ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଟ୍ୟ କଳା ମହାସଂଘ, ଓଡ଼ିଶା ର ପଞ୍ଚମ ବାର୍ଷିକ ଉତ୍ସବ

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ନାଟ୍ୟ କଳା ମହାସଂଘ, ଓଡ଼ିଶା ର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସଂଘ ର ସଭାପତି ରଞ୍ଜନ ପଣ୍ଡା ଙ୍କ ସଭା ପତିତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଧର୍ମଗଡ ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାର ଯୋଗ ଦେଇଥିଲେ । ସଂଘ ର ସଂପାଦକ ଡମ୍ବରୁଧର ବାଗ, ଉପ ସଭାପତି ପଦ୍ମ କିଶୋର ଦୂର୍ଗା, ସହ ସଂପାଦକ ମନୋଜ କୁମାର ଦାସ, ମଧୁ ସୁଦନ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଆଜି ଦିନ ରେ ନାଟ୍ୟ କଳାକାର ମାନେ ସମ୍ମୁଖୀନ ହଉଥିବା ବିଭିନ୍ନ ସମସ୍ୟା କୁ ନେଇ ଏଠାରେ ସବିଶେଷ ଆଲୋଚନା କରାଯାଇଥିଲା । ନାଟ୍ୟ କଳା ଓ କଳାକାର ଙ୍କ ଉନ୍ନତି ପାଇଁ ସରକାରୀ ସ୍ଥର ରେ କୌଣସି ପ୍ରୋସାହନ ପ୍ରଦାନ କରା ଯାଉ ନ ଥିବାରୁ କ୍ଷୋଭ ପ୍ରକାଶ କରା ଯାଇଥିଲା । ଏହା ଦ୍ବାରା ଲୋକ ନାଟ୍ୟ କଳା ଆସ୍ତେ ଆସ୍ତେ ତାର ଅସ୍ତିତ୍ବ ହରାଇବାକୁ ବସିଛି । ସରକାର ଅନ୍ୟ କଳା ପ୍ରତି ଯେଉଁ ଭଳି ଭାବେ ଦୃଷ୍ଟି ଦେଉଛନ୍ତି ଗୀତି ନାଟ୍ୟ ପ୍ରତି ମଧ୍ୟ ସମାନ ଗୁରୁତ୍ଵ ଦେଲେ ଏହି କଳା ସହିତ ଏହା କୁ ପେଶା କରି ବଞ୍ଚୁ ଥିବା କଳାକାର ମାନେ ମଧ୍ୟ ଉପକୃତ ହେବେ ବୋଲି ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଦୟାନିଧି ବିହାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗୀତି ନାଟ୍ୟ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ଥିବା କଳାକାର ମାନଙ୍କୁ ଏହି ଅବସରରେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସର ରେ କଳାକାର ମାନ ଙ୍କ ଦ୍ବାରା ଏକ ଶୋଭାଯାତ୍ରା ଧର୍ମଗଡ ସହର ପରିକ୍ରମା କରିଥିଲା ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

OSWASରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ତିନି ଜଣ ଅଧିକାରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ  ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ କହିଲେ – “OSWAS ସୁଶାସନର ଏକ ଶକ୍ତିଶାଳୀ ମାଧ୍ୟମ”

Sunil Chandra Nayak

ସରକାରୀ ଡିଗ୍ରୀ କଲେଜ୍ କୋଷାଗୁମୁଡ଼ା ରେ ଇନ୍ନୋଭେସନ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ 

Sunil Chandra Nayak

ରାଉରକେଲା ଚେମ୍ବର ପକ୍ଷରୁ ସାଂସଦ ଦିଲୀପ ରାୟଙ୍କୁ ସମ୍ବର୍ଦ୍ଧନା

Leave a Comment

error: Content is protected !!