ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଉତ୍କଳ ଆଲୁମିନା ଗୋଷ୍ଠୀ ସ୍ବାସ୍ଥ୍ୟ ସୁରକ୍ଷିତ ରଖୁବାକୁ ବ୍ୟାପକ ଡାଇରିଆ ସଚେତନତା ଅଭିଯାନ ସମାପ୍ତ କଲା

ଉତ୍କଳ ଆଲୁମିନା ଗୋଷ୍ଠୀ ସ୍ବାସ୍ଥ୍ୟ ସୁରକ୍ଷିତ ରଖୁବାକୁ ବ୍ୟାପକ ଡାଇରିଆ ସଚେତନତା ଅଭିଯାନ ସମାପ୍ତ କଲା

ଟିକିରି ରାୟଗଡା : ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିŠଲ୍‌କୋ ଇŠଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଂଟରନ୍ୟାସନାଲ ଲିମିଟେଡ ରାୟଗଡା ଜିଲ୍ଲାର ସମସ୍ତ ୨୦୦ ଗ୍ରାମରେ ଜନସ୍ୱାସ୍ଥ୍ୟରେ ଅଭିବୃଦ୍ଧି ଘଟାଇବା ଏବଂ ଜଳବାହିତ ରୋଗର ମୁକାବିଲା କରିବା ନିମନ୍ତେ ଏହାର ବ୍ୟାପକ ଡାଇରିଆ ସଚେତନତା ଅଭିଯାନ ଆରମ୍ଭ କରିଥିଲା ।

ଏହି ପ୍ରୟାସ ଶ୍ରୀ ରବି ମିଶ୍ର, ୟୁନିଟ୍ ହେଡ ଏବଂ ଚେୟାରମ୍ୟାନ, ଉତ୍କଳ ଆଲୁମିନା ଏବଂ ତାଙ୍କ ସହିତ ଶ୍ରୀ ଏସ୍.କେ.ମିଶ୍ରଅ, ଚେୟାରମ୍ୟାନ, ଉତ୍କଳ ଆଲୁମିନା ଓ ଶ୍ରୀମତୀ ଲୋପାମୁଦ୍ରା ପ୍ରିୟଦର୍ଶିନୀ, ହେଡ୍, ସିଏସ୍‌ଆରଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗବନ୍ଧୁ ମାଝୀ, ସରପ °ଚ ଟିକିରି, ଶ୍ରୀ ଜିଜୁରି ମାଝୀ, ଶ୍ରୀ ଗଜେନ୍ଦ୍ର ମାଝୀ, ଜୟଧନ ମାଝୀ, ବିଧାୟକଙ୍କ ପ୍ରତିନିଧ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଏଥିରେ ପ୍ରାୟ ୩୦୦ ଗୋଷ୍ଠୀ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ଡାଇରିଆ ଜନିତ ଜଟିଳ ସମସ୍ୟାର ସମାଧାନ ନିମନ୍ତେ ସମ୍ମିଳିତ ପ୍ରୟାସ ସ୍ୱରୂପ ଏହି ଅଭିଯାନରେ ଏକାଧିକ ପ୍ରଭାବୀ କାର୍ଯ୍ୟକଳାପ ହାତକୁ ନିଆଯାଇଥିଲା । ଉତ୍କଳ ଆଲୁମିନାର ସିଏସ୍‌ଆର ଟିମ୍ ଏବଂ ସ୍ଥାନୀୟ ଅଧୂବାସୀ ସମ୍ମିଳିତ ଭାବରେ ସର୍ବସାଧାରଣ ସ୍ଥାନଗୁଡିକରେ ସଫେଇ ଅଭିଯାନ ଜରିଆରେ ସ୍ଵାସ୍ଥ୍ୟରକ୍ଷା ପରିବେଶ ବଜାୟ ରଖିବାକୁ ସୁନିଶ୍ଚିତ କରିବାକୁ ଆଗେଇ ଆସିଥିଲେ । ପ୍ରଦୂଷିତ ହେବାରୁ ରୋକିବା ନିମନ୍ତେ ଅଧୂକ ଆପଦସଙ୍କୁଳ ଅ ଚଳଗୁଡିକରେ ବ୍ଲିଚିଂ ପାଉଡର ସିଂଚନ କରାଯାଇଥିଲା ଏବଂ ଅଧିବାସୀମାନଙ୍କୁ ସଫଳ ସ୍ୱାସ୍ଥ୍ୟରକ୍ଷା ଅଭ୍ୟାସ ତଥା ଡାଇରିଆ ପ୍ରତିଷେଧ ନିମନ୍ତେ ଅଧୋବୀମାନଙ୍କୁ ସଚେତନ କରାଇବାକୁ ସମସ୍ତ ଗ୍ରାମଗୁଡିକରେ ଶିକ୍ଷଣୀୟ ସଚେତନତାକାରୀ ପୋଷ୍ଟର ଲଗାଯାଇଥିଲା । ଏଥିସହିତ ଲାଉଡସ୍ପିକରରେ ଘୋଷଣା ଜରିଆରେ ଗୁରୁତ୍ୱପୂର୍ଣ ସ୍ୱାସ୍ଥ୍ୟ ସମ୍ପର୍କିତ ବା ର୍ତା ପ୍ରଚାର କରାଯିବା ସହିତ ଏକ ସହଜ ଓ ମନୋରଂଜନକାରୀ ବାଂଚାରେ ଗୁରୁତ୍ବପୂର୍ଣ ସୂଚନା ପ୍ରଦାନ କରିବାକୁ ନିୟୋଜନକାରୀ ପଥପ୍ରାନ୍ତ ନାଟକମାନ ପରିବେଷଣ କରାଯାଇଥିଲା ।

