ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନ୍ଥନ ଗତିରେ ଲିପ୍ଟ ଇରିଗେସନ କାର୍ଯ୍ୟ

କୋଲନରା :- ୫/୦୬ ରାଜ୍ୟ ସରକାର ଓ କେନ୍ଦ୍ର ସରକାର କୃଷି ବିଭାଗ ପକ୍ଷରୁ କୃଷକ ମାନଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । କୃଷକମାନଙ୍କ ଜମିରେ ଫସଲ ଅମଳ କରିବା ପାଇଁ ପାଣି ର ବ୍ୟବସ୍ତା କରିବା ପାଇଁ ସରକାର ସର୍ବଦା କାର୍ଯ୍ୟକ୍ରମ କରୁଥିବା ବେଳେ କିନ୍ତୁ ଅଧିକାରୀ ମାନଙ୍କ ଦେଖା ମିଳୁନଥିବା ଅଭିଯୋଗ ହୋଇଛି । ଏହି ଭଳି ମନ୍ଥନ ଗତି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବାଙ୍କିଲି ଗ୍ରାମ ପଞ୍ଚାୟତ ର ବେତପାଡୁ ଗ୍ରାମରେ ।ଉକ୍ତ ଗ୍ରାମରେ ୮୦ ଗୋଟି ପରିବାର ୩୫୬ ଜଣ ଲୋକ ବସବାସ କରୁଛନ୍ତି । ଗ୍ରାମରେ ୧୬୦ ଏକର ଜମି ଥିବା ଗ୍ରାମବାସୀ କହିଛନ୍ତି । ଚାଷ ପାଇଁ ସବୁବେଳେ ପାଣି ଅସୁବିଧା ରହୁଥିବା କହିଛନ୍ତି । ବର୍ତ୍ତମାନ ଚାଷବାସ ର ସମୟ ହୋଇଯାଇଥିଲେ ମଧ୍ୟ ଉଠା ଜଳସେଚନ ବିଭାଗର ଦେଖା ନାହିଁ । ଧାନ ଚାଷ ଜମିରେ ଆରମ୍ଭ ହୋଇଗଲେ ଏହି କାମ ହୋଇ ପାରିବ ନାହିଁ ।ପୁଣି ଚାଷ ଜମିରେ ପାଣି ସମସ୍ୟା ଦେଖା ଦେବ ।କେବେ ଏହି କାମ ସାରିବ କେବେ ପାଣି ପାଇବୁ ବୋଲି କହିଛନ୍ତି ।ଏହି ସମ୍ପର୍କ ନେଇ ଲିପ୍ଟ ଇରିଗେସନ ରାୟଗଡ଼ା ବିଭାଗୀୟ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।ତୁରନ୍ତ ଏହି କାମ ସାରିବା ପାଇଁ ଗ୍ରାମର ରହିଦାସ ବିଡ଼ିକ।,ପଙ୍କଜ ନିମାଲ ପୁରି, ଗୁରୁନାଥ କଲାକ। ଅଭିଯୋଗ କରିଛନ୍ତି ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧରାକୋଟ ରେ ପ୍ରବାଦପୁରୁଷ ଦିବସ ପାଳନ 

Sunil Chandra Nayak

ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ 

Sunil Chandra Nayak

ରାଇରଙ୍ଗପୁର ଗୋଲେଇ ଛକ ଆଇସିଆଇ ବ୍ୟାଙ୍କ ନିକଟରେ ଅତ୍ୟାଧୁନିକ ଶୀତ ତାପ ନିୟନ୍ତ୍ରିତ ଡିଜିଟାଲ କମ୍ପ୍ୟୁଟର ସୋରୁମ୍ ଉଦ୍ଘାଟିତ 

masiha

Leave a Comment

error: Content is protected !!