ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ବଦନ ସୁନ୍ଦର ମେହେରଙ୍କୁ ଭବ୍ଯ ବିଦାୟ ସମ୍ବର୍ଦ୍ଧନା

ଗଣ୍ଡାଵାହାଲି ପଞ୍ଚାୟତ ହାଇସ୍କୁଲର ଶିକ୍ଷକ ବଦନ ସୁନ୍ଦର ମେହେରଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସ୍କୁଲ କମିଟିର ସଭାପତି ପୁରୁନ୍ଦର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଆଛି । ଏନେଇ ଅନୁଷ୍ଠିତ ସଭାରେ ଅତିଥି ଭାବରେ ତ୍ରୀନାଥ ମେହେର, ଦିବାକର ଖମାରୀ, ରାହାସ ବିହାରି ମେହେର, ପଙ୍କଜ ମେହେର, ବାସୁଦେବ ମେହେର ପ୍ରମୁଖ ମଞ୍ଚାସିନ ରହି ବିଦାୟୀ ଶିକ୍ଷକଙ୍କ ଆଦର୍ଶ ଓ କର୍ତ୍ତବ୍ଯନିଷ୍ଠା ଆଗାମୀ ପିଢ଼ି ପାଇଁ ପ୍ରେରଣାଦାୟୀ ହେବ ବୋଲି କହିଥିଲେ । ଆରମ୍ଭରେ ପ୍ରଧାନ ଶିକ୍ଷକ ଜଗନ୍ନାଥ ସେଠୀ ସମସ୍ତଙ୍କୁ ସ୍ବାଗତ କରିବା ସହ ସଭାକାର୍ଯ୍ୟ ସଂଯୋଜନା କରିଥିଲେ। ଏହି ଅବସରରେ ବିଦାୟୀ ଶିକ୍ଷକଙ୍କ ବକ୍ତବ୍ୟ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଏକ ଭାଵଵିହ୍ଵଳ ପରିବେଶ ସୃଷ୍ଟି କରିଥିଲା । ପୂର୍ଣ୍ଣ ସମ୍ମାନ ସହ ଏକ ଶୋଭାଯାତ୍ରା ମାଧ୍ଯମରେ ନଗର ପରିକ୍ରମା କରି ଶିକ୍ଷକ ଶ୍ରୀମେହେରଙ୍କୁ ଘରକୁ ପହଂଚା ଯାଇଥିଲା । ଶେଷରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ କୈଳାସ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆର୍ଥିକ ସାକ୍ଷରତା କର୍ମଶାଳା

Sunil Chandra Nayak

ମଙ୍ଗଳପୁର ସେବା ସମବାୟ ସମିତି ପକ୍ଷରୁ ବ୍ୟାଙ୍କିଙ୍ଗ ସେବା ଓ ରୁଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ବ୍ରହ୍ମପୁରରେ ‘ଭରତ ଭେଟ’ ଆଲୋଚନା ଚକ୍ର: ଆଧ୍ୟାତ୍ମିକ କବି ଚିତ୍ରସେନ ମହାରଣାଙ୍କୁ ଶ୍ରେଷ୍ଠ ସ୍ଥାନର ଗୌରବ

Sunil Chandra Nayak

Leave a Comment

error: Content is protected !!