ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋରାପୁଟ ବିଧାୟକ ତଥା ଅଧ୍ୟକ୍ଷ ଜିଲ୍ଲା ଯୋଜନା ବୋର୍ଡ ଓ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବନ୍ଧୁଗାଁ ବ୍ଲକ ଗସ୍ତ ୪ ଟି ସ୍ଥାନରେ ଭିତ୍ତି ପ୍ରସ୍ତର ସ୍ଥାପନ

ବନ୍ଧୁଗାଁ ତା ୧୯/୩/୨୩  // ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକକୁ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ରଘୁରାମ ପାଡ଼ାଲ ଓ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝି ଗସ୍ତ କରି ବିଭିନ୍ନ ସ୍ଥାନରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ନିର୍ମିତ ହେବାକୁ ଥିବା କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାଇ ବିଡ଼ିଓ ଆକାଶ ପଟ୍ଟନାୟକ ଙ୍କ ଦ୍ଵାରା ଆଲମଣ୍ଡା ଓ କୁମ୍ଭାରିପୁଟ ଗ୍ରାମରେ ଦୁଇଟି ଶୀତଳ ଭଣ୍ଡାର ସ୍ଥାପନ,ବନ୍ଧୁଗାଁ ରେ ଜଗନ୍ନାଥ ମନ୍ଦିର ଉନ୍ନତି କରଣ,ଓ ବନ୍ଧୁଗାଁ ବ୍ଲକ ପରିସରରେ ଆଦିବାସୀ ଗ୍ରାମପଞ୍ଚାୟତ ହାଟର ଉନ୍ନତି କରଣ ଗୁଡ଼ିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। କୋରାପୁଟ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ପ୍ରଥମ କରି ଏହି ପ୍ରକାର ଉନ୍ନତି ମୂଳକ କାମ କରିବା ପାଇଁ ନେଇ ଥିବା କାର୍ଯ୍ୟକ୍ରମ ଠାରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଅନେକ ଆଗଧାଡିର ନେତାମାନେ ଉକ୍ତ ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ପ୍ରଭୁ ଜାନି , ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ପୁର୍ବତନ ସାଂସଦ ଝିନ ହିକକା ପୁର୍ବତନ ବିଧାୟକ କୈଳାଶ କୁଲେଷିକା, ବନ୍ଧୁଗାଁ ବ୍ଲକ ଅଧକ୍ଷା ଲକ୍ଷ୍ମୀ ମିଣ୍ୟାକା, ଜିଲ୍ଲା ପରିଷଦ ସଦସ୍ୟ ମାଝି ହିମରିକା , ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଭ୍ୟ ଲାଡୁ ଉଲୁକା , ବିଜେଡି ବ୍ଲକ ସଭାପତି ବାଲା ନାଗ , ସମାଜ ସେବୀ ଶଙ୍କର ସାଉନ୍ତା,ବନ୍ଧୁଗାଁ ବ୍ଲକ କଂଗ୍ରେସ ସଭାପତି ଡି ଏଙ୍କାଟି , ବରିଷ୍ଟ କଂଗ୍ରେସ କର୍ମୀ ଅଶୋକ ପଣ୍ଡା, ଆଲମଣ୍ଡା ସରପଞ୍ଚ ଗୌରୀ ମେଲେକା ,ବନ୍ଧୁଗାଁ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା , ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଏସ ସରିତା, ପୁର୍ବତନ ବିଜେଡି ବ୍ଲକ ସଭାପତି ଏସ ନାଗା ରାଜୁ , ଭି ଗଣପତି ରାଓ ସମେତ ବନ୍ଧୁଗାଁ ବ୍ଲକର ଅନେକ ବିଜେଡ଼ି କର୍ମୀ ଉପସ୍ଥିତ ରହି ଥିଲେ । ଏହି କାର୍ଯ୍ୟକ୍ରମ ଠାରେ ଆସିଥିବା ଅତିଥି ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ମିଶନ ଶକ୍ତି ଓ ଓ ଏଲ ଏମ କର୍ମୀ ମାନେ ମୁଖ୍ୟ ଭୂମିକା ନିଭାଇଥିଲେ। ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ  ବନ୍ଧୁଗାଁ ବ୍ଲକ ରେ ଅନେକ ନିହାତି ଆବଶ୍ୟକ ଉନ୍ନତି ମୂଳକ କାମ ଗୁଡ଼ିକ କରୁଥିବାରୁ ବନ୍ଧୁଗାଁ ବ୍ଲକର ସମସ୍ତ ବର୍ଗର ଜନସାଧାରଣ ଶୁଭେଚ୍ଛା ଜଣାଇଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ରମେଶ ଚନ୍ଦ୍ର ମହାନ୍ତିଙ୍କ ଶୁଦ୍ଧି କ୍ରିୟା ପାଇଁ ଆର୍ଥିକ ସହାୟତା ଯୋଗେଇ ଦେଲେ  ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ

Sunil Chandra Nayak

ସମୁଦ୍ରରେ ମାଛ ମାରିବାକୁ ଯାଇ କସାଫଳ ଗ୍ରାମର ଜଣେ ମତ୍ସ୍ୟଜୀବୀ ନିଖୋଜ, ଥାନାରେ ଅଭିଯୋଗ 

masiha

ଟ୍ରାକ୍ଟର ଦୁର୍ଘଟଣା ରେ ଏନ୍ ଏ ସି ଡ୍ରାଇଭର୍ ମୃତ

Sunil Chandra Nayak

Leave a Comment

error: Content is protected !!