ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେଵଲ ଟପ ଏକ୍ସରସାଇଜ ଓ ମକ ଡ୍ରିଲ୍ଲ ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲା ସ୍ଥରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାୟଗଡ:-ତା.16/06-ରାୟଗଡ ଜିଲ୍ଲା ସ୍ଥରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତ ବୈଠକ ଆଜି ରାୟଗଡ ଅତିରିକ୍ତଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କଙ୍କ ଅଧ୍ୟକ୍ଷତାରେ ଟେବୁଲଟପ ବୈଠକ ଅନୁଷ୍ଠିତ ହୋଇଯାଇଛି l ଗୁଗୁଲମିଟରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ଗୁଣପୁର,ଲଳିତ କୁମାର କହଁର , ଜିଲ୍ଲା ସ୍ଥରୀୟ ଅଧିକାରୀ ମାନେ, ଅଗ୍ନିଶମ ବିଭାଗ,ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାରମାନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଏହି ବୈଠକରେ ବିଶେଷ କରି ବର୍ଷାଦିନେ ସମ୍ବାବ୍ୟ ବନ୍ୟା ଓ ବତ୍ୟାର କିପରି ମୁକାବିଲା କରାଯାଇପାରିବ ସେଥିନିମନ୍ତେ ପ୍ରଦର୍ଶନୀ ଓ ମୋକ ଡ୍ରିଲ କିପରି ଭାବରେ ଆୟୋଜନ କରାଯିବ ସେଥିପାଇଁ ବିସ୍ତ୍ରୁତଭାବେ ଆଲୋଚନା କରିଥିଲେ l ଓଡିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜିର ଏହି ଜିଲ୍ଲା ସ୍ଥରୀୟ ବୈଠକରେ ଆଲୋଚନା କରାଯାଇଥିଲା l ଆସନ୍ତା ତା 18/06/23ରିଖଦିନ ଜିଲ୍ଲା ସଦର ମହକୁମା ଓ ପ୍ରତ୍ୟେକ ବ୍ଳକରେ ଟେବୁଳ ଟୋପ ବୈଠକରେ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଉପରେ ବିଭିନ୍ନ ବିଭାଗ ସହିତ ଆଲୋଚନା କରାଯିବ ଏବଂ ଅଗ୍ନୀଶମ୍ମ ବିଭାଗ ତରଫରୁ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧରେ ପ୍ରଦର୍ଶନ କରିବେ ବୋଲି ଅତିରିକ୍ତଜିଲ୍ଲାପାଳ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ଆସନ୍ତା 19/06/23ରିଖଦିନ ଜିଲ୍ଲାର ତିନୋଟି ବହୁମୂଖୀ ଆଶ୍ରୟ ସ୍ଥଳି ଯଥା ରାୟଗଡ ବ୍ଲକର ହାଟ ଶେଷଖାଲ ,ବିଷମ କଟକ କୁଟ୍ରାଗଡ଼ ଏବଂ ଗୁଣପୁରର ବିକ୍ରମପୁର ଠାରେ ମୋକ ଡ୍ରିଲ ଆୟୋଜନ କରାଯିବ l ଏହି ମୋକ ଡ୍ରିଲ ନିମନ୍ତେ ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳି ଅଂଚଳରେ ପରିଚାଳକ, ସ୍ଥାନୀୟ ଜନସାଧାରଣ, ସରପଂଚ, ସ୍ବେଚ୍ଛାସେବୀ, ଅଗ୍ନିଶମ ବିଭାଗ, ଆଦିଙ୍କୁ ସାମିଲ କରିବେ l ଅଗ୍ନିଶମ ବିଭାଗ ପକ୍ଷରୁ ମୋକ ପ୍ରଦର୍ଶନ କରି ଲୋକମାଙ୍କୁ ସଚେତନ କରିବେ l ଏଥିପାଇଁ ଆସନ୍ତା ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ବିଡିଓ ମାନେ ସଂମନ୍ଵୟ ବୈଠକ ଡାକି ବିଭିନ୍ନ ବିଭଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବେ l

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନଦୀରେ ବୁଡି ଦୁଇ ଯୁବକଙ୍କ ନିଖୋଜ , ଗାଧୋଉଥିବାବେଳେ ଖସିଗଲା ଗୋଡ

masiha

ଶ୍ରୀ ଶ୍ରୀ କୋଶଳେଶ୍ୱର ମାଳି ସମାଜ ନୁର୍ତନ ଅଞ୍ଚଳ କମିଟି ଚୟନ ପ୍ରକ୍ରିୟା ସମାବେଶ 

Sunil Chandra Nayak

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରାବାସ ଅନ୍ତେବାସୀଙ୍କ ଦ୍ବାରା ଆହତ ବୁଲା ବାଛୁରୀର ସେବା ସୁଶ୍ରୁସା

masiha

Leave a Comment

error: Content is protected !!