ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଲିଟିଲ ଚାମ୍ପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କୋକସରା,୧୨/୬- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବଡ କେନ୍ଦୁଗୁଡା ଠାରେ ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ଲିଟିଲ ଚାମ୍ପ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୮ ଟି ଦଳ ଭାଗ ନେଇଥିଲେ। ରବିବାର ଫାଇନାଲରେ ବାଞ୍ଜିବାହାଲ ଓ ବଡ କେନ୍ଦୁଗୁଡା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ୧୨ ଓଭରରେ ବଡ କେନ୍ଦୁଗୁଡା ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୧୬୪ ରନ ସଂଗ୍ରହ କରିଥିଲେ । ବଡ କେନ୍ଦୁଗୁଡା ପକ୍ଷରୁ ତ୍ରିଭୁବନ ହଂସ ଧୂଆଁଧାର ବ୍ୟାଟିଂ କରି ମାତ୍ର ୪୩ ଟି ବଲରେ ୧୧୩ ରନ ସଂଗ୍ରହ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ବାଞ୍ଜିବାହାଲ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୩୭ ରନ ସଂଗ୍ରହ କରି ପାରିଥିଲେ । ବଡ କେନ୍ଦୁଗୁଡା ଦଳ ମ୍ୟାଚ ଚାମ୍ପିୟାନ ହୋଇଥିଲା । ଅର୍ଜୁନ ତାଣ୍ଡି ଓ ଦେବାର୍ଚ୍ଚନ ନାଗ ଅମ୍ପାୟାର ଭାବେ ରହି ଖେଳ ପରିଚାଳନା କରିଥିଲେ। ଆଦିତ୍ୟ ପଣ୍ଡାଙ୍କ ସଭାପତିତ୍ୱରେ ଫାଇନାଲ ଖେଳ ଉଦଯାପନୀ ଉତ୍ସବରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ମୂଖ୍ୟ ବକ୍ତା ଭାବେ ଆମପାଣି ଜୋନ ଜିଲ୍ଲା ପରିଷଦ ସଦସ୍ୟ ହେମନ୍ତ ମାଝୀ , ସମ୍ମାନିତ ଅତିଥି ଭାବେ କାଉଡୋଳା ସରପଞ୍ଚ ଦେବୀସିଂ ତାଣ୍ଡି, ପ୍ରସନ୍ନ ନାଏକ, ରଞ୍ଜିତ ଖମାରୀ, ବିଜେପି ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି, ଜୟରାମ ରାଉତ, ବୈଷ୍ଣବ ନାଏକ, ଗଣପତି ହଂସ, ସମାଜସେବୀ ସଞ୍ଜୟ ସିଂଘଲ, ସନ୍ତୋଷ ଦାସ ପ୍ରମୁଖ ଯୋଗ ଦେଇଥିଲେ । ବିଜେତା, ଉପ ବିଜେତା ଦଳକୁ ଅତିଥି ମାନେ ଟ୍ରଫି ସହ ନଗଦ ଅର୍ଥ ପ୍ରଦାନ କରିଥିଲେ । ୪୩ଟି ବଲରେ ୧୨ଟି ଛକା ଓ ୮ଟି ଚୌକା ମାରି ୧୧୩ ରନ ସଂଗ୍ରହ କରିଥିବା ଖେଳାଳୀ ତ୍ରିଭୁବନ ହଂସଙ୍କୁ ମୂଖ୍ୟ ଅତିଥି ନିଜ ତରଫରୁ ୧୧ଶହ ଟଙ୍କା ପୁରସ୍କାର ଦେଇଥିଲେ । କ୍ରିକେଟ କ୍ଲବର ସଭାପତି ଅଜିତ ନାଏକ ଓ ସମ୍ପାଦକ ପ୍ରଶାନ୍ତ ନାଏକ , ତ୍ରିନାଥ ନାଗ, ବିନୟ ରାଉତ, ତିଲ ନାଗ ପ୍ରମୁଖଙ୍କ ସହ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।ବିଜୁ ଏକ୍ସପ୍ରେସ ୱେ କଡରେ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଏହି ଖେଳ ପଡିଆ ରହିଥିବାରୁ ଏହାକୁ ମିନି ଷ୍ଟାଡିୟମ ଭାବେ ନିର୍ମାଣ କରିବାକୁ ସଭାପତି ଆଦିତ୍ୟ ପଣ୍ଡା ଦାବି କରିଥିଲେ । ବ୍ଲକ ଉପାଧ୍ୟକ୍ଷ ଅତି କମ ଦିନରେ ଏହି ଖେଳ ପଡିଆକୁ ମିନି ଷ୍ଟାଡିୟମରେ ପରିଣତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଇରଙ୍ଗପୁର ଯୁଵ ଵେଡମିଣ୍ଟନ ତାରକା ମନିଷ ପାଲ ପୋତିଲେ ମାଇଲ ଖୁଣ୍ଟ

Sunil Chandra Nayak

ମୋହନଗିରୀ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ର ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ନୟାଗଡ଼ ଚମ୍ପିୟାନ

Sunil Chandra Nayak

ମା ତାରିଣୀ କ୍ରିକେଟ , ଚାନ୍ଦଗିରୀ ଚାମ୍ପିୟନ

Sunil Chandra Nayak

Leave a Comment

error: Content is protected !!