ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇମ୍ଫାରେ ୫୧ ତମ ବିଶ୍ଵ ପରିବେଶ ଦିବସ ପାଳିତ

ଥେରୁବାଲି . ତା. ୦୫/୦୬/୨୦୨୩//ରାୟଗଡା ଜିଲ୍ଲାର ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିଷରରେ ୫୧ ତମ ବିଶ୍ବ ପରିବେଶ ଦିବସ ପାଳିତ ହୋଇ ଯାଇଅଛି । ରାୟଗଡା ସ୍ଥିତ ଆଞ୍ଚଳିକ ପ୍ରଦୁଷଣ ନିୟନ୍ତ୍ରଣ ପରିଷଦର ସହଯୋଗରେ ଏବଂ ଇମ୍ଫାର ଉପ ସଭାପତି ଶ୍ରୀ ଆଶିଷ କୁମାର ରାୟ ଙ୍କ ନେତୃତ୍ବରେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାୟଗଡା ପ୍ରଦୁଷଣ ନିୟନ୍ତ୍ରଣ ପରିଷଦର ଆଞ୍ଚଳିକ ଅଧିକାରୀ ଶ୍ରୀ ରିପୂ କୁମାର ସାହୁ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିବା ବେଳେ ସହକାରୀ ଯନ୍ତ୍ରୀ ଶ୍ରୀମାନ ପ୍ରଭୂଦେବ ବେହେରା ଓ ଗୁଣବତା ଅଧିକାରୀ ଶ୍ରୀ ଗୌରୀ ଚନ୍ଦ୍ର ଦାସ ସମ୍ମାନିତ ଅତିଥି ରୁପେ ଯୋଗ ଦେଇଥିଲେ ।

୨୦୨୩ ବିଶ୍ଵ ପରିବେଶ ଦିବସର ମୌଲିକ ବିଷୟ ବସ୍ତୁ ” ଜୈବ ସମାଜ ର ପୁନରୁଦ୍ଧାର ” କୁ ନେଇ ଆୟୋଜିତ ହୋଇଥିବା କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ଯୋଗ ଦେଇ, ପ୍ଲାଷ୍ଟିକ ର ବ୍ୟବହାର ଦ୍ଵାରା କିଭଳି ଆମର ଜୀବନ ପ୍ରଣାଳୀ ପ୍ରଭାବିତ ଓ ପ୍ରଦୁଷଣ ହେଉଛି ଓ ତାର ନିରାକରଣ ବିଷୟରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ସଚେତନ କରାଇଥିଲେ । ଇମ୍ଫାର ଉପ ସଭାପତି ଶ୍ରୀ ରୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ “ପ୍ଲାଷ୍ଟିକ ଆମକୁ ମାରିବା ପୂର୍ବରୁ ଆମେ ପ୍ଲାଷ୍ଟିକ କୁ ମାରିବାକୁ ହେବ “ ବୋଲି ମତ ପୋଷଣ କରିଥିଲେ l

 ଗତ ଜୁନ୍ ତା ୧ ରିଖରୁ ୫ ଦିନ ବ୍ୟାପି ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଇମ୍ଫା ର ସମସ୍ତ କର୍ମଚାରୀ,ଠିକାଦାର କର୍ମଚାରୀ ମାନଙ୍କ ପାଇଁ ବିଭିନ୍ନ ପରିବେଶ ଭିତିକ ସଚେତନତା କାର୍ଯ୍ଯକ୍ରମ ଯଥା- ଜଳ ସଂରକ୍ଷଣ,ବିଦ୍ୟୁତ ଶକ୍ତୀ ସଂରକ୍ଷଣ ,ପ୍ଲାଷ୍ଟିକ ର ବ୍ୟବହାର ଓ ପରିବେଶର ସୁରକ୍ଷା ଇତ୍ୟାଦି କରାଯାଇ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ ମଧ୍ୟ କରାଯାଇ ଉପସ୍ଥିତ ଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଇମ୍ଫାଦ୍ବାରା ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଓ ଅତିଥି ଗଣ ଭୂୟସି ପ୍ରଶଂସା କରିଥିଲେ । ଇମ୍ଫା ଦ୍ଵାରା ପରିବେଶର ସୁରକ୍ଷା ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦପେଖକୁ ମଧ୍ୟ ପ୍ରଶଂସା କରିଥିଲେ l ଏହି ଦିବସରେ ଉପସ୍ଥିତ ସମସ୍ତ ଅଥିତି ଗଣ ଓ କର୍ମଚାରୀ ବୃକ୍ଷ ରୋପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ କାର୍ମିକ ଓ ପ୍ରଶାସନିକ ବିଭଗର ଉପମୁଖ୍ୟ ପ୍ରବନ୍ଧକ ଶ୍ରୀମାନ କଲୋଳ କୁମାର ନାୟକ ସ୍ଵାଗତ ଭାଷଣ ଦେଇଥିଲାବେଳେ କାର୍ଯ୍ୟକ୍ରମକୁ ଯୌଥ ଭାବେ ଇମ୍ଫା ଗୁଣବତ୍ତା ବିଭାଗର ଉପ ମହା ପ୍ରବନ୍ଧକ ଶ୍ରୀ ଦିନେଶ କୁମାର ମହାନ୍ତୀ ସହ ସଂଯୋଜନା କରିଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅଗ୍ରଗାମୀ ଦ୍ଵାରା ଓଡିଶା ମିଲଟ୍ସ ମିଶନ ସଚେତନତା କାର୍ଯ୍ୟକ୍ରମ         

Sunil Chandra Nayak

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ତରଫରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଏକ ମିନି ମାରାଥନ ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ

Sunil Chandra Nayak

ଶିକ୍ଷା ଅଧିକାରୀ ଙ୍କ ସହ ପଦୋନ୍ନତି କୁ ନେଇ ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କ ଆଲୋଚନା

Sunil Chandra Nayak

Leave a Comment

error: Content is protected !!