ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିବାହିତ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ମାମଲାରେ ଯୁବକ କୋର୍ଟ ଚାଲାଣ 

ମୟୂରଭଞ୍ଜ- ୧୦/୬ (ମସିହା)ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବାଇଦାପୋଷି ୨ ନମ୍ବର ଓ୍ବାର୍ଡର ଜନୈକ ବିବାହିତା ମହିଳାଙ୍କ ସହିତ ସଂପର୍କରେ ଆସି ତାଙ୍କ ଅଶ୍ଳୀଳ ଫଟୋ ଉଠାଇ ମହିଳାଙ୍କ ଝିଅ,ସ୍ବାମୀ ଏବଂ ନିଜର ସାଙ୍ଗ ହାତୀମାନଙ୍କ ପାଖକୁ ଫଟୋ ଭାଇରାଲ ମାମରେ ସେହି ଓ୍ବାର୍ଡର ସଂଜୀବ ମାରାଣ୍ଡି ନାମକ ଯୁବକ ଥାନାରେ ଅଟକ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଘଟଣାକୁ ନେଇ ବିବାହିତା ମହିଳାଙ୍କ ସ୍ବାମୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ଅସାମାଜିକ ଯୁବକ ସଂଜୀବ ମାରାଣ୍ଡି ଇତ ୮/୬ ତାରିଖ ଦିନ ଅପରାହ୍ନ ୫ ଘଟିକାରେ ତାଙ୍କ ଘରକୁ ଯାଇ ପଶି ତାଙ୍କ ସ୍ତ୍ରୀ କୁ ଟଣାଓଟରା କରିବା,କଟୁରୀ ଧରି ଜୀବନରେ ମାରିଦେବା ଧମକାଉଥିଲେ ।ସ୍ତ୍ରୀ ଡରିମରି କୌଶଳ କ୍ରମେ ଖସି ଆସି ତାଙ୍କ ଘରେ ଗୋଟାଏ ରୁମରେ ଭିତର ପଟୁ କବାଟ ଦେଇ ଲୁଚି ରହିଥିଲେ । ସଂଜିବ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରି ବାଇକରେ ପଳାଇଥିବା ଯାହାକୁ ପଡୋଶୀ ଲୋକେ କିଛିଟା ଭିଡିଓ ଉତ୍ତୋଳନ କରିଛନ୍ତି ।ପରେ ପୁଣି ରାତିରେ ପେଟେ ମଦପିଇ ପୁଣି ଘରର ପାଚେରୀ ଡେଇଁ ଆସି ଉର ସାମନାରେ ଫୋନରେ ତାଙ୍କ ସ୍ତ୍ରୀ କୁ ବାରମ୍ବାର କଲ କରୁଥିଲା ।ସଂଜୀବ ପୂର୍ବରୁ ତାଙ୍କ ସ୍ତ୍ରୀ ସହିତ ତା’ର ଅଶ୍ଳୀଳ ଫଟୋ ତାଙ୍କ ଝିଅକୁ, ତାଙ୍କ ପାଖକୁ ଏବଂ ତାଙ୍କର ସାଙ୍ଗସାଥୀଙ୍କ ପାଖକୁ ଫଟୋ ଭାଇରାଲ କରି ପଠାଇଛି ।ସଂଜିବ ତା’ଙ୍କ ସ୍ତ୍ରୀ କୁ ସବୁବେଳେ ଧମକ ଦିଏ ତୁ ମୋ ପାଖରେ ରହିବୁ ନଚେତ ତୋର ପୁଅକୁ ମାରି ଦେବି ।ତାର ସ୍ତ୍ରୀ କୁ ମଧ୍ଯ ମନ୍ଦିର ସମେତ ବିଭିନ୍ନ ସ୍ଥାନରେ ଫଟୋ ଉଠାଇ ଚାରିଆଡ଼େ ଭାଇରା କରିଛି ଏବଂ ନିଜ ମୋବାଇଲ ଫଟୋ ଓ ଭିଡିଓ ରଖି ବ୍ଲାକ ମେଲିଂ କରୁଛି । ତେଣୁ ଏହାକୁ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଏହାକୁ ନେଇ ଥାନାରେ ଏକ ମାମଲା କେଶ ନମ୍ବର ୧୬୭/୨୩ ରୁଜୁ ହେବା ସହ ଯୁବକକୁ ଆଜି କୋର୍ଟ ଚାଲାଣ କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଇନ୍ଦ୍ରାବତୀ ପାଲଟିଛି ଠକ ଙ୍କ ଚରା ଭୂଇଁ : ବର୍ତ୍ତମାନ ଚର୍ଚ୍ଚା ରେ ୪୦ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ ରେ ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଙ୍କ ପୁଅ 

Sunil Chandra Nayak

ନାରାୟଣପାଟଣା ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ ବ୍ୟବସାୟ ଧରି କୋର୍ଟ ଚାଲାଣ 

masiha

ଡ୍ରଗ୍ସ କାରବାର କରୁଥିବା ୩ ଜଣ ଯୁବକଙ୍କୁ ବାନ୍ଧିଲା ପ୍ଲାଣ୍ଟସାଇଟ୍ ପୁଲିସ୍

masiha

Leave a Comment

error: Content is protected !!