ଉଦ୍‌ଘାଟନୀ ଉତ୍ସବ ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ଶ୍ରୀ ରବି ମିଶ୍ର ନିଜର ପ୍ରତିବଦ୍ଧତା ପ୍ରକାଶ କରିବା ସହିତ କହିଥିଲେ, ‘ଆଜିର ଏହି ପ୍ରୟାସ ଆମେ କାର୍ଯ୍ୟ କରୁଥିବା ଅଂଚଳର ଜନସାଧାରଣଙ୍କର କଲ୍ୟାଣ ନିମନ୍ତେ ଆମର ଉତ୍ସର୍ଗୀକୃତ ଭାବ ସମ୍ପର୍କରେ ଉଲ୍ଲେଖ କରୁଛି । ଡାଇରିଆ ଏକ ଗୁରୁତର ସ୍ଵାସ୍ଥ୍ୟଗତ ବିପଦ, ବିଶେଷଭାବରେ ଗ୍ରାମା ଚଳରେ ସୃଷ୍ଟି କରୁଛି ଏବଂ ଏହି ବହୁମୁଖୀ ଅଭିଯାନ ଜରିଆରେ ଆମେ ଆମର ପାରିପାର୍ଶ୍ବକ ଗ୍ରାମଗୁଡିକର ଅଧୂବାସୀମାନଙ୍କୁ ଶିକ୍ଷିତ, ସୁରକ୍ଷିତ ରଖୁବା ଏବଂ ସମର୍ଥନ ଯୋଗାଇଦେବାକୁ ଲକ୍ଷ୍ୟ ରଖୁଛୁ ।’ଶ୍ରୀ ଏସ୍.କେ.ମିଶ୍ର ଏହି ଅଭିଯାନର ଦୀର୍ଘାବଧୂ ଲକ୍ଷ୍ୟସମୂହ ଉପରେ ଗୁରୁତ୍ଵ ଦେଇ କହିଥିଲେ, ‘ଆମର ଲକ୍ଷ୍ୟ ତୁରନ୍ତ ରିଲିଫର ଊର୍ଦ୍ଧ୍ବକୁ ପରିବ୍ୟାପ୍ତ ହୋଇଛି; ଆମେ ଦୀର୍ଘସ୍ଥାୟୀ ସ୍ୱାସ୍ଥ୍ୟର ଉନ୍ନତି ଆଣିବା ସ୍ଥିତି ସୃଷ୍ଟି କରିବା ଉପରେ ଦୃଷ୍ଟିନିବଦ୍ଧ କରୁଛୁ । ଉଭୟ ଜରୁରୀ ଆବଶ୍ୟକ‌ତା ପ୍ରତି ଦୃଷ୍ଟିଦେଇ ଏବଂ ସ୍ଥାୟୀ ସ୍ଵାସ୍ଥ୍ୟରକ୍ଷା ଅଭ୍ୟାସକୁ ପ୍ରୋତ୍ସାହିତ କରି ଆମେ ଗୋଷ୍ଠୀ ସ୍ୱାସ୍ଥ୍ୟ ଉପରେ ଏକ ଉଲ୍ଲେଖଯୋଗ୍ୟ ଏବଂ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିବା ଆଶା ରଖୁଛୁ ।’

ଉତ୍କଳ ଆଲୁମିନା ନିଜର ବ୍ୟବସାୟ ପରିଚାଳନା କରୁଥିବା ଅଂଚଳରେ ଜୀବନର ମାନରେ ବୃଦ୍ଧି ଘଟାଇବା ନିମନ୍ତେ ଉତ୍ସର୍ଗୀକୃତ ରହିଛି । ଏହାର ସିଏସ୍‌ଆର କାର୍ଯ୍ୟକଳାପଗୁଡିକ ଜରିଆରେ ଉତ୍କଳ ଆଲୁମିନା ସ୍ଵାସ୍ଥ୍ୟ, ଶିକ୍ଷା ଓ ପରିବେଶ ଦୀର୍ଘସ୍ଥାୟିତା ସମେତ ବହୁବିଧ ବିକାଶମୂଳକ ପ୍ରକଳ୍ପଗୁଡିକ ଉପରେ ଦୃଷ୍ଟିନିବଦ୍ଧ କରୁଛି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭାରତ ବାୟୋଟିକର ନାଜାଲ ଭ୍ୟାକ୍ସିନର ଦାମ୍ ଘୋଷଣା , ବୁଷ୍ଟର ଡୋଜ୍ ପାଇଁ ମଞ୍ଜୁରୀ ଦେଇଛନ୍ତି ସରକାର

Sunil Chandra Nayak

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଇତିହାସ ରଚିଲା ବେଦାନ୍ତ ଲିମିଟେଡ୍‌ , ଡିଜିଟାଲ୍ ସ୍ୱାସ୍ଥ୍ୟସେବାରେ ଯୋଡ଼ିହେବେ ଗ୍ରାମାଞ୍ଚଳ ଲୋକେ

Sunil Chandra Nayak

ଶିଶୁଟିର ଅଣ୍ଡକୋଷ ବୃଦ୍ଧି, ଅଧିକ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ଆର୍ଥିକ ଅଭାବ

Leave a Comment

error: Content is protected !!