ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ ପ୍ରଶାସନଙ୍କ ପୋଷ୍ୟ ଗାଁ ଫୁଲଡୁମେରରେ ସରକାରୀ ଅର୍ଥ ରାଶି ହଡ଼ପ ଅଭିଯୋଗ

• ବିଡ଼ିଓଙ୍କ ତଦାରଖ ପରେ ବି ପଡ଼ୁନି ନଜର

• ବର୍ଷେ ପରେ ବି ଅଧପନ୍ତରିଆରେ ଛେଳି ଗୃହ

ଲାଞ୍ଜିଗଡ଼,(ତା,19/06/23)ଲାଞ୍ଜିଗଡ଼ ବ୍ଲକ ପ୍ରଶାସନର ପୋଷ୍ୟ ଗାଁ ବୋଲି ସାରା ଜିଲ୍ଲାରେ ଚର୍ଚ୍ଚା ହେଉଥିବା ଫୁଲଡୁମେର ଗାଁରେ ସରକାରୀ ଅର୍ଥ ରାଶି ହଡ଼ପ ଅଭିଯୋଗ ଆସିଛି l ଗ୍ରାମ ବାସୀଙ୍କ ସୂଚନା ଅନୁସାରେ ଛେଳି ପାଳନ ପାଇଁ ୧୯,୦୫,୨୦୨୨ ରେ ଛେଳି ଗୃହ ଆରମ୍ଭ ହୋଇଥିଲା ହେଲେ ଏକ ବର୍ଷ ବିତିଗଲାଣି ଏବେ ଯାଏଁ ଛେଳି ହଷ୍ଟେଲ ଅସମ୍ପୂର୍ଣ୍ଣ ହୋଇ ଅଧପନ୍ତରିଆରେ ପଡ଼ି ରହିଛି l ଏଠି ଲୋକଙ୍କ ମନରେ ପ୍ରଶ୍ନବାଛି ଉଠୁଛିଯେ ଛେଳି ହଷ୍ଟେଲ ପାଇଁ ଆସିଥିବା ଅର୍ଥ ରାଶି ହଡପ ହୋଇଛି ନା ଆଉ କଣ ହୋଇଛି ଯାହା ଫଳରେ ୧୧ ମାସ ବିତିଗଲା ସମ୍ପୂର୍ଣ୍ଣ ହୋଇ ପାରୁନି l ଗ୍ରାମ ବାସୀଙ୍କ ସୂଚନା ଅନୁସାରେ ଛେଳି ଗୃହ ରେ କାମ କରିଥିବା ପାରିଶ୍ରମିକ ଅର୍ଥରାଶି ମଧ୍ୟ୍ୟ ପାଇନଥିବା ଅଭିଯୋଗ ଆସୁଥିବା ବେଳେ ଏସମ୍ପକ ରେ ପ୍ଲାଞ୍ଜିଗଡ ବିଡ଼ିଓ ଙ୍କୁ ଫୋନ ମାଧ୍ୟ୍ୟମରେ ଯୋଗାଯୋଗ କଲା ପରେ ଲାଞ୍ଜିଗଡ ବିଡିଓ କହିଲେଯେ’ ଆମେ ସମସ୍ତଙ୍କର ପାରିଶ୍ରମିକ ଦେଇସାରିଛୁ ଗାଁ ଲୋକ ମିଛ କହୁଛନ୍ତି ଆଉ କାମ ସରିନି କାମ ବନ୍ଦ ରହିଛି କାମ ଶୀଘ୍ର ଆରମ୍ଭ କରିବୁ l ଏହି ଗାଁ ରେ ୨୧ ଘର ଆଦିମ ଜନଜାତି ବା ଆଦିବାସୀ ସମ୍ପ୍ରଦାୟ ପରିବାର ଦୀର୍ଘ ବର୍ଷ ଧରି ବସବାସ କରିଆସୁଥିବାବେଳେ ସେମାନଙ୍କ ସ୍ୱାବଲମ୍ବୀ ନିମନ୍ତେ ୧୭ ପରିବାର କୁ ଛେଳି ପାଳନ ପାଇଁ ଛେଳି ଗୃହ ନିର୍ମାଣ ପାଇଁ ଅଟକଳ ମୂଲ୍ୟ ଟ.