ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ପରିଚାଳକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ଢେଙ୍କାନାଳ : ଭାରତୀୟ ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ପରିଚାଳକ ଶ୍ରୀ ସୁକାନ୍ତ କୁମାର ସାହୁ ପଦୋନ୍ନତି ହୋଇ RBO ପାରାଦ୍ୱୀପ କାର୍ଯାଳୟକୁ ବଦଳି ହୋଇଛନ୍ତି । ଏଥିପାଇଁ ଶାଖାର ସମସ୍ତ କର୍ମଚାରୀଙ୍କ ସହିତ ଅଧିନସ୍ଥ ବାରଟି ଗ୍ରାହକ ସେବା କେନ୍ଦ୍ରର ସ୍ୱତାଧିକାରୀ ମାନେ ଉପସ୍ଥିତ ରହି ଅଧିକାରୀଙ୍କୁ ବିପୁଳ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ସହ ପ୍ରବନ୍ଧକ ଶ୍ରୀ ପ୍ରଭୁଦତ୍ତ ଚକ୍ରବତୀ ସାହୁଙ୍କ ଅଧ୍ୟକ୍ଷତାରେ ସାହୁଙ୍କ କାଯ୍ୟକରିବାର ଦକ୍ଷତା କୁ ସଲାମ କରି ଆୟୋଜିତ ଏହି ବିଦାୟୀ କାର୍ଯ୍ୟକ୍ରମରେ ବଖାଣି ଥିଲେ l ଜିଲ୍ଲା ସଂଯୋଜକ ବିମଳ କୁମାର ପଣ୍ଡା କହିଥିଲେ ସାହୁ ସାର ଜଣେ ଉତ୍ତମ ମେଳାପୀ ଓ ସମାନୁବର୍ତ୍ତିତା ଥିଲେ ଓ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ। ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ସ୍ୱତାଧିକାରୀ ଗୋପବନ୍ଧୁ ବେହେରା ମନ୍ତବ୍ୟ ରଖିଥିଲେ ସାରଙ୍କ କାର୍ଯ୍ୟ ଆମ ସମସ୍ତଙ୍କୁ  ପ୍ରେରିତ କରିଛି ବୋଲି କହିଥିଲେ ଓ ଜଣେ ଶୁଙ୍ଖଳିତ ଓ କର୍ତ୍ତଵ୍ୟ ପରାୟଣ ବ୍ୟକ୍ତି ଓ ସର୍ବଦା ଗ୍ରାହକ ମାନଙ୍କର ସୁଖ ଦୁଃଖର ସାରଥୀ ହୋଇ ଠିଆ ହେଇଥିଲେ l ବିଦାୟୀ ଅଧିକାରୀ ଶ୍ରୀ ସାହୁ ପ୍ରତ୍ୟୁତ୍ତରରେ ଭାବବିହ୍ବଳ ବକ୍ତବ୍ଯ ରଖିବା ସହ ଯୋରନ୍ଦା ଅଞ୍ଚଳର ବିତାଇ ଥିବା ସମୟ ଓ ସହକର୍ମୀମାନଙ୍କ ବନ୍ଧୁତ୍ବଗୁଣ ଚିର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ। ବ୍ୟାଙ୍କ କର୍ମଚାରୀ ଶ୍ରୀ ଗୌତମ ସାହୁ ଓ ସ୍ୱୟଂମଜୀତ ବେହେରା ନିଜ ନିଜ ବକ୍ତବ୍ଯରେ କହିଲେ ଯେ କୌଣସି କାର୍ଯ୍ୟକୁ ସେବା ବୋଲି ଭାବିଲେ କ୍ଳାନ୍ତି ଲାଗିବ ନାହିଁ। କାରଣ ଆମ ସେବା ଦ୍ବାରା ରାଷ୍ଟ୍ର ଗଠନ ହୁଏ। ତେଣୁ କର୍ମ ପ୍ରତି ପ୍ରତିବଦ୍ଧତା ଓ ଗ୍ରାହକ ସନ୍ତୁଷ୍ଟି ଉପରେ ଗୁରୁତ୍ୱାରୋପ କରିବା ସହ ଅଧିକାରୀଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ। ଶେଷରେ ବିଷ୍ଣୁ କଲ୍ୟାଣ କର ଧନ୍ୟବାଦ ଅର୍ପଣ କରିଥିଲେ।

ଢେଙ୍କାନାଳ ଗଁଦିଆ ରୁ ତାପସଦାସ ଙ୍କ ରିପୋର୍ଟ ମସିହା ନିଉଜ

Related posts

ରାଇରଙ୍ଗପୁରରେ ମହିଳା କୁଡୁମି ସେନା ,ଓଡିଶା ତରଫରୁ ସେପ୍ଟେମ୍ବର ୬ କଳା ଦିବସ ପାଳିତ 

masiha

ବହଳଦାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

masiha

ମଣ୍ଡେଇ ମହୋତ୍ସବ-୨୦୨୫ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!