ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଘୁମଡା ଗ୍ରାମ ମାସେ ହେଲା ଅନ୍ଧାରରେ

ବନ୍ଧୁଗାଁ ୧୦।୦୬ // କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକ ସବୁ ଠାରୁ ଉତ୍ତାପ ଅଞ୍ଚଳ ରୁପେ ପରିଚିତ ଥିବା ବେଳେ ସେଠାରେ ଦୈନିକ ୩୫ ରୁ ୪୦ ଡିଗ୍ରୀ ତାପ ମାତ୍ରା ରହୁଚି।ଫଳରେ  ଅତ୍ୟଧିକ ଗରମକୁ ନେଇ ଲୋକେ ଛଟପଟ ହେଉଥିଲେ ମଧ୍ୟ ସେମାନଙ୍କ ସମସ୍ୟା ଦେଖିବାକୁ କାହା ପାଖରେ ବି ସମୟ ନାହିଁ।ଏହି କ୍ଷେତ୍ରରେ ବିଜୁଳି ସମସ୍ୟା ସବୁଠୁ ବଡ ସମସ୍ୟା ରୁପେ ଏବେ ଛିଡା ହୋଇଛି।ଏହି ଦୁଇ ବ୍ଲକରେ ସବୁଠୁ ଅଧିକା ବିଜୁଳି ଫେଲ୍ ରହୁଥିବାରୁ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଛି।ଅତ୍ୟ ଧିକ ଗରମ ହେଉଥିବା ବେଳେ ବିଜୁଳି ଫେଲ ପାଇଁ ଲୋକେ ଘରେ ରହି ପାରୁଛନ୍ତି ନା ବାହାରକୁ ଯାଇ ପାରୁଛନ୍ତି।ଏଭଳି ସମସ୍ୟାରେ ଏବେ ହଜାର ହଜାର ଲୋକେ ପଡିଥିଲେ ମଧ୍ୟ ବିଜୁଳି ବିଭାଗ ନିଘୋଡ ନିଦରେ ସୋଇ ରହିଛି।ଏଇ କ୍ଷେତ୍ରରେ ବନ୍ଧୁଗାଁ ବ୍ଲକର ରଘୁମଡା ଗ୍ରାମ ଏକ ମାସ ହେଲାଣି ଅନ୍ଧାରରେ ରହିଛନ୍ତି।ପିଲାଙ୍କ ପାଠ ପଢାଠୁ ଆରମ୍ଭ କରି ସବୁ କ୍ଷେତ୍ରରେ ଗ୍ରାମବାସିଙ୍କୁ ହଇରାଣ ହରକତର ସମୁଖିନ ହେବାକୁ ପଡିଛି।କିନ୍ତୁ କୋରାପୁଟ ଜିଲ୍ଲାର ସବୁ ଅଞ୍ଚଳ ୨୪ ଘଣ୍ଟା ବିଜୁଳି ପାଉଥିବା ରାଜ୍ୟ ସରକାର କହୁଛନ୍ତି।ପ୍ରକୃତରେ ସତ୍ୟତା କଣ ତାହା କେହିବି ଜାଣିବାକୁ ଚେଷ୍ଟା କରି ନାହାନ୍ତି।ନେତା ମାନଙ୍କ କଥା ନକହିବା ଭଲ।ସମୟ ଆସିଲେ ନେତାଙ୍କ ଭିଡ ଜମେ କିନ୍ତୁ ନିଜର ସ୍ଵାର୍ଥ ହାସଲ ପରେ ସେମାନଙ୍କ ଦେଖାମିଳୁନି ।ବର୍ତମାନ ମାସେ ହେଲାଣି ଆମେ ଅନ୍ଧାରରେ ଅଛୁ।ବିଜୁଳି ବିଭାଗକୁ ଅଭିଯୋଗ କଲେ କାହିରି ମଧ୍ୟ ଦେଖା ମିଳୁନି।କିନ୍ତୁ ଅନ୍ଧାରରେ ଥାଇବି ବିଜୁଳି ବିଲ୍ ଆସୁଛି ବୋଲି ୱାର୍ଡ ସଭ୍ୟ ସିନେୟା କାଡ୍ରାକା, ନାଗେଶ କାଡ୍ରାକା, ରାଜେଶ କାଡ୍ରାକା, ରାଜିନା କାଡ୍ରାକା, ରାମାନା କାଡ୍ରାକା, ଶିବ କାଡ୍ରାକା ପ୍ରଭୁତି କହିଥିବା ବେଳେ ତୁରନ୍ତ ଏହି ସମସ୍ୟାରୁ ଆମକୁ ରକ୍ଷା କରା ଜାଉ ବୋଲି ସାଧାରଣରେ ଦାବି ହୋଇଛି।

ବନ୍ଧୁ ଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

କ୍ଲିନ୍ ଆଣ୍ଡ ଗ୍ରୀନ୍ ର କୁମାର ଉତ୍ସବ ବନ୍ଧୁ ମିଳନ କାର୍ଯ୍ୟକ୍ରମ

masiha

ସମାଜସେବୀ ପ୍ରଦୀପ ପାଢ଼ୀଙ୍କ ଅକାଳ ବିୟୋଗ

masiha

ରାଜ୍ୟ ସଂଘ ର ଡାକରା କ୍ରମେ ୧୩ ଦଫା ଦାବି ନେଇ କୋରାପୁଟ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସା ଡାକ୍ତର ମାନଙ୍କ ସାମୁହିକ ଇସ୍ତଫା , ଇସ୍ତଫା ପତ୍ର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କୁ ଦେଲେ

Leave a Comment

error: Content is protected !!