ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦାମପାହାଡ଼ ବନାଞ୍ଚଳ ଞ୍ଚଳରେ ବିଶ୍ଵ ପରିବେଶ ଦିବସ ପାଳିତ

ମୟୂରଭଞ୍ଜ- ୬/୬ (ମସିହା))ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବାଦାମପାହାଡ଼ ବନାଞ୍ଚଳରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ବନ୍ୟାଞ୍ଚଳ ଅଧିକାରୀ ରମାକାନ୍ତ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପରିବେଶବିତ୍ ଲଳିତ ମହାନ୍ତ ଯୋଗ ଦେଇ ବିଶ୍ୱ ପରିବେଶ ପ୍ରଦୂଷଣରେ ପଲିଥିନ ପ୍ରମୁଖ ହୋଇଥିବାରୁ ପ୍ଲାଷ୍ଟିକ ବର୍ଜନ କରିବାକୁ ଉପସ୍ଥିତ ସମସ୍ତଙ୍କୁ ଅନୁରୋଧ କରିଥିଲେ । ସମ୍ମାନିତ ଅତିଥି ଭାବେ ବନପାଳ ସୁଶାନ୍ତ କୁମାର ପାତ୍ର,ଶ୍ରାବନ୍ତୀ ମାର୍ଣ୍ଣି, ଓ ସଚ୍ଚିକାନ୍ତ ଜାଗାର ଯୋଗଦେଇ ପ୍ଲାଷ୍ଟିକର ଭୟାବହତା ସଂପର୍କରେ ଅବଗତ କରାଇ ପ୍ଲାଷ୍ଟିକ ବ୍ୟବହାର ହ୍ରାସ ଉପରେ ଗୁରୁତ୍ଵାରୋପ କରିଥିଲେ। କାର୍ଯ୍ୟକ୍ରମରେ ବାଦାମପାହାଡ଼ ସନ୍ନିକଟ କଶିଆବେଡା, ବୁରୁଡିହି, ଧାଙ୍ଗୁଡିମୁତା,ମଝିଗାଁ ପ୍ରଭୃତି ସ୍ୱୟଂ ସହାୟିକା ଗୋଷ୍ଠୀ ଓ ମିଶନ ଶକ୍ତିର କର୍ମକର୍ତ୍ତା ଓ ସଦସ୍ୟାମାନେ ପ୍ଲାଷ୍ଟିକ ବର୍ଜନ ନିମନ୍ତେ ଜନସଚେତନତା ସୃଷ୍ଟି ପାଇଁ ଯତ୍ନଶୀଳ ହେବାକୁ ସଂକଳ୍ପ ନେଇଥିଲେ। ବନାଞ୍ଚଳ ଅଧିକାରୀ ମୁଖ୍ୟ ଅତିଥି ଶ୍ରୀ ମାଝୀ ଆମ ପରିବେଶକୁ ସୁରକ୍ଷା ଦେବା ସହିତ ରାଷ୍ଟ୍ରନିର୍ମାଣରେ ମାଆ ମାନଙ୍କ ଭୂମିକା ସଂପର୍କରେ ଆଲୋଚନା କରି ବିଶ୍ୱ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ଏକାନ୍ତ ଆବଶ୍ୟକ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ବନରକ୍ଷୀ ପ୍ରଶାନ୍ତ ବେହେରା,ଅମିତ ସାହୁ, ବିମଳା ସୋରେନ, ଶୋଭାଲକ୍ଷ୍ମୀ ପାତ୍ର,ପ୍ରଭାତ ରଞ୍ଜନ ମହାନ୍ତ ଓ ଲଳିତ କାଳନ୍ଦୀ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ବନାଞ୍ଚଳ ଅଧିକାରୀ ଶ୍ରୀ ମାଝୀଙ୍କ ତତ୍ତ୍ଵାବଧାନରେ ପ୍ଲାକାର୍ଡ ଧରି ସମସ୍ତ ବନାଞ୍ଚଳ କର୍ମଚାରୀ, ପାରାଷ୍ଟାଫ୍, ସ୍ୱୟଂ ସହାୟିକା ଗୋଷ୍ଠୀ ଓ ମିଶନ ଶକ୍ତିର ସଦସ୍ୟାମାନେ ବାଦାମପାହାଡ଼ ବଜାର ପରିକ୍ରମା କରି ପଲିଥିନ ଏଣେତେଣେ ନ ପକାଇବା ପାଇଁ ଜନ ସାଧାରଣଙ୍କୁ ବୁଝାଇବା ସହିତ ଏଣେତେଣେ ପଡ଼ିଥିବା ପ୍ଲାଷ୍ଟିକକୁ ଗୋଟାଇ ଥିଲେ । ଶେଷରେ ବନପାଳ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଉପର ତେଲେଙ୍ଗା ବଜାର ପୂଜା କମିଟି ଓ ଯୁବକ ସଙ୍ଘ ମିଳିତ ଆନୁକୂଲ୍ୟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଗୁଡହାଣ୍ଡି ଡୋକରିଚଞ୍ଚରା ଉନ୍ନୟନ କମିଟିର ନୂତନ କର୍ମକର୍ତ୍ତା ଚୟନ

masiha

ସରିଲା କାମାକ୍ଷାନଗର ମହୋତ୍ସବ 

Sunil Chandra Nayak

Leave a Comment

error: Content is protected !!