୭୭୧୧୭୧ ଙ୍କା ଅର୍ଥରାଶି ମଞ୍ଜୁର ହୋଇଥିଲା ହେଲେ ଏବେ ଯାଏଁ ଛେଳି ହଷ୍ଟେଲ ଅଧପନ୍ତରିଆ ଭାବେ ପଡ଼ି ରହିଛି l ଯାହାଫଳରେ ସ୍ୱଚ୍ଛ ଭାରତ ମିଶନ ଜରିଆରେ ଶୌଚାଳୟ କରାଯାଇଥିଲା ସେହି ଶୌଚାଳୟ ଠାରେ ମଣିଷ ବ୍ୟବହାର କରିବା ବଦଳରେ ଦୁର୍ଭାଗ୍ୟର ବିଷୟ ସେହି ଜାଗାରେ ଛେଳି ପାଳନ କରୁଛନ୍ତି l କିନ୍ତୁ ବ୍ଲକ ପ୍ରଶାସନ ମାସକୁ ଥରେ ରୁ ଦୁଇଥର ଫୁଲଡୁମେର ଗାଁ କୁ ଗସ୍ତ କରି ସମସ୍ୟା ଉପରେ ତଦାରଖ କରନ୍ତି ହେଲେ ଏବେ ଯାଏଁ ଛେଳି ହଷ୍ଟେଲ ଅଧପନ୍ତରିଆ ହୋଇ ପଡ଼ି ରହିଛି ତାହା ଉପରେ ନଜର ନାହିଁ l ଏହି ଗାଁ କୁ ଜିଲ୍ଲାପାଳ ମଧ୍ୟ ଗତ ମାସରେ ଗସ୍ତ କରିଥିଲେ ଏବଂ ସମସ୍ୟା ଉପରେ ତଦାରଖ କରିଥିଲେ l ଲାଞ୍ଜିଗଡ଼ ବିଡ଼ିଓ ଓ ଜିଲ୍ଲାପାଳଙ୍କ ଗସ୍ତ ପରେ ଫୁଲଡୁମେର ଗ୍ରାମ ବାସୀଙ୍କ ବହୁତ ଆଶା ଥିଲା ଯେ ଗାଁ ର ସମସ୍ୟା ଦୂର ହେବ ବୋଲି ହେଲେ ଏହି ମହାଶୟ ଙ୍କ ଗସ୍ତର ମାସେ ରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରକାର ସମସ୍ୟାର ସମାଧାନ ହୋଇ ପାରିନାହିଁ ଯାହାଫଳରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l ତେଣୁକରି ଏହି ଗାଁର ସମସ୍ୟା ସହିତ ଛେଳି ଗୃହ ର କାର୍ଯ୍ୟକରିଥିବା ଶ୍ରମିକଙ୍କୁ ତୁରନ୍ତ ଅର୍ଥ ରାଶି ପ୍ରଦାନ କରି ଛେଳି ଗୃହ ସମ୍ପୂର୍ଣ୍ଣ କରିବାକୁ ଗ୍ରାମ ବାସି ଅନୁରୋଧ କରିଛନ୍ତି l ତେଣୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମ ବାସି ଦାବି କରିଛନ୍ତି।

ଲାଞ୍ଜିଗଡ ବ୍ଲକ ରୁ ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ

Related posts

କାମାକ୍ଷାନଗର ମହୋତ୍ସବର ତୃତୀୟ ସନ୍ଧ୍ୟା ରେ ଉତ୍ତରାଞ୍ଜଳ ଡ଼ି.ଆଇ.ଜି ଙ୍କ ଯୋଗ ଦାନ 

Sunil Chandra Nayak

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ଗୁରୁତର,ଜୀବନ ବଞ୍ଚାଇଲେ ସାମ୍ୱାଦିକମାନେ…

masiha

ଦାଦନ ଶ୍ରମିକଙ୍କ ଶୁଦ୍ଧିକ୍ରିୟାରେ ସାମିଲ ହେଲେ ଜନ ପ୍ରତିନିଧି

masiha

Leave a Comment

error: Content is protected !!