ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହୁ ମାଛି କାମୁଡାରେ ଦୁଇ ଗୁରୁତର

କଲମପୁର ତା ୨.୫ (ମ ନି ସ) କଲମପୁର ବ୍ଲକ ଅନ୍ତର୍ଗତ ଦୁଲକିବନ୍ଧ ଏବଂ ଚୁରାଗାଁ ଠାରେ ମହୁମାଛି କାମୁଡାରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

     ସୂଚନା ଅନୁସାରେ ଦୁଲକିବନ୍ଧ ଗୌନ୍ତିଆ ପଡା ଛକ ନିକଟରେ ଏକ ଗଛରେ ଥିବା ମହୁମାଛି ଉଡ଼ି ବୁଲି ବହୁ ଲୋକଙ୍କୁ କାମୁଡିଥିଲା । ଏହି ସମୟରେ ଦୁଲକିବନ୍ଧ ଗ୍ରାମ ର ଡମ୍ବରୁଧର ନାଏକ ଏକ ବାଇକ୍ ଯୋଗେ ଆସି ଛକ ନିକଟରେ ଛିଡା ହେଇଥିବା ବେଳେ କିଛି ମହୁମାଛି ଆସି କାମୁଡି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା। ଏହାର ପରବର୍ତ୍ତୀ ସମୟରେ ଚୁରାଗାଁ ର ପର୍ଶୁରାମ ରାଉତ ନାମକ ବ୍ୟକ୍ତି ଜାଳେଣି ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଲ କୁ ଯାଇଥିବା ବେଳେ ମହୁମାଛି କାମୁଡାର ଶିକାର ହେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

କଲମପୁର ରୁ ରବୀନ୍ଦ୍ର କୁମାର ମିଶ୍ର ଙ୍କ ରିପୋର୍ଟ୍ 

Related posts

ରାୟଗଡା ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଜିଲ୍ଳାସ୍ତରୀୟ ସାଂସ୍କୃତିକ ଉତ୍ସବ

Sunil Chandra Nayak

ରାଉରକେଲା ମହାବିଦ୍ୟାଳୟର ‘ବାର୍ଷିକ ଉତ୍ସବ’ ଅନୁଷ୍ଠିତ

Sunil Chandra Nayak

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!