ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଵୃଦ୍ଧାଙ୍କୁ ହତ୍ୟା, ମୁଖ୍ୟ ଅଭିଯୁକ୍ତ ଗିରଫ 

 ପାପଡାହାଣ୍ଡି,8/6, ମନିସ —-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଥାନା ଅନ୍ତର୍ଗତ ଗାଦବାକତରା ଗ୍ରାମରେ ଜଣେ ଵୃଦ୍ଧା ରୁପାଦେଇ ଯାନୀଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ଗ୍ରାମର ଶିବ ଯାନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ବରଗଛ ଛକ ଠାରେ ଗତ ମଙ୍ଗଳବାର ରାତିରେ ରକ୍ତାକ୍ତ ଅବସ୍ଥାରେ ସ୍ଵାତି ପଦର ର ରୁପା ଦେଇ ଜାନି ପଡ଼ିଥିଲେ, ତାଙ୍କୁ ସେହି ଗ୍ରାମର ଉଗ୍ରେସେନ ହରିଜନ ଓ ଲାଇବାନ ଜାନି ପୋଲିସ ସହାୟତା ରେ ମେଡିକାଲ ନେବା ବେଳେ ଶିବ ଜାନି ତାକୁ ମାରିଥିବା କହି ମୃତ୍ୟୁ ବରଣ କରିଥିଲା ରୂପା l ରୁପା ର ଶେଷ ବୟାନ କୁ ଭିତ୍ତି କରି ପୋଲିସ ଶିବ କୁ ଅଟକ ରଖି ପଚରାଉଚରା କରିଥିଲା l ଶେଷରେ ଶିବ, ରୁପା କୁ ମାରିଥିବା କହିଥିଲା l ସେ ରୁପା କୁ ପଥର ରେ ନୁହେଁ ଲୁହା ପାଇପ ସାହାଯ୍ୟ ରେ ମାରିଥିବା କହିଥିଲା l ରୁପା ପ୍ରାୟ ସବୁବେଳେ ମଦ ପିଇ ଗାଳିଗୁଲଜ କରୁଥିଲା l ସେହି ରାତିରେ ମଧ୍ୟ ଗାଳି ଗୁଲଜ କରିବାରୁ ଉତ୍ୟକ୍ତ ହୋଇ ସେହି ପାଖରେ ଥିବା ଲୁହା ପାଇପ ଦ୍ୱାରା ମୁଣ୍ଡ ରେ ମାରିଥିଲା l ଏ ନେଇ ମଇଦଲପୁର ଥାନାରେ କେଶ ନଂ84/23ରେ ମାମଲା ରଜୁ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଦାୟିତ୍ୱରେ ଥିବା ଥାନା ଅଧିକାରୀ ରାମେଶ୍ୱର ପ୍ରଧାନ କହିଛନ୍ତି l ତଦନ୍ତ ବେଳେ ମଇଦଲପୁର SI ବିପିନ କୁମାର କୁଲଦୀପ ସହଯୋଗ କରିଥିଲେ ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସ୍ତ୍ରୀ ଗର୍ଭ ନଷ୍ଟ କରିଥିବାକୁ ନେଇ ସ୍ଵାମି ଥାନାରେ ଦେଲା ଏତେଲା

Sunil Chandra Nayak

ଅବକାରୀ ବିଭାଗ ଦ୍ଵାରା ୧୦୮ କେ ଜି ଗଞ୍ଜେଇ ଜବତ

Sunil Chandra Nayak

ବନବିଭାଗ ଓ ପୋଲିସର ମିଳିତ ଚଢାଉ/ ଶାଳ ଓ ଶାଗୁଆନ କାଠ ଜବତ, ୧ ଅଟକ

Sunil Chandra Nayak

Leave a Comment

error: Content is protected !!