ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦର ମାସିକ କବିତା ଆସର ଅନୁଷ୍ଠିତ

କଳାହାଣ୍ଡି : ଓଡ଼ିଆ ସାହିତ୍ୟ ର ଅଭିବୃଦ୍ଧି ନିମନ୍ତେ ମଶ୍ଚିମାଞ୍ଚଳରୁ ସ୍ୱର ତୀବ୍ରକରି ସାହିତ୍ୟରେ ଯୁବ ଗୋଷ୍ଠୀଙ୍କୁ ସ୍ଥାନଦେଇ ଏକ ନୂତନ କ୍ରାନ୍ତିକାରୀ ଅଧ୍ୟାୟ ସୃଷ୍ଟି କରିଥିବା ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ହେଉଛି ମୋ ଲେଖା ମୋ ଦୁନିଆ । ଲକ୍ଷ କେବଳ ଗୋଟିଏ ସୁପ୍ତ ପ୍ରତିଭା ମାନଙ୍କୁ ଲୋକଲୋଚନ କୁ ଆଣି ସେମାନଙ୍କୁ ପ୍ରେରଣା ଯୋଗାଇଦେବା, ସେମାନଙ୍କ ଦ୍ୱାରା ରଚିତ ଗଳ୍ପ ଓ କବିତାକୁ ସାରା ଦୁନିଆରେ ପାଖରେ ପହଞ୍ଚାଇବା ।ଏହି ଅବସରରେ ସନ୍ଧ୍ୟା କାଳୀନ ମାସିକ ଅନଲାଇନ କବିତା ଆସର ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ବିଶ୍ୱାଳଙ୍କ ଜନ୍ମଦିନ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି । ଏହି ଆସରରେ ମୁଖ୍ୟ ଅତିଥି ଭାବେ ଅଲିମ୍ପିଆନ ଦୂତୀ ଚାନ୍ଦ ଓ ଅଭିନେତା ଆକାଶ ଦାସ ନାୟକ ଯୋଗଦେଇ ପ୍ରଥମେ ବାଲେଶ୍ୱର ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପୂର୍ବକ ଶୋକ ପ୍ରକାଶ କରିଥିଲେ । ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ବିଶ୍ୱାଳଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଏଥିରେ ଭଗନେଇ ଥିବା ସମସ୍ତ କବି ଓ କବୟିତ୍ରୀଙ୍କୁ ଉତ୍ସାହିତ କରି ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ମୋ ଲେଖା ମୋ ଦୁନିଆର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି ଅନୁଷ୍ଠାନର ଉନ୍ନତି କାମନା କରିଥିଲେ । ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା ଡ଼. ଭବାନୀ ଶଙ୍କର ନିଆଲ, ସନାତନ ମହାକୁଡ଼, ଭାରତୀ ରଥ, ମନ୍ମଥ ସ୍ବାଇଁ, ରାଜକିଶୋର ମୁଣ୍ଡି, ନଗେନ୍ଦ୍ର କୁମାର ରାଉତ ସମେତ ଶ୍ରୀମାନ ଖୁସିରାମ ସାହୁ ଶ୍ରୀଯୁକ୍ତ ବିଶ୍ୱାଳଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ । ଏଥିରେ କଟକ ର ବିଜୟ ସ୍ବାଇଁ, ଭୁବନେଶ୍ୱର ର ରୀତା ଅପରାଜିତା ମହାନ୍ତି, କୋରାପୁଟ ର ତ୍ରିନାଥ ପଟ୍ଟନାୟକ, କେନ୍ଦ୍ରାପଡ଼ା ର ଗୋବିନ୍ଦ ବେହେରା, ଗଞ୍ଜାମ ର ରାମ ଚନ୍ଦ୍ର ପ୍ରଧାନ,ପ୍ରତାପ ଚନ୍ଦ୍ର ମିଶ୍ର, ନୟାଗଡ଼ ର ଅଶୋକ କୁମାର ନାୟକ,ଭଦ୍ରକ ର ବେଣୁଧର ବେହେରା, କଳାହାଣ୍ଡି ର ବିନୟ ନାଏକ ଆଦି ପ୍ରମୁଖ କବି ଓ କବୟିତ୍ରୀ ‘ଦେଶର ସିପାହୀ’ ପ୍ରସଙ୍ଗରେ ନିଜ ନିଜ କବିତା ପାଠ କରିଥିଲେ । ଶେଷରେ ପ୍ରତିଷ୍ଠାତା ଖୁସିରାମ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ , ଦ୍ୱାଦଶ ପରୀକ୍ଷାରେ ପ୍ରୋକ୍ସାନୀ ମେହେର ନର୍ଲାବ୍ଲକ୍ ଟପର୍ ହୋଇଥିବା ବେଳେ ଦଶମ ପରୀକ୍ଷାରେ ଅନ୍ୱେଷା ପଣ୍ଡା ନର୍ଲାବ୍ଲକ୍ ଟପର୍ ହୋଇଛନ୍ତି 

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ପ୍ରସ୍ତୁତି

masiha

ଲାଞ୍ଜିଗଡ଼ ପଞ୍ଚାୟତ କାର୍ଯ୍ୟାଳୟରେ ମାସିକ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!