ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବନ ବିଭାଗ ତରଫରୁ ଶିଶୁ ଶ୍ରମିକଙ୍କୁ ଗାତ ପିଛା ୧୦ ଟଙ୍କା ମୂଲରେ ନିୟୋଜିତ 

ମୟୂରଭଞ୍ଜ -୮/୬/୨୩ : (ମସିହା) ମୟୂରଭଞ୍ଜ ଜିଲ୍ଲା ଶିଶୁ ଶ୍ରମିକ ମୃତ ହିସାବରେ ସରକାରଙ୍କ ଘୋଷଣା ହୋଇଥିବାବେଳେ ବନ ବିଭାଗ ଏହା ତରଫରୁ ଉଲ୍ଲଙ୍ଘନ କରାଯାଉଛି ।

ବନବିଭାଗ କାର୍ଯ୍ୟରେ ନିୟୋଜିତ ହେଲେ ଶିଶୁ ଶ୍ରମିକ। ଏଥର କିନ୍ତୁ କୌଣସି ବେସରକାରୀ ସଂସ୍ଥା କିମ୍ବା ଠିକାଦାର ଶିଶୁ ଶ୍ରମିକକୁ ନିୟୋଜିତ କରିନାହାନ୍ତି। ସିଧାସଳଖ ଭାବେ ରାଜ୍ୟ ସରକାରଙ୍କ ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ ପାଇଁ ଆସିଥିବା ଲକ୍ଷାଧିକ ଟଙ୍କାର ପ୍ରକଳ୍ପରେ ନିୟୋଜିତ ହେଇଛନ୍ତି ଶିଶୁ ଶ୍ରମିକ। ଗୋଟାଏ ଗାତ ଖୋଳିବାକୁ ମିଳୁଛି ମାତ୍ର ଦଶ ଟଙ୍କା। କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଏକାଧିକ ଶିଶୁ ଶ୍ରମିକ। ଶ୍ରମିକଙ୍କୁ ଜଗିଛନ୍ତି ଫରେଷ୍ଟ ଗାର୍ଡ। ଏଭଳି ଅଭାବନୀୟ ଘଟଣା କ୍ୟାମେରାରେ କୋଏଦ ହୋଇଛି ବାଙ୍ଗିରିପୋଷି ରେଞ୍ଜ ଶିର୍ଷା ବିଟ ଅନ୍ତର୍ଗତ ଉଚ୍ଚଗାଁ,କୋଟିସଲ, ଠାରେ। ବନ ବିଭାଗକୁ ପଚାରିବାରୁ ଅଧିକାରୀ ଚୁପ। ସେପଟେ ରାଜ୍ୟ ସରକାରଙ୍କ ଶିଶୁ ଶ୍ରମିକ ମୁକ୍ତ ମୟୂରଭଞ୍ଜ ଜିଲ୍ଲା ବୋଲି ଡେଣ୍ଡରା ବଜାଉଥିବା ବେଳେ ଏଭଳି ଚିତ୍ର କିନ୍ତୁ ଅନ୍ୟକିଛି ବୟାନ କରୁଛି। ତେବେ ଖବର ପ୍ରସାରିତ ପରେ ରାଜ୍ୟ ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

    ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବାଇକକୁ ପିଟିଲା ପିକଅପ ଭ୍ୟାନ : ୧ ମୃତ, ୧ ଗୁରୁତର

masiha

ଅପରେସନ ‘ସେଫ୍ ପାସେଜ୍’ର ବଡ଼ ସଫଳତା, ବାଘ ଛାଲ ସହ ୨ ଶିକାରୀ ଗିରଫ: ଶିକାରୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ବାଘ କରିଡର ସୁରକ୍ଷାକୁ ମିଳିଲା ନୂଆ ଶକ୍ତି

ମଦ ଭାଟି ଲୁଟ ଘଟଣା,ଜୟପାଟଣା ପୋଲିସକୁ ସଫଳତା।  ୧୦ ଜଣିଆ ଚୋର ଗ୍ୟାଙ୍ଗ ଗିରଫ….

masiha

Leave a Comment

error: Content is protected !!