ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଫଗାଁ ଠାରେ ଦ୍ଵି ଦିବସିୟ ଦିବାରାତ୍ର ମା ଦଣ୍ଡପାଟଆଣି ଭଳିବଲ ଟୁର୍ନାମେଣ୍ଟ ଉଦଯାପିତ

କୋକସରା,୧୪/୦୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଫୁଫଗା ଠାରେ ମା ଦଣ୍ଡପାଟିଆଣି ଭଳିବଳ ଟୁର୍ନାମେଣ୍ଟ ର ଫାଇନାଲ ଖେଳ ରବିବାର ଦିନ ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ, ମୁଖ୍ୟବକ୍ତା ଭାବେ ଗଙ୍ଗାଧର ଜାଲ, ଆୟୋଜକ ଖେଳ ର ସଭାପତି ତଥା ନବ ନିର୍ବାଚିତ ଫୁଫଗାଁ ସରପଞ୍ଚ ଗଜାନନ ପୁଝାରି, ସମ୍ମାନିତ ଅତିଥି ଭାବେ ଫୁଫଗାଁ ସମିତି ସଭ୍ୟ ରାଜୀବ ଅଗ୍ରୱାଲ, ଯୁବ ସମାଜସେବୀ ପ୍ରଣବ ବେହେରା, ସୁରେନ୍ଦ୍ର କୁମାର ଜାଲ, ବିନୋଦ ବିହାରି ନାଏକ, ବରିଷ୍ଠ ଶିକ୍ଷକ ଲକ୍ଷ୍ମଣ ପଟେଲ, କେତନ ପାତ୍ର, ବିଷ୍ଣୁ ନାଏକ ପୂର୍ବତନ ସରପଞ୍ଚ କୀର୍ତ୍ତନ ଶବର, କସ୍ତୁରୀ ଛାତ୍ରିଆ ମଞ୍ଚ ରେ ଉପସ୍ଥିତ ରହି ସେମି ଫାଇନାଲ ଓ ଫାଇନାଲ ଖେଳ ରେ ଅଂଶଗ୍ରହଣ କରିଥିବା ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ। ଭଲିବଳ ଫାଇନାଲ ଖେଳ କୋକସରା ବନାମ ବରଗଡ଼ ଜିଲ୍ଲାର ଗଣ୍ଡପାଲି ଦଳ ମଧ୍ୟରେ ସଙ୍ଘର୍ଷପୂର୍ଣ୍ଣ ଓ ରୋମାଞ୍ଚକର ହୋଇଥିଲା। ଫାଇନାଲ ଖେଳ କୁ ମ୍ୟାଚ ରେଫରି ଜ୍ଞାନେନ୍ଦ୍ର କୁମାର ବଢ଼େଇ ଓ ଅମିତ ମହାନ୍ତି ପରିଚାଳନା କରିଥିଲେ । ଫାଇନାଲ ଖେଳ ସଂଘର୍ଷ ରେ ୩/୨ ସେଟ ରେ ଗଣ୍ଡପାଳି କୁ ହରାଇ କୋକସରା ଦଳ ମ୍ୟାଚ ବିଜେତା ହୋଇଥିଲେ। ଉଭୟ ବିଜେତା କୋକସରା ଓ ଉପ ବିଜେତା ଗଣ୍ଡପାଳି ଦଳ କୁ ଉପସ୍ଥିତ ଅତିଥି ମାନେ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଅନୁଷ୍ଠିତ ଭଳିବଳ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳ ରେ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା ଶିକ୍ଷକ ବୈକୁଣ୍ଠ ଜାଲ କରିଥିବା ବେଳେ ଖେଳ ର କମେଣ୍ଟ୍ରି ମୌଶୁମିକାନ୍ତ ପଟେଲ, ଭୁପେଶ ନିଆଲ କରିଥିବା ବେଳେ ଧନ୍ୟବାଦ ଅର୍ପଣ ସତ୍ୟବ୍ରତ ପଟେଲ କରିଥିଲେ। ମ ନି ସ

Related posts

ସହରର ବିଭିନ୍ନ ଅନୁଷ୍ଠାନ ରେ ଗୁରୁଦିବସ ପାଳନ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବାହୁଡା଼ ବେଳ

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକ ପ୍ରଶାସନର ନୂତନ ପ୍ରସ୍ତୁତି  ଶୁଭାରମ୍ଭ ହେଲା ଭିଜନ ଡକ୍ୟୁମେଣ୍ଟ ‘ମୋ ପଞ୍ଚାୟତ

Sunil Chandra Nayak

Leave a Comment

error: Content is protected !!