଡପ ପରିସରରେ ଭାରତୀୟ ୭୫ ତମ ସମ୍ବିଧାନ ଦିବସ ପାଳିତ 

masiha

୩୯ତମ ବର୍ଷାନ୍ତ ସାରସ୍ବତ ସମ୍ମେଳନ, ସମ୍ବର୍ଦ୍ଧିତ ହେଲେ ଗୀତାରାଣୀ, କାଞ୍ଚନ, ଜ୍ୟୋତି ଓ ପ୍ରଶାନ୍ତ

masiha

Leave a Comment

error: Content is protected !!