ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଜଳବନ୍ଦୀ ଗୁରୁମାଇ ଗୁଡା ରେ ଦମନ କାର୍ଯ୍ୟକ୍ରମ

ତେନ୍ତୁଳିଖୁଣ୍ଟି ୧୮/୦୬/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ଜଳବନ୍ଦୀ ଅଞ୍ଚଳ ରେ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଏକ ଟିମ ମୋଟର ଲଞ୍ଚ ରେ ଯାଇ ଦମନ କାର୍ଯ୍ୟକ୍ରମ କରିଛନ୍ତି। ଆଜି ସେଠାରେ 240 ଜଣଙ୍କ ମ୍ୟାଲେରିଆ ପରୀକ୍ଷଣ କରାଯାଇଥିଲା। ଦୁଇ ଜଣ ଗର୍ଭବତୀ ମହିଳା ଙ୍କ ଆର ଡି କେ ଟେଷ୍ଟ ଓ ବି ପି ଓ ଓଜନ ପରୀକ୍ଷଣ କରାଯିବା ସହ 15ଜଣ 0 ରୁ ପାଞ୍ଚ ବର୍ଷ ଶିଶୁ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏମ ୟୁ ଏ ସି ଓ ଓଜନ ଉଚ୍ଚତା ପରୀକ୍ଷା କରାଯାଇଛି। କିଛି ବୃଦ୍ଧ ବୃଦ୍ଧା ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଥିଲା। ଗ୍ରାମ କୁ ବି ଶୋଧନ କରାଯାଇ ଥିଲା। ଓ କିଭଳି ଗ୍ରାମ ତଥା ନିଜ ପରିବେଶ କୁ ପରିଷ୍କାର ରଖିବ ବୁଝାଇଥିଲେ। ବର୍ଷା ଦିନରେ କିଭଳି ଆହାର ସେବନ କରିବ ଏବଂ ମସାରି ବ୍ୟବହାର କରି ଶୋଇବା କୁ ବୁଝାଇଥିଲେ। ଏହି ଟିମ ର ନେତୃତ୍ୱ ଡକ୍ଟର ସମଳାଇ ପ୍ରସାଦ ପଣ୍ଡା ନେଉଥିବା ବେଳେ ଅମରେଶ ପ୍ରସାଦ ମହାନ୍ତି ତୃଷ୍ଣା ମଞ୍ଜରୀ ବେହେରା , ସୁଲଚନା ସାମଲ , ପ୍ରଦୀପ ଦାସ , ଅଞ୍ଜନା ଭୋଳ, ତପନ ରାଓ ରଞ୍ଜନ ମିଶ୍ର ,ରଶ୍ମିତା ପଳେଇ ,ରଞ୍ଜିତା ସାମଲ କେ କ୍ରୀଷ୍ଣ କୁମାର ପ୍ରମୁଖ ସାମିଲ ରହି ଦମନ କାର୍ଯ୍ୟକ୍ରମ ର ରୂପାୟନ କରିଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି 

Related posts

ବ୍ଲକ ସ୍ତରୀୟ ମେଗା ସାସ୍ଥ୍ୟ ଶିବିର

Sunil Chandra Nayak

କ୍ୟାପିଟାଲ୍ ହସ୍ପିଟାଲରେ ଆରମ୍ଭ ହେଲା ଇ-ଟିକେଟ୍ ବ୍ୟବସ୍ଥା। ଆଉ ଲମ୍ବା ଲାଇନରେ ଠିଆ ହେବେନି ଲୋକ…

Sunil Chandra Nayak

ଦେଶରେ ପୁଣି ବୃଦ୍ଧି ପାଉଛି ସଂକ୍ରମଣ; ୨୪ ଘଣ୍ଟାରେ ୩୨୦୭ ଆକ୍ରାନ୍ତ ଚିହ୍ନଟ, ୨୯ ମୃତ

Leave a Comment

error: Content is protected !!