ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କନ୍ଦାଗଡ ପଥର ଶିଳ୍ପୀଙ୍କୁ ମିଳିଲା ଭତ୍ତା

କୋକସରା,୧୨/୬- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତର କନ୍ଦାଗଡ ଗ୍ରାମକୁ ଶିଳ୍ପୀ ଗ୍ରାମର ମାନ୍ୟତା ମିଲିଛି। କନ୍ଦାଗଡ ଗ୍ରାମର ପଥର ଶିଳ୍ପୀଙ୍କ କାରିଗରୀ ଓଡ଼ିଶା ତଥା ରାଜ୍ୟ ବାହାରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ତେବେ କନ୍ଦାଗଡରେ ଥିବା ପଥର ଶିଳ୍ପୀଙ୍କୁ ସରକାରୀ ଭାବେ କୌଣସି ପ୍ରୋତ୍ସାହନ ମିଳିନାହିଁ। ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ପାଇଁ ବ୍ଲକ ପ୍ରଶାସନ ନିକଟରେ ପୂର୍ବରୁ ଆବେଦନ କରିଥିଲେ। କୋକସରା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ପଥର ଶିଳ୍ପୀ କାରିଗରଙ୍କ ପାଇଁ ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ପାଇଁ ବ୍ୟବସ୍ଥା ଗ୍ରହଣ କରି ଅନୁମୋଦନ କରିଥିଲେ।ସୋମବାର ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ବି ଏସ ଏସ ଓ ଦୀପକ କୁମାର ବେହେରା କନ୍ଦାଗଡ ଗ୍ରାମରେ ପହଞ୍ଚି ୬ ଜଣ ପଥର ଶିଳ୍ପୀ କଳାକାରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଭତ୍ତା ଅର୍ଥ ପ୍ରଦାନ କରିଛନ୍ତି। ଭତ୍ତା ପାଇବା ପରେ ପଥର ଶିଳ୍ପୀ ମାନେ ବ୍ଲକ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଆମପାଣି ଗ୍ରାମର ମନୋରଞ୍ଜନ ବାଣୁଆ, ଭାସ୍କର ରାଓ, ସୋନୁ ଅଗ୍ରୱାଲ, ସଞ୍ଚୟ ସିଙ୍ଘଲ, ସନ୍ତୋଷ ଦାସ ଓ କନ୍ଦାଗଡ ଗ୍ରାମବାସୀ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଅବସର ପ୍ରଧାନ ଶିକ୍ଷୟିତ୍ରୀ ତଥା ବିଜେଡି କାଉନସିଲରଙ୍କ ପରଲୋକ 

Sunil Chandra Nayak

ମଠକରଗୋଳ ମହାବିଦ୍ୟାଳୟ ରେ ଜାତୀୟ ଖେଳ ଦିବସ ପାଳିତ  

Sunil Chandra Nayak

ବିଦ୍ୟାଳୟରେ  ଦୁଇ ହଳ ଲେଖାଏଁ ପୋଷାକ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!